ଭୁବନେଶ୍ବର: ବିମାନ ନା ବସ୍… ମଝି ଆକାଶରେ ବିମାନରେ ଶୁଭିଲା ବସ୍ କଣ୍ଡକ୍ଟରର ଡାକ । ଯାତ୍ରୀ ସାଜିଲେ ବସ୍ କଣ୍ଡକ୍ଟର ଆଉ ମଜାଳିଆ ଢଙ୍ଗରେ ଡାକିଲେ- ‘ବ୍ରହ୍ମପୁର… ଛତରପୁର… ହୁମା, ଗଞ୍ଜାମ… ବେଗି ଆସ ବେଗି ଆସ… ଇଆଡେ ଇଆଡେ… ଚାଏ ଚାଏ… ପିଆଜି ପକୁଡି…’
👉🏽 Follow @LogicalIndians
— The Logical Indian (@LogicalIndians) October 14, 2025
An Odia passenger spⱥrked a debate on civic behaviour after mimicking a bus conductor mid-flight, calling out “Ticket check!” on a Delhi-bound flight. While many co-passengers found it amusing, others criticɨsed the act as inapprøpriate for an… pic.twitter.com/kVWMsDZOk7
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅନ୍ୟ ଜଣେ ଓଡିଆ ଯାତ୍ରୀ ଭିଡି ସୁଟ୍ ପୂର୍ବରୁ ମିମିକ୍ରି କରୁଥିବା ଯାତ୍ରୀଙ୍କୁ କହୁଛନ୍ତି- ରହ ରହ.. ତାପରେ ଯୁବକ ଜଣଙ୍କ ମଜାଳିଆ ଢଙ୍ଗରେ ଅନର୍ଗଳ କହିଚାଲିଛନ୍ତି । ତେବେ ବିମାନକୁ ବସ ଭାବି ଫ୍ଲାଇଟରେ ଓଡିଆ ଯାତ୍ରୀଙ୍କ ଏଭଳି ମଜାଳିଆ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଶିକ୍ଷିତ ସମାଜ ଏଭଳି ବ୍ୟବହାରକୁ ନିନ୍ଦା କରିଛନ୍ତି । ସମାଲୋଚନା କରି ଏଭଳି ନକରିବାକୁ କହିଛନ୍ତି । ଏହା ଦ୍ବାରା ଓଡିଆଙ୍କୁ ବାହାରେ ସମସ୍ତେ ଥଟ୍ଟା କରିବାକୁ ପଛାଇବେନି ବୋଲି କିଛି ଲୋକ ଭିଡିଓରେ କମେଣ୍ଟ ଦେଇଥିବା ବେଳେ କିଛି କହିଛନ୍ତି ଏଭଳି ମାନସିକତାର ଲୋକଙ୍କ ପାଇଁ ଆଜି ଓଡିଶାର ଲୋକେ ବାହାରେ ନିନ୍ଦିତ ।
ଆହୁରି ପଢନ୍ତୁ-
Fact Check: ୨୦୨୬ରେ ମାଟିରେ ମିଶିବ କି ଆଇଫେଲ୍ ଟାୱାର ? ଏମିତି ବୁଲୁଛି ଖବର...
ତେବେ ଭିଡିଓଟି କେବେ ସୁଟ୍ ହୋଇଛି ଏବଂ ଏହି ଯାତ୍ରା କେବେ ଯଦିଓ ସ୍ପଷ୍ଟ ଜଣାପଡୁନି ତଥାପି ଜାତୀୟ ଗଣମାଧ୍ୟମ ସମେତ ସାରା ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି ।
Mid Air | Mimicry | passenger halt
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/16/odia-passenger-bus-conductor-mimic-2025-10-16-22-16-51.jpg)