ଏଣିକି ଗରିବ ଲୋକମାନଙ୍କୁ ମାଗଣାରେ ମିଳିବ ଚିକିତ୍ସା ସୁବିଧା!

0

ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ସହ ଗରିବ ଲୋକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି। ଏଣିକି ଗରିବ ଲୋକମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସରକାର ‘ଆୟୁଷ୍ମାନ ଭାରତ’ ନାମରେ ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ରୋଗୀମାନଙ୍କୁ ମେଡିକାଲରେ ଭର୍ତ୍ତି ହେବା ପୂର୍ବରୁ ଏବଂ ପରର ଚିକିତ୍ସା ବାବଦକୁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏହାସହ ରୋଗୀଙ୍କୁ ମେଡିକାଲରୁ ଘରେ ଛାଡିବାର ମଧ୍ୟ ବ୍ୟବସ୍ଥା କରାଯିବ। କୌଣସି ଗରିବ ବ୍ୟକ୍ତିଙ୍କର ଯେତେ ପୁରୁଣା ରୋଗ ଥିଲେ ମଧ୍ୟ ଏହି ଯୋଜନାରେ ମାଗଣାରେ ଚିକିତ୍ସା କରାଯିବ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚ ପଦସ୍ଥ ସୂତ୍ର ଅନୁସାରେ, ୧୦ କୋଟି ଗରିବ ପରିବାରଙ୍କୁ ଏଣିକି ମାଗଣାରେ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ବୀମା କଂପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ଅତି କମରେ ମେଡିକାଲରୁ ଛୁଟି ମିଳିବା ପରେ ରୋଗୀକୁ ତାଙ୍କ ଘରେ ନେଇ ଛାଡିବାର ପୂରା ବ୍ୟବସ୍ଥା ମଧ୍ୟ ସେମାନଙ୍କୁ ହିଁ କରିବାକୁ ପଡିବ। ଯଦିଓ ସରକାର ଗରିବ ରୋଗୀଙ୍କ ପାଇଁ ଘରୁ ମେଡିକାଲ ପର୍ଯ୍ୟନ୍ତ ଆଣିବାର ଖର୍ଚ୍ଚ ଦେଇରଖିଛନ୍ତି ତେବେ ଏହା ଏକ ପ୍ରକାରେ ସୁନିଶ୍ଚିତ କି ଏବେ ସେମାନଙ୍କୁ ମାଗଣା ଚିକିତ୍ସା ପରେ ମାଗଣାରେ ଘରେ ଛାଡିବାର ବ୍ୟବସ୍ଥା କରିବା ପାଇଁ ବି ସରକାର ପ୍ରସ୍ତୁତ ଅଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ବଜେଟ୍‌ ଅଧିବେଶନରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦେଶର ପାଖାପାଖି ୧୨ କୋଟି ଗରିବ ପରିବାର ତଥା ପ୍ରାୟ ୫୦ କୋଟି ଲୋକଙ୍କୁ ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ମାଗଣା ଖର୍ଚ୍ଚ ଉପଲବ୍ଧ କରାଇବାକୁ ଯୋଜନା କରାଯିବା ନେଇ ଘୋଷଣା କରିଥିଲେ। ଏହାପରେ ଉଭୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ନୀତି ଆୟୋଗ ଏହି ଯୋଜନାକୁ କାର୍ଯ୍ୟାକାରୀ କରିବାକୁ ପୁରାପୁରି ଲାଗିପଡିଛନ୍ତି। ଏଥିପାଇଁ ୧୩୦୦ ରୋଗ ଏବଂ ତାର ଚିକିତ୍ସା ପ୍ୟାକେଜ୍‌ ମଧ୍ୟ ପ୍ରସ୍ତୁତ କରାଯାଇ ସାରିଛି ଏବଂ ସ୍ୱାସ୍ଥ୍ୟ ବୀମା କଂପାନୀମାନଙ୍କ ସହିତ ଏନେଇ ଆଲୋଚନା ମଧ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.