ନରୱେର ପ୍ରଧାନମନ୍ତ୍ରୀ କୋମଲଙ୍କୁ କହିଲେ ‘ୱେଲ ଡନ୍’ , ଜାଣନ୍ତୁ କିଏ ଏହି କୋମଲ ଏବଂ କ’ଣପାଇଁ ଏଭଳି ପ୍ରଶଂସା ମିଳିଲା
ନୂଆଦିଲ୍ଲୀ : ଖୋଲା ଜାଗାରେ ଶୌଚ ହେବା ବିରୋଧରେ ଏକ ଫିଲ୍ମ ନିର୍ମିତ ହୋଇଥିଲା , ଯାହାର ଟାଇଟଲ ହେଲା ‘ଟଏଲେଟ୍-ଏକ୍ ପ୍ରେମ୍ କଥା’। ଏହି ଚର୍ଚ୍ଚିତ ସିନେମା ରେ ପ୍ରଭାବିତ ହୋଇ ଲୋନିର ନିଠୌରା ଗ୍ରାମର ଜଣେ ବୋହୁ ଖୋଲା ପଡ଼ିଆ ଶୌଚ ହେବାକୁ ମନା କରିଦେଲେ। ଏହି ବୋହୂଜଣକ ହେଲେ ଦିଲ୍ଲୀର କୋମଲ୍। ତାଙ୍କର ଜିଦ୍ ଆଗରେ କେବଳ ଶଶୁର ନୁହଁନ୍ତି , ବରଂ ଗାଆଁର ସରପଞ୍ଚ ବି ମୁଣ୍ଡ ନୁଆଁଇଛନ୍ତି। ଗାଆଁର ମୁଖିଆ ନିଜ ଗ୍ରାମରେ ୨୫୦ ଶୌଚାଳୟ ନିର୍ମାଣ କରିଛନ୍ତି। ଏହି ଶୌଚାଳୟ ନିର୍ମିତ ହେବା ଆଗରୁ ଲୋକେ ସେହି ଗାଆଁରେ ଖୋଲା ଜାଗାରେ ଶୌଚ କରୁଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଲୋନିର ନିଠୌରା ଗ୍ରାମକୁ ଗତ ସୋମବାର ଦିନ ନରୱେର ପ୍ରଧାନମନ୍ତ୍ରୀ ଏରନା ସେଲବର୍ଗ ପରିଦର୍ଶନ କରିବାକୁ ଆସିଥିଲେ। ସେହି ସମୟରେ ଗାଆଁରେ ଶୌଚାଳୟ ନିର୍ମାଣ ଲାଗି ପ୍ରବର୍ତ୍ତାଇଥିବା ଦିଲ୍ଲୀର ବୋହୂ କୋମଲଙ୍କୁ ବି ସେ ଭେଟିଥିଲେ। ସେ କୋମଲଙ୍କର ଉଚ୍ଚ ପ୍ରଶଂସା କରି ‘ୱେଲ ଡନ୍’ ବୋଲି କହିଥିଲେ। କୋମଲଙ୍କର ଦିଲ୍ଲୀର ଦକ୍ଷିଣପୁରୀ ଅଞ୍ଚଳର ବାଦଲ କୁମାରଙ୍କ ସହିତ ବିବାହ ହୋଇଥିଲା। ବାହାଘର ପରେ କୋମଲ ନିଠୌରା ଗାଆଁକୁ ଆସିଥିଲେ।