ନୂଆଦିଲ୍ଲୀ: ବଙ୍ଗଳା ସିନେମାର ଜଣେ ଜଣାଶୁଣା ଅଭିନେତ୍ରୀ ନୁସରତ ଜାହାନ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିଜ ବ୍ୟକ୍ତିଗତ ଜୀବନକୁ ନେଇ ହେଉ କି ପେସାଦାର ଜୀବନକୁ ନେଇ ହେଉ, ତାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ଚଳିତ ବର୍ଷ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହିଥିଲେ। ସ୍ବାମୀ ନିଖିଲ ଜୈନଙ୍କଠାରୁ ଅଲଗା ହେବା ପରେ ମା’ ବନିବା, ଏହା ପରେ ଅଭିନେତା ୟଶ ଦାସଗୁପ୍ତାଙ୍କୁ ନିଜର ସ୍ବାମୀ କହିବା ସହ ନିଜ ପିଲାର ବାପା ବୋଲି କହିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ତେବେ ହଠାତ ବିବାହ ବିଚ୍ଛେଦ ହେବା ଏବଂ ୟଶ ଦାସଗୁପ୍ତାଙ୍କ ସହ ପ୍ରେମ ସଂପର୍କ ଆରମ୍ଭ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଦୁହିଁଙ୍କ ପ୍ରେମ କାହାଣୀ କିଭଳି ଆରମ୍ଭ ହୋଇଥିଲା, ତାହା ଜାଣିବା ପାଇଁ ଅନେକ ସମୟରେ ପ୍ରଶଂସକମାନେ ତାଙ୍କୁ ପ୍ରଶ୍ନ ପଚାରୁଥିବା ବେଳେ ଏବେ ଏହାର ଉତ୍ତର ରଖିଛନ୍ତି ନୁସରତ। ନିଜର ରେଡିଓ ସୋ’ 'ଇସ୍କ ଉଇଥ୍ ନୁସରତ'ରେ ସେ ୟଶଙ୍କ ସହ ତାଙ୍କ ପ୍ରେମ ସଂପର୍କ ବିଷୟରେ ଖୁଲମ ଖୁଲା କହିଛନ୍ତି।
indiatodayସୂଚନା ମୁତାବକ, 'ଇସ୍କ ଉଇଥ୍ ନୁସରତ'କୁ ଅତିଥି ଭାବେ ଆସିଥିଲେ ୟଶ ଦାସଗୁପ୍ତା। ସୋ’ରେ ନୁସରତ ୟଶଙ୍କୁ 'ମୋର ପସନ୍ଦ' ବୋଲି କହି ପରିଚିତ କରାଇଥିଲେ। ଏହି ସମୟରେ, ଯଶ ନୁସରତଙ୍କୁ ପଚାରିଲେ ଯେ, ଆମର ସମ୍ପର୍କ କିପରି ଆରମ୍ଭ ହେଲା? ଏହାର ଉତ୍ତରରେ ନୁସରତ କହିଥିଲେ ଯେ ମୁଁ ତୁମ ସହ ଲୁଚି ପଳାଇଥିଲି। ୟଶ ଏହା ଶୁଣି ଆଶ୍ଚର୍ଯ୍ୟ ହେବା ସହ ପଚାରିଥିଲେ ଯେ, ଫେରାର ହୋଇଯାଇଥିଲ ମାନେ ଆମେ କ’ଣ ରାସ୍ତାରେ ପରସ୍ପରର ହାତ ଧରି ଦୌଡ଼ିଥିଲେ କି? ଏହାର ଉତ୍ତରରେ ନୁସରତ କହୁଛନ୍ତି, ନାଁ...ନାଁ... ମୁଁ ତୁମ ସହ ଫେରାର ହୋଇଯାଇଥିଲି।
ତେବେ ଦୁହିଁଙ୍କ କଥାରୁ ସ୍ପଷ୍ଟ ହୋଇଛି ଯେ, ବିବାହ ପରେ ନୁସରତ ୟଶଙ୍କୁ ମନ ଦେଇ ବସିଥିଲେ। ଏହା ପରେ ପରେ ତାଙ୍କ ପ୍ରେମ ସଂପର୍କ ବଢ଼ିବା ସହ ସେ ୟଶଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Nusrat-Escaped-With-Yash-After-Marriage_Thumbnail.jpg)