ରିଆଦ ରୋଜା ଓ ଓଡ଼ିଆ ସଂସ୍କୃତିର ସମନ୍ବୟ

ସାଉଦି ଆରବର ରିଆଦରେ ଦେଖବାକୁ ମିଳିଛି ଓଡ଼ିଆ କଳା ସଂସ୍କୃତିର ସମନ୍ବୟ। ଏହା ରିଆଦ ଓଡ଼ିଶା ସାମାଜିକ ସାଂସ୍କୃତିକ ସଂଗଠନ (ଆର୍‌ଓଏସ୍‌ଏ ତଥା ରୋଜା)ର ଅପ୍ରତିଦ୍ବନ୍ଦ୍ବୀ ପ୍ରୟାସ। ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଆୟୋଜିତ ଭବ୍ୟ ସମାରୋହରେ ବିଭିନ୍ନ ବର୍ଗର କଳାକାର ଓ ରାଫେଲ୍ ଡ୍ର ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ରିଆଦ ଓଡ଼ିଶା ସାମାଜିକ ସାଂସ୍କୃତିକ ସଂଗଠନ ଦ୍ବାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡକ୍ଟର ଦେବ ମହାନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆର୍‌ଓଏସ୍‌ଏ ତଥା ରୋଜାର ସଭାପତି ଶ୍ରୀ ସରୋଜ ପାଣିଗ୍ରାହୀ ସ୍ବାଗତ ଜଣାଇବା ସହ ପ୍ରବାସୀ ଭାରତୀୟ, ଓଡ଼ିଆ ସମାଜ ଏବଂ ସଂସ୍କୃତି ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ପରାମର୍ଶଦାତା ଡକ୍ଟର ଫଜଲ୍ ରୋଜା ସଂଗଠନର ଲକ୍ଷ୍ୟ ଆଭିମୁଖ୍ୟ ସାଙ୍ଗକୁ ଓଡ଼ିଶାର ସଂସ୍କୃତି, ବାଣିଜ୍ୟ, ପରମ୍ପରା ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।

ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ସାରା ବିଶ୍ବକୁ ଓଡ଼ିଶାର ଏକ ମାନସ-ଚିତ୍ର ପ୍ରଦର୍ଶନ। ଆସମାକ୍ସ ଗ୍ରୁପ୍, ସିକ୍ୟୋର୍ ଆଇଜ୍, ରେଡ୍ ଚିଲି, ମାଲାବାର୍ ଗୋଲ୍ଡ୍ ଆଣ୍ଡ ଡାଇମଣ୍ଡସ୍, କୃଷ୍ଟି ରିସର୍ଟ, ପାରାମାଉଣ୍ଟ କମ୍ପ୍ୟୁଟର ସିଷ୍ଟମ୍ସ ଏଫ୍‌ଜେଡ୍‌ଏଲ୍‌ଏଲ୍‌ସି ଶେରୋ ପ୍ରପର୍ଟିଜ୍, ଅଲ୍ ଜଜିରା ସାର୍କେଟ୍ କମ୍ପାନି ଆଣ୍ଡ୍ ଏ ସ୍କୋୟାର୍ ଇନଫୋ ଲାବ୍ ସିଷ୍ଟମ୍ସ ପ୍ରା ଲିମିଟେଡ୍ ଦ୍ବାରା ପ୍ରାୟୋଜିତ ହୋଇଯାଇଛି ରୋଜାର ଏହି କାର୍ଯ୍ୟକ୍ରମ। ଶ୍ରୀମତୀ ମେହବିସଙ୍କ ତତ୍ତ୍ବାବଧାନରେ ଆଫାନ୍, ଅରମାନ୍, ସାୟାନ୍ ଓ ଅରିବାହ ପ୍ରମୁଖ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ। ସମାରୋହକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଡକ୍ଟର ଫଜଲ୍, ଶ୍ରୀ ସମଶେର, ଶ୍ରୀ ଅନୱର ଓ ଶ୍ରୀ ଦେବାଶିଷ ମିଳିତ ଭାବେ ଏକ ସ୍ବତନ୍ତ୍ର ସ୍ମରଣିକା ସଂସ୍କରଣ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର