ବଛର୍ କେ ବଛର୍ ନୂଆଁଖାଇର ବଡ଼ା ଗହ ଗହ ଭିତ୍ରେଁ ଗାଁ ଭୂଇଁମାନ୍କେଁ ଚାଲି ଆଉଛେ। ନୂଆଁଖାଇ ଭେଟ୍ଘାଟ୍ ବଲି ଗୁଟେ ନୂଆଁ ପରମ୍ପରା ଗାଁ ଗଅଁଲିନୁ ସହର ନଗର ଚାରିଆଡ଼େ ଫଏଲି ଯାଉଛେ। ଗୁଟେ ନୂଆଁ ଷ୍ଟାଟସ୍ ଥିଁ ନୂଆଁଖାଇ ନୂଆଁ ପରିବେଶ ଦେଇକରି ଚାଲୁଛେ। ପୂର୍ବେ ଏତେ କଥା ନାଇଁ ଥାଇଁ। ପଶ୍ଚିମ ଉଡ଼ିଶା ଆର୍ ଛତିଶଗଡ଼ର ପୂର୍ବାଞ୍ଚଳ ଭିତ୍ରେଁ ନୂଆଁଖାଇ ପୁର୍ଖାଦିନୁ ଚାଲି ଆସୁଥିଲା। ପୁର୍ଖାର୍ ଲୁକେ ନୂଆଁଖାଇ ଭିନ୍ ଭିନ୍ ଦିନେ ମାନୁଥିଲେ। ନୂଆଁଖାଇ ବଏଲେ ମନ୍ କେତ୍ନି କେତେ ଉଷତ୍ ଲାଗୁଥିଲା। ଝାଁକର୍ ଗାଁ ଖୁଲିଁ ଡାକ୍ ପାରିନେଲେଁ ମନ ହରବରେଇ ଯାଉଥିଲା। ଝାଁକର୍ ଗାଁ’ର୍ ଗ୍ରାମଦେବତା, ଦେବୀ ମାନ୍କର୍ ପାଶେଁ ନୂଆଁଧାନ ଚଢ଼େଇକରି ଘର ଘର ନୂଆଁଧାନ ଦଉଥିଲା। ଇହାଦେ ହଲେ ସେ ପରମ୍ପରା ଚାଲୁଛେ। ଘରର୍ ମୁଖିଆ ଘରେ ନିଜର ଇଷ୍ଟ ଦେଦେବତାମାନ୍କୁଁ ପୂଜା କରିଆସୁଛନ୍। କ୍ଷେତେଁ ଦନାଥିଁ ଦୀପ୍ଟେ ଜାଲି କରି ଗୁରସ୍ ଧାରେ ରୁକି କରି ପୂଜା କରସନ୍। ଚାଷ୍ବାସ୍ ଭିତ୍ରେଁ ନୂଆଁଖାଇ ସମିଆର ପରିବେଶ ଅଲଗା ଆୟ। ବନ୍କଁଟା ପାଏନ୍ ଟିପ୍ ଟିପ୍। କ୍ଷେତ୍ର ଧାନ ଭୁଦୋର୍ ଧୁକା ଥିଁ ଲହସୁ ଥିସି। ବନହେଁ କଏଁଫୁଲ୍, ଆରିଁ ଚଁପା। କେନ୍କେନ୍ତା ପଦମ୍ଫୁଲ୍। ମୁଗ୍ଫଲି ଟିକ୍ରାର ମୁଗ୍ଫଲି ଫୁଲ୍ ଫୁଟୁଥିବା ଆଉ ମୁଗ୍ଫଲି ପାଲ୍ ମାଏଟ୍ କେ ଢୁକୁଥିବା। ଟିକ୍ରାଧାନ ଦାଏବାର୍ ବତର୍ ଧରି ଆସୁଥିବା ପାଏନ୍ ଦରୋ ଦରୋ ବର୍ଷିକରି ଚାଷ୍ର ସମିଆ କେ ବର୍କସ୍ କରିନେଇଥିବା। ଏନ୍ତା ଭୁଦୋ ମାସର୍ ପଞ୍ଚମୀ ଦିନେ ବଛରର୍ ଏଖେର୍ ଗୁଟେ ଦିନେ ସଭେ ନୂଆଁ ଖାଏମା ବଲି କେତେ ବରଷ୍ ତଳୁଁ ସଭେ ମାନି ଆଉଛୁଁ। ନୂଆଁଖାଇ ନୂଆଁ ଜୀବନ ଦେଶି। ଗାଁ ‘ଗୁଡ଼ିଭାଡ଼ି ନ ଆଘୋ ନୂଆଁ ଲାଗ୍ସି। ସିଆନ୍ମାନ୍କୁଁ ସାନ୍ମାନେ ଗୋଡ଼ ଧରି କରି ଜୁହାର୍ଭେଟ୍ ହେବାର ଭାବ୍ ନୂଆଁଖାଇର ଭାଇ ଭାବର୍ କଥା କଥା ଆୟ। ଗୁଟେ କଥା ଅଛେ: ‘ଭାଇ ନୁ ଶତ୍ରୁ ନାଇଁ.... ଭାଇଁ ନୁ ମିତ୍ର ନାଇଁ...।’ ଛିକ୍ରା ଛାର୍ କଥା ଲାଗି ବରଷ୍ ଭଏର୍ କେତେ ମୁହୁଁ ରୁଷାଫୁଲା। ହାତେ ବିତେ ଜମିନ୍ ଲାଗି ପଟ୍ଅପଟ୍। ନୂଆଁଖାଇ ଦିନେ ସେ ସବୁ କଥା ତାର୍ ସୁଖେଁ ମେଟି ଯାଏସି। ମନ୍ ଗଦ୍ ଗଦ୍ ଥିସି ତ।
ଇ ଦିନେ ଧୂରିଆ ନୁ ନୌକିରି ଚାକିରି କରୁଥିବା ପରିବାର କୁଟୁମ୍ ଭିତ୍ରେ ଏକେସାରି ନୂଆଁଖାଏବାର୍ ଲାଗି ବଡ଼ା ଧୁରୁ ଆସିଥିସନ୍। ପିଲାଛୁଆ, ନାତି ନାତେନ୍ ସଭେ ମହାନ୍ ଖୁସ୍ ଥିସନ୍। ଘରେଁ ଘରେଁ ପରା ପାଟ୍କେ ଅଢ଼ିଆ ଦିଆ ନିଆ ଆଗର୍ ଦିନୁ ସରି ଯାଇଥିସି। କାହାର୍ ହେଲା ନାଇଁ ହେଲା ଗାଁ’ର ଗଁତିଆ କି ମୁଖିଆ ମାନେ ବୁଝା ବିଚ୍ରା କର୍ସନ୍।
ଘରର୍ ମାଏଝି ଟୁକେଲ୍ ବହ ଭୁଆସେନମାନେ ଆଘୋର୍ ଦିନୁ ଘର୍ ଦୁଆର୍ ଧୁଆମଜା ସାରି ଦେଇଥିସନ୍। ଗୁଟେ ଅଧେ ଢେଁକି ଗାଁ ଭିତ୍ରେ ଗୁଟେ ଥିବା ଯେ ଚାଉଳ ଚୁନା କୁଟିକରି ନୂଆଁଖାଇ ଦିନର୍ ରାତୁଁ ସୁଆଁଲି ବରା ବନେଇ ଥିବେ। ନୂଆଁଖାଇ ଦିନେ ‘ଛ’ ତୁନ୍ ନ ଭଜା’ ମହୁଲ୍ ପତର୍ ଦନା ଖଲି ଥିଁ ଖାଏବାର୍ ଅଲଗ୍ ସୁକ୍। ଘରର୍ ବଡ଼ ସିଆନ୍ ନୂଆଁଧାନର୍ ଚୁରା ଚାଉଲ୍ ଗୁର୍ ଘି ଦେଇକରି ପାଗି ରଖିଥିବେ। ସଭେ ନୂଆଁ ନୂଆଁ କପଡ଼ାଲତା ପିନ୍ଧିକରି ନୂଆଁ ଖାଏବାର୍ ସମିଆକେ ଟାଖି ଥିବେ। ବଡ଼ ବଡ଼ ପରିବାର୍ ଗୁଟେ ଦୁଆେଁ ଥିଲେଁ ମନର୍ ମଏଲା ନାଇଁଥିଲେ ବଡ଼୍ଖାର୍ ଘରେଁ ନୂଆଁ ଖିଆ। ଏନ୍ତା କେତେ କେତେ ଗାଁ ଅଛେ ଗାଁ ଯାକ ସଭେ ଗୁଟେ ଠାନେ ନୂଆଁ ଖାଉଛନ୍। ଏସୁର୍ ସେ କଥା କରୋନା ଲାଗି ଚେତି କରି ରହେବାକେ ହେବା। କେନ୍ସି ନୂଆଁଖାଇର ସମିଆ ଏନ୍ତା ନାଇଁ ଥାଇଁ। ଗୁଡର ପାଦର୍ ରେଣୁ ନେବାର ଭିଲ୍ ନାଇଁ ବନେ। ଧୁରିଆ ନୁ ଜୁହାର୍ ଭେଟ୍ ହେବାକେ ପଡ଼ବା। ଦିନୁ ଦିନ୍କେ କରୋନା ମାଡ଼ି ବସୁଛେ। ବନେ ତାକି ତର୍କି ନାଇଁ ରହେଲେଁ ସଭେ ଅସ୍ଜେଁ ପଡ୍ମାଁ।
ନୂଆଁଖାଇ ଗୁଟେ ମହାନ୍ ପରବ୍ ଆୟ। ଇତାର୍ ମହତ୍ ଭାବ୍ନା କେ ସାରା ଦେଶେଁ ବିଦେଶେଁ ଜନାବାର୍ କେ ପଡ଼ବା। ନୂଆଁଖାଇର ଦିନ୍ ଭାଇ ବନ୍ଧୁ ଭାଇଚାରାର୍ ଦିନ୍ ଆଏ। ନୂଆଁଖାଇ ଦିନର୍ ଦିନେ କାହାର୍ କେତେ ବଛର୍ ହେଲା, କିଏ ବଡ଼, କାହାର୍ ଠାନୁ କିଏ? ଏନ୍ତ ଗୁଟେ ମିଲାଜୁଲା ସମିଆ ଆଏସି। ଜୀବନର୍ କାଏଁ ଠିକ୍, ଆଏଜ୍ ଅଛୁଁ କାଏଲ୍ କେ ନାଇଁ! କିଏ କହିପାରେ ଆଏବା ବଛରର୍ ନୂଆଁଖାଇ କେ କିଏ ଜିଁ ଥିମାଁ କି ମରିଥିମାଁ! ଏନ୍ତା କଥାବାର୍ତ୍ତା ବୁଢ଼ାବୁଢ଼ୀମାନ୍କର୍ ଠାନୁ ଶୁନ୍ବାକେ ମିଲୁଥିସି। ନୂଆଁଖାଇ ଦିନର୍ ବେଲହଉ କୀର୍ତ୍ତନ, ଖେଲ୍, କସ୍ରତ୍, ତାସ୍ଚାଲୁଥିସି। ଭେଟ୍ଘାଟ୍ ବି ଦିନ୍ ସାରା ଚାଲୁଥିସି। ଏନ୍ତା ରଙ୍ଗେଁ ଢଙ୍ଗେଁ ନୂଆଁଖାଇର ସମିଆ ବିତୁଥିସି।
କପାଶିରା, ଅମ୍ବାଭୋନା, ବରଗଡ଼