ନୂଆଦିଲ୍ଲୀ: ସାଧାରଣତଃ ମଣିଷକୁ ଦିନକୁ ୬ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। କାରଣ ଏହା ଆମ ସ୍ବାସ୍ଥ୍ୟପକ୍ଷେ ହିତ ବୋଲି କୁହାଯାଇଥାଏ ।
ନିଦକୁ ନେଇ ଭିଏତନାମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କର ନାମ ହେଉଛି ଥାଇ ଏନଜୋକ । ସେ ଦୀର୍ଘ ୬୧ବର୍ଷ ହେବ ଶୋଇ ନାହାନ୍ତି। ଏହି ଘଟଣାକୁ ନେଇ ସେ ଚର୍ଚ୍ଚାରେ ବି ରହିଛନ୍ତି।

Advertisment

ଥାଇ ଏନଜୋକ କହନ୍ତି, ‘ଏକଦା ମୋତେ ଜ୍ୱର ଆସିଥିଲା। ଏହି ଜ୍ବର ଭଲ ହେବା ପରେ ମୋତେ ଆଉ ନିଦ ହୋଇ ନଥିଲା। ମୁଁ ପ୍ରଥମେ ପ୍ରଥମେ ଭାବିଥିଲି ବୋଧ ହୁଏ ଦେହଭଲ ନଥିବାରୁ ଖାଇଥିବା ଔଷଧ ପ୍ରଭାବ ହେତୁ ମୋ‌ତେ ନିଦ ଲାଗୁନାହଁ। କିନ୍ତୁ ଦିନପରେ ଦିନ ବିତିଗଲା ମୋତେ ନିଦ ହେଲା ନାହିଁ। ଏପରି ଭାବେ ଆଜିକୁ ୬୧ବର୍ଷ ହେବ ମୁଁ ଶୋଇ ନାହିଁ। ରାତିରେ ଆଖି ବନ୍ଦ କଲେ ନିଦ ତ ଆସି ନଥାଏ, ବରଂ ମନ ବିଚଳିତ ହୋଇପଡେ, ତେଣୁ ମୁଁ ଉଠି ପଡ଼ି ମୋର ବାକି ଥିବା କାମକୁ ଶେଷ କରିବାକୁ ଚେଷ୍ଟା କରିଥାଏ।’

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମେ ଦିନେ ନଶୋଇଲେ କେତେ କ୍ଳାନ୍ତ ଲାଗିଥାଏ। ମାତ୍ର ଏନଜୋକ ୬୧ବର୍ଷ ହେବ ଶୋଇ ନଥିବା ବେଳେ ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପକାଇ ନାହିଁ। ୮୦ ବର୍ଷ ବୟସରେ ବି ଏନଜୋକ ବୁଲିବା, ଜମିରେ କାମ କରିବା ଆଦି ସବୁକିଛି କାମକୁ ଫୁର୍ତ୍ତିରେ କରିପାରୁଛନ୍ତି । ଏମିତି କି ଅନ୍ୟ ଲୋକଙ୍କ ଅପେକ୍ଷା ତାଙ୍କୁ କମ କ୍ଲାନ୍ତ ଲାଗିଥାଏ ବୋଲି ସେ କହିଛନ୍ତି।