ଦେଶରେ ପଲିଥିନ ଯୋଗୁଁ ବଢ଼ିବାରେ ଲାଗିଛି ପରିବେଶ ପ୍ରଦୂଷଣ। ଏହାର ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ବହୁ ଯୋଜନା କାର୍ଯ୍ୟକାରୀ କରାଯାଉଛି। ହେଲେ ଦେଶରୁ ସମ୍ପୂର୍ଣ୍ଣ ଭାବେ ପଲିଥିନ ବ୍ୟବହାରକୁ ନିଷିଦ୍ଧ କରାଯାଇ ପାରିନାହିଁ। ପଲିଥିନ ବ୍ୟବହାରକୁ ଅନେକ ରାଜ୍ୟ ବ୍ୟାନ କରିଛନ୍ତି। ଆମ ରାଜ୍ୟରେ ମଧ୍ୟ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ହେଲେ ସଚେତନତା ଅଭାବରୁ ଏବେବି ପଲିଥିନର ବ୍ୟବହାର ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପଲିଥିନରୁ ବ୍ୟାପୁଥିବା ପ୍ରଦୂଷଣ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ବାରିପଦାର ଜଣେ ବ୍ୟକ୍ତି। ଯେ କି ପଲିଥିନର ଡ୍ରେସ୍ ପିନ୍ଧି ପିଲାଙ୍କୁ କରୁଛନ୍ତି ସଚେତନ।

Advertisment

publive-image

ପଲିଥିନକୁ ବଢ଼ୁଥିବା ପ୍ରଦୂଷଣର ପ୍ରମୁଖ କାରଣ କୁହାଯାଏ, ଯାହା ପରିବେଶକୁ ଅତ୍ୟନ୍ତ ଖରାପ ଭାବେ ପ୍ରଭାବିତ କରିଥାଏ । ଅନେକ ଥର ଏହା ଜୀବଜନ୍ତୁଙ୍କ ଖାଦ୍ୟ ସାଜି ତାଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ତ କେବେ ମାଟି ଦବିଯାଇ ତାର ଉର୍ବରତାକୁ ନଷ୍ଟ କରିଥାଏ । ଓଡିଶାର ବାରିପଦାର ଜଣେ ବ୍ୟକ୍ତି ପିଲାଙ୍କୁ ଅଭିନବ ଶୈଳୀରେ ପଲିଥିନରୁ ବ୍ୟାପୁଥିବା ପ୍ରଦୂଷଣ ବିଷୟରେ ସେଚତନ କରିବାରେ ଲାଗିପଡିଛନ୍ତି ।

publive-image

ବାରିପଦାର ସ୍ଥାନୀୟ ନିବାସୀ ବିଷ୍ଣୁ ଭଗତ ପଲିଥିନର ଏକ ଡ୍ରେସ୍ ତିଆରି କରିଛନ୍ତି । ସେ ଏହି ଡ୍ରେସକୁ ପିନ୍ଧି ଲୋକଙ୍କ ଭିତରକୁ ଯାଆନ୍ତି । ଏହା ସହିତ ପିଲାଙ୍କୁ ସଚେତନ କରନ୍ତି କି ପଲିଥିନ ପରିବେଶରେ ପ୍ରଦୂଷଣର କାରଣ । ବିଷ୍ଣୁ ଭଗତ କହନ୍ତି କି, “ମୁଁ ଏହି ଡ୍ରେସକୁ ଏଥିପାଇଁ ପିନ୍ଧେ କି ଏହି ମେସେଜ୍ ବହୁତ ଦୂର ପର୍ଯ୍ୟନ୍ତ ଯାଉ, ଏହା ଏକ ଖରାପ ଜିନିଷ ଓ ଏହାର ବ୍ୟବହାର କରିବା ଉଚିତ୍ ନୁହେଁ ।”