ବିଦ୍ୟାଳୟରେ ଅହିଂସା ଓ ଶାନ୍ତି ଦିବସ

ଗାନ୍ଧୀ ଜୟନ୍ତୀ ବା ୨ ଅକ୍‌ଟୋବରକୁ ‘ଅନ୍ତର୍ଜାତୀୟ ଅହିଂସା ଦିବସ’ ଭାବେ ପାଳନ କରାଯାଉଥିବା ବେଳେ, ୩୦ ଜାନୁଆରିରେ ତାଙ୍କ ତିରୋଧାନ ଦିବସକୁ ବିଶ୍ବ ସ୍ତରରେ ‘ବିଦ୍ୟାଳୟରେ ଅହିଂସା ଓ ଶାନ୍ତି ଦିବସ’ ବା ଇଂରେଜୀରେ ‘ସ୍କୁଲ୍‌ ଡେ ଅଫ୍‌ ନନ୍‌-ଭାଓଲେନ୍‌ସ ଆଣ୍ଡ୍‌ ପିସ୍‌’ ଭାବେ ପାଳନ କରାଯାଉଛି। ୧୯୬୪ରେ ମାୟୋର୍‌କାରେ ଏହି ଦିବସ ପାଳନ ଆରମ୍ଭ କରିଥିଲେ ସ୍ପାନିସ୍‌ କବି ଲୋରେନ୍‌ ଭିଡାଲ୍‌ ଭିଡାଲ୍‌। କୋମଳମତି ଛାତ୍ର-ଛାତ୍ରୀଙ୍କୁ ଅଳ୍ପ ବୟସରୁ ଅହିଂସା ଓ ଶାନ୍ତିର ଆଦର୍ଶ ଦ୍ବାରା ଅନୁପ୍ରାଣିତ କରିବା, ଏହି ଦିବସ ପାଳନର ଲକ୍ଷ୍ୟ। ବହୁ ଇଉରୋପିଆନ୍‌, ଆଫ୍ରିକାନ୍‌ ଓ ଲାଟିନ୍‌ ଆମେରିକାନ୍‌ ରାଷ୍ଟ୍ରରେ ଏହି ଦିବସ ପାଳନକୁ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର