ମଜଭୁତ ଅସ୍ଥି ପାଇଁ କେବଳ କ୍ୟାଲସିଅମ୍‌ ଖଣିଜସାର ଯଥେଷ୍ଟ ବୋଲି ଅନେକଙ୍କର ଧାରଣା। ବାସ୍ତବରେ ଅସ୍ଥି ସ୍ୱାସ୍ଥ୍ୟ ହେଉଛି ଏକ ଜଟିଳ ଗତିଶୀଳ ପ୍ରକ୍ରିୟା ଯହିଁରେ ବହୁ ପୁଷ୍ଟିକର ତତ୍ତ୍ୱ ସମନ୍ୱୟରେ କାମ କରିଥାଏ। ସେଥିରୁ ଗୋଟିକର ଅଭାବ ଅସ୍ଥିର ଘନତ୍ବକୁ ବିପଦରେ ପକାଇପାରେ ଏବଂ ହାଡ଼ ଭାଙ୍ଗିବାର ଆଶଙ୍କା ବଢ଼ାଇପାରେ। ଅସ୍ଥି ପାଇଁ କ୍ୟାଲ୍‌ସିଅମ୍‌ ବ୍ୟତୀତ ଆଉ କ’ଣ ଆବଶ୍ୟକ ସେ ବାବଦରେ ଜାଣିବା। 

Advertisment

ପର୍ଯ୍ୟାପ୍ତ ଭିଟାମିନ ଡି ବିନା ଆମ ଶରୀର ଦକ୍ଷତାର ସହିତ କ୍ୟାଲ୍‌ସିଅମ୍‌ ଶୋଷଣ କରିପାରେ ନାହିଁ। ପର୍ଯ୍ୟାପ୍ତ କ୍ୟାଲ୍‌ସିଅମ୍‌ ଗ୍ରହଣ ସତ୍ତ୍ୱେ କମ୍ ଭିଟାମିନ ଡି ସ୍ତର ହେଉଛି ଅଷ୍ଟିଓପେନିଆ କିମ୍ବା ଅଷ୍ଟିଓପୋରୋସିସ ପରି ରୋଗର ଏକ ସାଧାରଣ କାରଣ। ସୂର୍ଯ୍ୟକିରଣ, ଚର୍ବିଳ ମାଛ ଆଦି ହେଉଛି ଭିଟାମିନ ଡି’ର ସର୍ବୋତ୍ତମ ଉତ୍ସ। ଭିଟାମିନ ଡି’କୁ ସକ୍ରିୟ ରୂପରେ ପରିଣତ କରିବା ଏବଂ ଅସ୍ଥିରେ କ୍ୟାଲସିଅମ୍‌ର ଏକୀକରଣକୁ ସହଜ କରିବାରେ ମ୍ୟାଗ୍ନେସିଅମ୍‌ ଖଣିଜସାର ସାହାଯ୍ୟ କରେ। କମ୍ ମ୍ୟାଗ୍ନେସିଅମ୍‌ ରହିଲେ ଦୁର୍ବଳ ଅସ୍ଥି ଗଠନ ଏବଂ ମାଂସପେଶୀରେ କ୍ରାମ୍ପ ହୋଇପାରେ। ତେଣୁ ମ୍ୟାଗ୍ନେସିଅମ୍‌ ପାଇବା ପାଇଁ ଖାଦ୍ୟରେ ଶୁଷ୍କ ଫଳ, ଶସ୍ୟବୀଜ, ଡାଲି ଓ ପତ୍ରଯୁକ୍ତ ସବୁଜ ପନିପରିବା ସାମିଲ କରନ୍ତୁ। ସେହିପରି ରକ୍ତବାହୀ ନଳୀରେ କ୍ୟାଲସିଫିକେସନ୍ ଆଶଙ୍କା ହ୍ରାସ କରୁଥିବା ଭିଟାମିନ୍ କେ୨ ପାଇଁ ଅଣ୍ଡା କେଶର, ଦହି ଓ ଛେନା ଆଦି ଲୋଡ଼ା। ହାଡ଼କୁ କଠିନ କରିବାରେ ଫସ୍‌ଫରସ୍‌ ଖଣିଜର ଭୂମିକା ଗୁରୁତ୍ବପୂର୍ଣ୍ଣ।

ଅସ୍ଥିର ସୁସ୍ଥତା ପାଇଁ ବହୁ ପୁଷ୍ଟିକର ତତ୍ତ୍ୱର ସମନ୍ବିତ ଭୂମିକା ରହିଛି। ସେଥିରୁ ଗୋଟିକର ଅଭାବ ଅସ୍ଥିର ଘନତ୍ବକୁ ବିପଦରେ ପକାଇ ହାଡ଼ ଭାଙ୍ଗିବା ଆଶଙ୍କା ବଢ଼ାଇପାରେ।

 ଏହା କ୍ଷୀର, ମାଛ, ମାଂସ ଓ ଡାଲିରୁ ମିଳେ। ସେହିପରି ଜିଙ୍କ୍ ଖଣିଜସାର ଅସ୍ଥି ନିର୍ମାଣକାରୀ ‘ଅଷ୍ଟିଓବ୍ଲାଷ୍ଟ’ ପ୍ରକ୍ରିୟାକୁ ସମର୍ଥନ କରେ। ସାମୁଦ୍ରିକ ଖାଦ୍ୟ, ମାଂସ, ଶସ୍ୟବୀଜ ଓ ବାଦାମ ଭଳି ଜିଙ୍କ୍-ସମୃଦ୍ଧ ଖାଦ୍ୟ ହାଡ଼ ପରିବର୍ତ୍ତନ ସନ୍ତୁଳନ ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ସେହିପରି ପୋଟାସିଅମ୍‌ ଖଣିଜସାର ଅସ୍ଥିର ସଂରକ୍ଷଣକୁ ସମର୍ଥନ କରିଥାଏ, ଯାହା କଦଳୀ, ଆଳୁ, ପତ୍ରଯୁକ୍ତ ପନିପରିବା ଓ ବିନ୍‌ରୁ ମିଳେ। କୋଲାଜେନ୍ ସଂଶ୍ଳେଷଣ ଏବଂ ଅସ୍ଥିଭଙ୍ଗା ଆରୋଗ୍ୟ ପାଇଁ ଭିଟାମିନ୍ ସି ଅତ୍ୟାବଶ୍ୟକ। କମଳା, ଲେମ୍ବୁ ଓ ଅଙ୍ଗୁର ପରି ସାଇଟ୍ରସ୍ ଫଳ ସମେତ କୋଳି, ଲଙ୍କା ଓ ଗୋଲମରିଚରୁ ଏହା ମିଳିପାରିବ। ତେଣୁ ଅସ୍ଥିର ଉତ୍ତମ ସ୍ବାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାର ଭିଟାମିନ୍, ଖଣିଜ ପଦାର୍ଥ ଓ ପ୍ରୋଟିନ୍ ସମ୍ବଳିତ ସନ୍ତୁଳିତ ଖାଦ୍ୟ ସହିତ ଓଜନ ବହନ ବ୍ୟାୟାମ ଏବଂ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ଜରୁରି।