ନର୍ସ ତାଙ୍କ ଚାକିରି ଜୀବନର ଅନୁଭୂତି ବଖାଣି କହିଲେ, ‘ମୃତ୍ୟୁ ପୂର୍ବରୁ ଅଧିକାଂଶ ରୋଗୀ ଏହି ୫ଟି କଥା ପାଇଁ ଅନୁତାପ କରିଥାଆନ୍ତି’

ନୂଆଦିଲ୍ଲୀ:  ଜଣେ ନର୍ସ ଦୀର୍ଘ ଆଠବର୍ଷ ହେବ ହସ୍ପିଟାଲରେ କାମ କରି ଆସୁଛନ୍ତି। ତେବେ ସେ ତାଙ୍କର ଏହି ଆଠବର୍ଷର ଚାକିରି ଜୀବନ ମଧ୍ୟରେ କିଛିଟା ଅନୁଭୂତି ସେୟାର କରିଛନ୍ତି।

ଏହି ଅନୁଭୂତି ସେୟାର କରି ନର୍ସ ହ୍ୟାଡଲେ ବ୍ଲାହୋସ କହିଛନ୍ତି, ‘ମୃତ୍ୟୁ ପୂର୍ବରୁ ଅନେକ ରୋଗୀ ଅଛନ୍ତି ପୂରା ସ୍ଥିର ହୋଇଯାଆନ୍ତି। କାହାରି ସହିତ କିଛି କଥା ହୁଅନ୍ତି ନାହିଁ। ତାଙ୍କ ମନକୁ ଯାହା ଆସିଥାଏ, ତାହା ଗପି ଥାଆନ୍ତି।

ଆଉ କିଛି ରୋଗୀ ଅଛନ୍ତି, ଯେଉଁମାନେ ହସ୍ପିଟାଲ ବିଛଣାରେ ପଡ଼ି ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଜୀବନରେ କିଛି କରି ପାରି ନଥିବାରୁ ଦୁଃଖ କରିଥାଆନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଅଧିକାଂଶ ରୋଗୀ ମୃତ୍ୟୁ ପୂର୍ବରୁ ୫ଟି କଥାକୁ ନେଇ ବେଶୀ ଅନୁତାପ କରିଥାଆନ୍ତି।’

 

 

View this post on Instagram

 

A post shared by Hadley Vlahos (@nurse.hadley)

ହ୍ୟାଡଲେ କହିଛନ୍ତି, ‘  ରୋଗୀ ଯେତେବେଳେ ଜାଣି ସାରି ଥାଆନ୍ତି କି ସେ ଆଉ ବେଶୀ ଦିନ ବଞ୍ଚିବେ ନାହିଁ, ତାଙ୍କର ‌ଶେଷ ସମୟ ଆସି ଯାଇଛି।  ଏତିକି ବେଳେ ସେମାନେ କହିଥାଆନ୍ତି,‘‘ ଆପଣ ଗଲା ବେଳେ ସାଥୀରେ କିଛି ନେଇ ଯାଆନ୍ତି ନାହିଁ। ସଠିକ ସମୟ ଆସିବ , ତା’ପରେ ମୁଁ କାମ କରିବି। ଏଭଳି ଚିନ୍ତାଧାରାରୁ ଓହରି ଯାଆନ୍ତୁ। ଯେତେବେଳେ ଯାହା ଭାବୁଛନ୍ତି କରି ଦିଅନ୍ତୁ। କାରଣ କାଲି କ’ଣ ହେବ ତାହା କେହି କହି ପାରିବେ ନାହିଁ।’’

ସେହିପରି ଆଉ କିଛି ରୋଗୀ କହିଥାଆନ୍ତି, ‘‘ଏମିତି ହୁଅନ୍ତା କି ମୁଁ ଲୋକଙ୍କୁ ଜଣାଇ ପାରି ଥାଆନ୍ତି କି କେତେ ଭଲ ପାଏ। କାମ ପାଇଁ କମ ଓ ପରିବାର ପାଇଁ ଅଧିକା ସମୟ ଦିଅନ୍ତୁ। କାରଣ କାଲି ସକାଳେ ଯଦି ଆପଣଙ୍କ କିଛି ହୋଇଯାଉଛି ପରିବାର ଆପଣଙ୍କୁ ବହୁତ ଝୁରିବ। ଯାହାବି କରୁଛନ୍ତି ନିଜ ପାଇଁ କରନ୍ତୁ, ଅନ୍ୟ ପାଇଁ କରନ୍ତୁ ନାହିଁ।’’

ସମ୍ବନ୍ଧିତ ଖବର