ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦରଙ୍କ ପ୍ରଥମ ପସନ୍ଦ ସଚିନ୍ ନୁହଁନ୍ତି। ଅନ୍ୟ ଜଣେ ଭାରତୀୟ ଅଛନ୍ତି, ଯାହାଙ୍କୁ ସୀମା ସଚିନଙ୍କ ପୂର୍ବରୁ ପସନ୍ଦ କରୁଥିଲେ। ସୀମା ହାଇଦରଙ୍କ ପ୍ରେମ କାହାଣୀ ଯେତିକି ଆକର୍ଷଣୀୟ ସେତିକି ଆକର୍ଷଣୀୟ ତାଙ୍କ ଚଳଚ୍ଚିତ୍ର ମଧ୍ୟ। ସୀମା ତାଙ୍କ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିଲେ। ସେ ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ସ୍ୱାମୀ ସଚିନ ମୀନାଙ୍କ ସହ ଗ୍ରେଟର ନୋଏଡାରେ ରହୁଛନ୍ତି। ଯଦିଓ ସଚିନ୍ ଓ ସୀମାଙ୍କ ପ୍ରେମ କାହାଣୀ ସଭିଙ୍କୁ ଜଣା, କିନ୍ତୁ ଆପଣ ଜାଣନ୍ତି କି ସୀମାଙ୍କର ପ୍ରଥମ ପସନ୍ଦ ଅନ୍ୟ ଜଣେ ବ୍ୟକ୍ତି। ହଁ, ସୀମା ନିଜେ ଏହା ପ୍ରକାଶ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ କ୍ରିକେଟର ବିରାଟ କୋହଲିଙ୍କ ପ୍ରତି ତାଙ୍କର ପ୍ରେମ ପ୍ରକାଶ କରିଛନ୍ତି।
ସୀମା କହିଛନ୍ତି ଯେ ସେ ବିରାଟ କୋହଲିଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କୁ ମଧ୍ୟ ଭେଟିବାକୁ ଚାହାଁନ୍ତି। ସୀମାଙ୍କ ରୁମ୍ରେ ବିରାଟ କୋହଲିଙ୍କ ଫଟୋ ମଧ୍ୟ ଅଛି। ଯେତେବେଳେ ସୀମାଙ୍କୁ ପଚରାଯାଇଥିଲା କି ଆପଣ ଯେତେବେଳେ ଦିନରାତି ରୁମ୍ରେ ବିରାଟଙ୍କୁ ଦେଖନ୍ତି ସେତେବେଳେ ସଚିନ ଈର୍ଷା କରନ୍ତି ନାହିଁ? ଏହାର ଉତ୍ତରରେ ସୀମା କହିଛନ୍ତି ଯେ ‘‘ସଚିନ ଆଦୌ ଈର୍ଷା କରନ୍ତି ନାହିଁ। କାରଣ ସେ ନିଜେ ବିରାଟ କୋହଲିଙ୍କ ପ୍ରଶଂସକ ଅଟନ୍ତି। ଯେତେବେଳେ ସଚିନଙ୍କୁ ବିଶ୍ୱକପରେ ବିରାଟଙ୍କ ପ୍ରଦର୍ଶନ ବିଷୟରେ ପଚରାଗଲା ତ ସେ କହିଥିଲେ ‘‘ମୁଁ ମଧ୍ୟ ବିରାଟଙ୍କ ପ୍ରଶଂସକ, ତେଣୁ ଯଦି ସୀମା ବିରାଟଙ୍କୁ ପସନ୍ଦ କରନ୍ତି, ତେବେ ମୋର ଏଥିରେ କୌଣସି ଅସୁବିଧା ନାହିଁ।’’
ଆପଣ ଜାଣନ୍ତି ଯେ ସଚିନ୍ ମୀନା ଏବଂ ସୀମା ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଛନ୍ତି। ଉଭୟ ନିଜ ଘର ଏବଂ ଜୀବନଶୈଳୀକୁ ସେହି ଚ୍ୟାନେଲ୍ରେ ଦେଖାନ୍ତି। ନିକଟରେ ସଚିନ ପ୍ରକାଶ କରିଛନ୍ତି ଯେ ୟୁଟ୍ୟୁବରୁ ପ୍ରଥମ ରୋଜଗାର କରିବା ପରେ ସେ ତାଙ୍କ ପତ୍ନୀ ସୀମାଙ୍କୁ ଉପହାର ସ୍ୱରୂପ ଏକ ମଙ୍ଗଳସୂତ୍ର ଦେଇଛନ୍ତି। ୟୁଟ୍ୟୁବରୁ ସଚିନଙ୍କ ପ୍ରଥମ ରୋଜଗାର ୪୫ ହଜାର ଟଙ୍କା ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/852e6f68-b092-498f-9885-bcaac4eb6c1a.jpg)