ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାକୁ ନେଇ ଭିଡିଓ ଓ ଫଟୋ ପୋଷ୍ଟ ହୋଇଥାଏ। ଯାହାକି ଦେଖୁଦେଖୁ ଭାଇରାଲ ହୋଇଯାଇଥାଏ। ନିକଟରେ ଏମିତି ଏକ ମଜାଦାର ଫଟୋ ସାମ୍ନାକୁ ଆସିଛି।

Advertisment

ସାଧାରଣତଃ ଦେଖିବାକୁ ଗଲେ ଖାଦ୍ୟ ଓ ପାନୀୟ କ୍ରୟ କରୁଥିବା ବେଳେ ସେଥିରେ ଫ୍ୟାଟ, କ୍ୟାଲୋରି, ପ୍ରୋଟିନ ଇତ୍ୟାଦି କେତେ ରହିଛି ତାହା ଉପରେ ଆମେ ନଜର ପକାଇଥାଉ। ତେବେ ଏସବୁ ତାଲିକା କେବଳ ଖାଦ୍ୟ ଓ ପାନୀୟରେ ହିଁ ରହିଥାଏ। ତେବେ କେବେ ଝାଡ଼ୁରେ କେ‌ତେ ଫ୍ୟାଟ, କ୍ୟାଲୋରି, ପ୍ରୋଟିନର ତାଲିକାର ସୂଚନା ଥିବା ଦେଖିଛନ୍ତି କି?

ନିକଟରେ ଏମିତି ଏକ ଝାଡ଼ୁର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏହି ଝାଡ଼ୁର ପ୍ୟାକେଟରେ ପୂରା କ୍ୟାଲୋରି ଚାର୍ଟ ରହିଛି। ଏଥିରେ କଲେ‌‌ଷ୍ଟ୍ରୋଲ, ସୋଡିୟମ, ଫ୍ୟାଟ ଇତ୍ୟାଦି ବିଷୟରେ ସୂଚନା ଦିଆଯାଇଛି।

ତେବେ ଏହି ମଜାଳିଆ ଝାଡ଼ୁ ଚାର୍ଟର ଫଟୋ ସେୟାର କରି କ୍ୟାପସନରେ ଲେଖାହୋଇଛି, ‘ଏହି ଝାଡ଼ୁରେ କ୍ୟାଲୋରି ଚାର୍ଟ ରହିଛି। ଯଦି ଆପଣଙ୍କୁ କେବେ ଖାଇବ‌ାକୁ ମନ ହେବ ତ।’ ମଜାଳିଆ ଝାଡ଼ୁର ଫଟୋ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।