ଭଗବାନ ବିଷ୍ଣୁଙ୍କୁ ପାଳନ କର୍ତ୍ତା ବୋଲି କୁହାଯିବାବେଳ ଶିବଙ୍କୁ ସଂହାରକର୍ତ୍ତା ବୋଲି କୁହାଯାଇଥାଏ। ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ଏ ଦୁଇ ଭଗବାନ ପରସ୍ପରର ପୂଜା କରିଥା’ନ୍ତି। ତେବେ ଲିଙ୍ଗ ପୁରାଣରେ ଏହି ଦୁଇ ଦେବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିବାର ଉଲ୍ଲେଖ ରହିଛି।
ହିରଣ୍ୟକଶିପୁକୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରିଥିଲେ। ଭଗବାନ ଯେତେବେଳ ନୃସିଂହାବତାର ରୂପ ନେଲେ,ସେତେବେଳେ ସମସ୍ତେ ଭୟଭୀତ ଓ ଭୀତତ୍ରସ୍ତ ହେଲେ। ଭଗବାନ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦକୁ ରକ୍ଷା କରି ହିରଣ୍ୟକଶିପୁକୁ ମାରିବାପରେ ମଧ୍ୟ ତାଙ୍କର କ୍ରୋଧ ଶାନ୍ତ ହେଲା ନାହିଁ। ସେ ସେହି ସମୟ ମହାଦେବଙ୍କ ନିକଟରେ ପହଞ୍ଚିଲେ।

Advertisment

publive-image
ଦେବଗଣ ଓ ମନୁଷ୍ୟଗଣ ନୃସିଂହ ଅବତାରରେ ଭୟଭୀତ ହେବାର ଦେଖି ଶିବ ତାଙ୍କର ଅଂଶ ବୀରଭଦ୍ରଙ୍କୁ ଭଗବାନ ବିଷ୍ଣୁଙ୍କ କ୍ରୋଧ ଶାନ୍ତ କରିବାର ଆଦେଶ ଦେଲେ। ବୀରଭ୍ରଦ ଭଗବାନ ନୃସିଂହଙ୍କ ନିକଟରେ ପହଞ୍ଚି ତାଙ୍କର ସ୍ତୁତିଗାନ କରିବାରେ ଲାଗିଲେ,କିନ୍ତୁ ନୃସିଂହଙ୍କର କ୍ରୋଧାଗ୍ନି ଶାନ୍ତ ହେଲା ନାହିଁ।ଏହାପରେ ବୀରଭଦ୍ର ଉତ୍‌କ୍ଷିପ୍ତ ହୋଇଉଠିଲେ। ଶିବଙ୍କ କୃପାରେ ବୀରଭ୍ରଦଙ୍କ ରୂପ ଅତ୍ୟନ୍ତ ଭୟାନକ,ବ୍ୟାପକ ତଥା ବିସ୍ତୃତ ହୋଇଗଲା। ଭଗବାନ ଶିବ ତାଙ୍କ ଲାଞ୍ଜରେ ନୃସିଂହଙ୍କୁ ଗୁଡ଼ାଇ ଛାତିରେ ପ୍ରହାର କରି ଉଡ଼ିବାରେ ଲାଗିଲେ। ତା’ପରେ ଯାଇ ନୃସିଂହଙ୍କ କ୍ରୋଧାଗ୍ନି ଶାନ୍ତ ହୋଇଥିଲା। ସେହି ସମୟରେ ଶଙ୍କରଙ୍କର ରୂପ ଅଧାମୃଗ ତଥା ଶେଷ ଶରଭ ପକ୍ଷୀ ଭଳି ହୋଇଯାଇଥିଲ। ।