ଶହେ ପିଲାଙ୍କୁ ପରିବାର ସହିତ ମିଶାଇଲା ପୁଲିସ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସମ୍ଭ୍ରାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଉତ୍ତର-ପୂର୍ବ ଦିଲ୍ଲୀ। ଏହି ଅଞ୍ଚଳରେ ପୁଲିସ ଏଯାବତ୍‌ ଶହେ ଜଣ ପିଲାଙ୍କୁ ସେମାନଙ୍କ ପରିବାର ସହିତ ମିଶାଇଛନ୍ତି। ଏହି ପିଲାମାନେ କୌଣସି କାରଣରୁ ପରିବାରଠାରୁ ଅଲଗା ହୋଇ ଯାଇଥିଲେ,ଏଥିରେ ଦିଲ୍ଲୀ ବ୍ୟତୀତ ଉତ୍ତର ପ୍ରଦେଶ,ବିହାର ଓ ହରିଆନାର ପିଲାମାନେ ମଧ୍ୟ ଅନ୍ତର୍ଭୁକ୍ତ।
ଉତ୍ତର-ପୂର୍ବ ଦିଲ୍ଲୀର ଡିସିପି ଅତୁଲ କୁମାର ଠାକୁର ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଯେଉଁ ପିଲାମାନେ ନିଜର ପରିବାରରୁ ଅଜାଣତରେ ଅଲଗା ହୋଇଥିଲେ ବା ନିରୁଦ୍ଦିଷ୍ଟ ହୋଇଥିଲେ,ସେମାନଙ୍କୁ ଜିଲ୍ଲାର ଆଣ୍ଟି ହ୍ୟୁମାନ୍‌ ଟ୍ରାଫିକିଂର ୟୁନିଟ୍‌ ଖୋଜି ବାହାର କରିଥିଲା ଓ ସେମାନଙ୍କୁ ନିଜ ପରିବାରରେ ନେଇ ଛାଡିଥିଲେ। ଏହି ୟୁନିଟ୍‌ରେ ୧୩ ଜଣ ସଦସ୍ୟ ଥିଲେ।

ଏଯାବତ୍‌ ପ୍ରାୟ ଶହେ ପିଲାମାନଙ୍କୁ ନିଜ ପରିବାର ସହିତ ମିଶାଇଥିବାର କାମ କରିଛନ୍ତି ଏହି ୟୁନିଟ। ଏଥିମଧ୍ୟରୁ ୭୯ ଜଣ ପୁଅ ଓ ୨୧ ଜଣ କରିଛନ୍ତି ଏଇ ୟୁନିଟ।ଏଥିମଧ୍ୟରୁ ୭୯ ଜଣ ପୁଅ ଓ ୨୧ ଜଣ ଝିଅ ଏମାନଙ୍କ ବୟସ ୫ ରୁ ୧୮ ବର୍ଷ। ଏମାନଙ୍କ ଭିତରେ ତିନି ଜଣ ଦିବ୍ୟାଙ୍ଗ ବି ଅଛନ୍ତି।

ସମ୍ବନ୍ଧିତ ଖବର