ଫେସ୍ବୁକ୍ ଜରିଆରେ ଆଣ୍ଡ୍ରଏଡ୍ ମୋବାଇଲ ଉପଭୋକ୍ତା ବର୍ତ୍ତମାନ ଫୋନ୍ ରିଚାର୍ଜ୍ କରିପାରିବେ, ଏହା କେବଳ ଭାରତୀୟ ବ୍ୟବହାକାରୀଙ୍କ ଲାଗି ଉଦ୍ଦିଷ୍ଟ। ଏଥିପାଇଁ ଆପଣଙ୍କ ଫେସ୍ବୁକ୍ ଆଣ୍ଡ୍ରଏଡ୍ ଆପ୍ ଲାଟେଷ୍ଟ୍ ହୋଇଥିବା ଦରକାର।
ଉପର ଡାହାଣ ପଟେ ଦେଖାଯାଉଥିବା ୩ଟି ଗାରର ଆଇକନ୍ରେ କ୍ଲିକ୍ କରନ୍ତୁ।
ବର୍ତ୍ତମାନ ଏହି ଡ୍ରପ୍ ଡାଉନ୍ ମେନ୍ୟୁରେ ଥିବା See More (ସି ମୋର୍) ଅପ୍ସନ୍ରେ କ୍ଲିକ୍ କରନ୍ତୁ।
ଏବେ ଆପଣଙ୍କୁ ମୋବାଇଲ୍ ରିଚାର୍ଜ୍ ଅପସନ୍ ଦେଖାଯିବ, ଏଥିରେ କ୍ଲିକ୍ କରନ୍ତୁ।
ଏହାପରେ ଯେଉଁ ମାଧ୍ୟମ ଦେଇ ଆପଣ ପୈଠ କରିବାକୁ ଚାହୁଁଛନ୍ତି ସେ ଅନୁସାରେ ପେମେଣ୍ଟ୍ ଅପ୍ସନ୍ରେ କ୍ଲିକ୍ କରନ୍ତୁ।
(ବର୍ତ୍ତମାନ କେବଳ କ୍ରେଡିଟ୍ ଓ ଡେବିଟ୍ କାର୍ଡରୁ ପେମେଣ୍ଟ୍ କରିପାରିବେ। ଅନ୍ୟାନ୍ୟ ପେମେଣ୍ଟ୍ ଅପ୍ସନ୍ ଯେମିତିକି ଇଣ୍ଟର୍ନେଟ୍ ବ୍ୟାଙ୍କିଂ, ମୋବାଇଲ୍ ପେ ଓ୍ଵାଲେଟ୍ କିମ୍ବା ୟୁପିଆ ପେମେଣ୍ଟ୍ ଅପ୍ସନ୍ ଉପଲବ୍ଧ ନାହିଁ।)
ପେମେଣ୍ଟ୍ ଅପ୍ସନ୍ ପସନ୍ଦ କରି କ୍ଲିକ୍ କଲା ପରେ ଆଉ ଏକ ପେଜ୍ ଖୋଲିବ। ଏଠାରେ ଆପଣ ରିଚାର୍ଜ୍ କରିବାକୁ ଥିବା ମୋବାଇଲ ନମ୍ବର ଦେଇ ଟେଲିକମ୍ ଅପରେଟର୍କୁ ସିଲେକ୍ଟ୍ କରନ୍ତୁ। ଆପଣ ଏହି ସମସ୍ତ ଆବଶ୍ୟକୀୟ ଜିନିଷ କରିସାରିବା ପରେ ରିଚାର୍ଜ୍ ଅପ୍ସନ୍ସ୍ ବା ପ୍ଲାନ୍କୁ ସିଲେକ୍ଟ୍ କରିପାରିବେ।
ଆପଣ ଡେବିଟ୍/ କ୍ରେଡିଟ୍ କାର୍ଡର ନମ୍ବର ଓ ଅନ୍ୟ ବିବରଣୀ ଦେବା ପରେ ପେମେଣ୍ଟ ଅପସନ୍ ଦେବା ପରେ ଆପଣଙ୍କ ରେଜିଷ୍ଟାର୍ଡ ମୋବାଇଲ୍କୁ ଏକ ଓଟିପି ଆସିବ।
ଏବେ ଆପଣଙ୍କୁ OTP ବା 3D ସିକ୍ୟୋର ପାସ୍ଓ୍ଵର୍ଡ୍ ଦେବାକୁ ପଡ଼ିବ। ପେମେଣ୍ଟ୍ ହୋଇ ସାରିଲା ପରେ ଆପଣଙ୍କୁ କନ୍ଫର୍ମେସନ୍ ରସିଦ ଆସିବ।