୨ ବର୍ଷରେ ଡାକ୍ତର କ୍ଷେତ୍ରରେ ବଳକା ହେବୁ: ସ୍ବାସ୍ଥ୍ୟମନ୍ତ୍ରୀ

ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଅଭିେଯାଗ ଆଣି ସରକାରଙ୍କୁ ଘେରିଲେ ବିରୋଧୀ, ମାଳ ମାଳ ଅଭିଯୋଗ ରଖିଲେ, କଂଗ୍ରେସ ଓ ବିଜେପିର କକ୍ଷତ୍ୟାଗ, ହସ୍ତକ୍ଷେପ କଲେ ବାଚସ୍ପତି, ଆଲୋଚନା ପାଇଁ ନିର୍ଦେଶ

ଭୁବନେଶ୍ବର : ଓଡ଼ିଶାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ େହାଇପଡିଛି େବାଲି ଅଭିେଯାଗ ଆଣି ବିଧାନସଭାରେ ବିରୋଧୀ ଦଳ ଆଜି ତମ୍ବିତୋଫାନ କରିଥିଲେ। ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ବ୍ୟବସ୍ଥାରେ ଥିବା ତ୍ରୁଟିର ଲମ୍ବା ତାଲିକା ରଖିଥିଲେ ଗୃହରେ।

ଅନ୍ୟପଟରେ ସରକାରୀ ଦଳର ବିଧାୟକମାନେ ସରକାରଙ୍କ ସପକ୍ଷରେ ଯୁକ୍ତି ରଖିଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଗୃହକୁ ଆଶ୍ବାସନା େଦଇଛନ୍ତି େଯ ଆସନ୍ତା ୨ ବର୍ଷ ମଧ୍ୟରେ ଡାକ୍ତର ଅଭାବ ଦୂର ହେବ ଓ ଏ େକ୍ଷତ୍ରରେ ବି ବଳକା ରାଜ୍ୟ ହେବ ଓଡ଼ିଶା। କେବଳ ସେତିକି ନୁେହଁ, ୨୦୨୫ ସୁଦ୍ଧା ଉଭୟ ସରକାରୀ ଓ ବେସରକାରୀସ୍ତରରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପ୍ରଦାନ େକ୍ଷତ୍ରରେ ଓଡ଼ିଶା ଆଦର୍ଶ ରାଜ୍ୟ ହେବ। ତେବେ ନିୟମାନୁସାରେ ଗୃହ ଚାଲୁନଥିବା ଅଭିଯୋଗ ଆଣି କଂଗ୍ରେସ ଓ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି କକ୍ଷତ୍ୟାଗ କରିଥିଲେ। ଆଲୋଚନା ବେଳେ େଗାଟିଏ ନିର୍ଦିଷ୍ଟ ପ୍ରଶ୍ନ ପଚାରିବା ପରିବର୍ତେ ବିଜେଡି ବିଧାୟକମାନେ ସରକାରଙ୍କ ସପକ୍ଷରେ ବିତର୍କ ଆରମ୍ଭ କରିବା କାରଣରୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ କଡ଼ା ବିରୋଧ କରିଥିଲେ। ଏହାକୁ ନେଇ ଗୃହରେ କିଛି ସମୟ ପାଇଁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି େହାଇଥିଲା।

ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ପ୍ରସଙ୍ଗରେ ବିେରାଧୀ ଦଳ ମୁଲତବୀ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସଙ୍ଗରେ ଆେଲାଚନା ଆରମ୍ଭ କରି ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଥିଲେ, ନୂଆ ମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବ େନଇଛନ୍ତି। ସେ ୧୦୦ ଦିନିଆ ଟାସ୍କ େଦଇଛନ୍ତି। ହେଲେ ତାଙ୍କ ପୂର୍ବରୁ କେହି ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ ନା ନାହିଁ? ଯଦି ଥିଲେ, ତେବେ ଭିତ୍ତିଭୂମିର ବିକାଶ ହେଲାନାହିଁ କାହିଁକି? ଗତ ୨୦ ବର୍ଷ ମଧ୍ୟରେ ସବୁଠାରୁ ଯଦି େକଉଁ େକ୍ଷତ୍ରରେ ଓଡ଼ିଶାରେ ପଛକୁ ଯାଇଛି, ତାହା େହଉଛି ସ୍ବାସ୍ଥ୍ୟ ଓ ଶିକ୍ଷା। ଜଣେ େରାଗୀ ପ୍ରାଥମିକ ସ୍ବାସ୍ଥ୍ୟ େକନ୍ଦ୍ରକୁ ଗଲେ, ତାକୁ େଗାଷ୍ଠୀ ସ୍ବାସ୍ଥ୍ୟ େକନ୍ଦ୍ରକୁ ପଠାଯାଉଛି। ସେମାନେ ଜିଲ୍ଲା ଓ ତା ପରେ େମଡିକାଲ କଲେଜ। ସେଠାରେ େଯଉଁ ମହାମାନବ ମାନେ ବସିଛନ୍ତି, ସେମାନେ ଘରୋଇ ହସ୍ପିଟାଲକୁ ପଠାଉଛନ୍ତି। େକନ୍ଦ୍ରାପଡା ଜିଲ୍ଲା ପାଟକୁରାର ସୁନାକର ସାହୁଙ୍କ ପୁଅକୁ ଭୁବନେଶ୍ବରରେ ଏକ ଘରୋଇ ଡାକ୍ତରଖାନା କିଭଳି ପଇସା ପାଇଁ ଜୁଲମ କରାଗଲା, ଶବ ୨୦ ଘଣ୍ଟା ଅଟକାଇ ରଖିଥିଲା, େସ େନଇ ଶ୍ରୀ ସେଠୀ ଗୃହକୁ ଜଣାଇଥିଲେ।

ଭିମସାରରେ େଭଣ୍ଟିଲେଟର େଫରାଇ ଦିଆଯିବା, ଜିଲ୍ଲାରେ ଶିଶୁ ବିେଶଷଜ୍ଞଙ୍କ ଅଭାବ, ଦାନ ମାଝୀ ଉପାଖ୍ୟାନ ଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲରେ େରାଗୀ ମଇଳା ପାଣିରେ ଯାଆସ କରିବା, ଆୟୁଷ୍ମାନ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା ଆଦି ସଂପର୍କରେ ତଥ୍ୟ ରଖି ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିଥିଲେ।

ବିଜେପି ପକ୍ଷରୁ ବିଧାୟକ ଜୟ ନାରାୟଣ ମିଶ୍ର, ମୁକେଶ ମହାଲିଙ୍ଗ ଆେଲାଚନାରେ ଭାଗ େନଇ ସ୍ବାସ୍ଥ୍ୟ ବ୍ୟବସ୍ଥାର ସବୁ ତ୍ରୁଟି ବିଚ୍ୟୁତି ଗୃହ ସାମ୍ନାକୁ ଆଣିଥିଲେ। ମନ୍ତ୍ରୀ ଭୁବନେଶ୍ବରରେ ନ ବସି ବିଭିନ୍ନ ଜିଲ୍ଲା ଡାକ୍ତରଖାନାରେ ସରଜମିନ ସ୍ଥିତି ଅନୁଧ୍ୟାନ କରିବା ଲାଗି ଶ୍ରୀ ମିଶ୍ର ପରାମର୍ଶ ଦେବା ସହିତ ବୁର୍ଲା େମଡିକାଲର ଦୁଃସ୍ଥିତି ବର୍ଣ୍ଣନା କରିଥିଲେ। ରାଜ୍ୟରେ କେତେ ଡାକ୍ତର ପଦବି ଖାଲି ରହିଛି ସେ େନଇ ସରକାରଙ୍କ ଠାରୁ ଜବାବ ମାଗି ଜୟ ନାରାୟଣ କହିଥିଲେ େଯ ୧୮ଟି ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ନାହିଁ। ସେହିଭଳି ସବୁ ସିଏଚସିରେ ଅତି କମରେ ଏକ୍ସରେ ଓ ଅଲଟ୍ରା ସାଉଣ୍ଡ ମେସିନ୍ ସହ ଆବଶ୍ୟକ ଟେକ୍ନିସିଆନ ରଖିବା ଲାଗି ମୁକେଶ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଗତ ୨୦ ବର୍ଷରେ ସ୍ବାସ୍ଥ୍ୟ ସେବା ନେଇ ସରକାର କଣ କରିଛନ୍ତି, େସ ସଂକ୍ରାନ୍ତ େଶ୍ବତପତ୍ର ମାଗିଥିଲେ ବିଧାୟକ।

ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓଡ଼ିଶାର ପଛୁଆ ଗତି ନେଇ ପ୍ରକାଶ ପାଇଥିବା ରିେପାର୍ଟ ସଂପର୍କରେ ଗୃହରେ ଅବତାରଣା କରିଥିଲେ। ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଥିବା ହେଲଥ ଇନଡେକ୍ସ ରିପୋର୍ଟରେ ୨୧ଟି ରାଜ୍ୟରୁ ୧୯ତମ ସ୍ଥାନରେ ରହିଛି ଓଡ଼ିଶା। ଗତବର୍ଷ ୧୮ତମ ସ୍ଥାନରେ ଥିଲା। ଶ୍ରୀ ସାଲୁଜା କହିଥିଲେ, ରାଜ୍ୟରେ ୩ହଜାର ୫୦୦ େଲାକରେ ଜଣେ ଡାକ୍ତର ରହିବା କଥା। ଏବେ କେେତ ଜଣରେ ଡାକ୍ତର ଅଛନ୍ତି, ମନ୍ତ୍ରୀ ସେ ତଥ୍ୟ ଦିଅନ୍ତୁ। କେବିକେରେ ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର ବଖାଣି ବିଜୁ ସ୍ବାସ୍ଥ୍ୟ କାର୍ଡ ଲାଭ ସେ ଅଞ୍ଚଳର େରାଗୀ ପାଉନାହାନ୍ତି େବାଲି ଅଭିେଯାଗ କରିଥିଲେ।

ମାଗଣା ଔଷଧ ଯୋଗାଣ ଓ ଏହାର ଗୁଣାତ୍ମକ ମାନ ଉପରେ ବିଧାୟକ ଶ୍ରୀ ସାଲୁଜା ପ୍ରଶ୍ନ ଉଠାଇଥିଲେ। କହିଥିଲେ, ଆୟୁଷ ଡାକ୍ତର କେଉଁ ଔଷଧ େଲଖୁଛନ୍ତି, ତାହାର ଅନୁଧ୍ୟାନ େହବା ଦରକାର। ସିକିଲ୍ ସେଲ୍, ଡାଏଲିସିସ୍ ଭଳି ସମ୍ବେଦନଶୀଳ ଘଟଣାରେ ସରକାରୀ ବ୍ୟବସ୍ଥାର ସ୍ଥିତି ସଂପର୍କରେ ତଥ୍ୟ ରଖି ଏହାର ଭୟାବହତା ସଂପର୍କରେ ଜଣାଇଥିଲେ। କଂଗ୍ରେସ ପକ୍ଷରୁ ବିଧାୟକ ଅଧିରାଜ ପାଣିଗ୍ରାହୀ ଆେଲାଚନାରେ ଭାଗ ନେଇ ଡାକ୍ତର ସମସ୍ୟା ସଂପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ।

ସରକାରୀ ଦଳ ପକ୍ଷରୁ ଡାକ୍ତର ପ୍ରମୋଦ ମଲ୍ଲିକ, ଅଶ୍ବିନୀ ପାତ୍ର, େସ୍ନହାଙ୍ଗିନି ଛୁରିଆ, ସୁଧୀର କୁମାର ସାମଲ ଭାଗ ନେଇ ବିେରାଧୀଙ୍କ ପ୍ରଶ୍ନର ଜବାବ ରଖିଥିଲେ। ବ୍ୟବସ୍ଥା ଅନୁସାରେ, େଗାଟିଏ ପ୍ରଶ୍ନ ପଚାରିଥିବାକୁ ଥିବା ବେଳେ ସରକାରୀ ଦଳ ସଭ୍ୟ କାହିଁକି ଆେଲାଚନା କରୁଛନ୍ତି େବାଲି ପ୍ରଶ୍ନ ଉଠାଇ ବିେରାଧୀ ଦଳ ପାଟିତୁଣ୍ଡ କରିଥିଲେ। ଆେଲାଚନା େଶଷରେ ମନ୍ତ୍ରୀ ନବ କିେଶାର ଦାସ କହିଥିେଲ, ରାଜ୍ୟରେ ସମୁଦାୟ ଡାକ୍ତର ପଦବି ସଂଖ୍ୟା ୬୭୧୯ ରହିଛି। ଏ ମଧ୍ୟରୁ ୫୪୫୧ଟି ପଦବିରେ ଡାକ୍ତର ଅଛନ୍ତି। ଭିମସାରରେ ୩୯ଟି ପଦବି ଖାଲି ରହିଛି। ୨୦୨୫ ସୁଦ୍ଧା ଡାକ୍ତର େକ୍ଷତ୍ରରେ ଓଡ଼ିଶା ବଳକା ରାଜ୍ୟ ହେବ।

ମନ୍ତ୍ରୀ କହିଥିଲେ, ସ୍ବାସ୍ଥ୍ୟ ସେବା େକ୍ଷତ୍ରରେ ରାଜ୍ୟ ସରକାର ବଜେଟରେ ବ୍ୟୟ ବଢାଇଛନ୍ତି। ୨୦୦୫ରୁ ୨୦୧୮ ଅର୍ଥାତ୍ ୧୩ ବର୍ଷ ଭିତରେ ସ୍ବାସ୍ଥ୍ୟର ବିକାଶ େକ୍ଷତ୍ରରେ ୭୬୭% ଅଧିକ ଅର୍ଥ ବ୍ୟୟ କରାଯାଇଛି। ୨୦୧୭ ଓ ୨୦୧୮ରେ ଓଡ଼ିଶା ସରକାରୀ ଡାକ୍ତରଖାନା ବର୍ହିଃ ବିଭାଗରେ ସର୍ବୋତ୍କୃଷ୍ଟ ସେବା ପ୍ରଦାନ କରିଥିବାରୁ େକନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପୁରସ୍କୃତ କରିଛନ୍ତି। ମାତୃ ମୃତ୍ୟୁହାର ହ୍ରାସ ପାଇଛି। ମ୍ୟାଲେରିଆ ଦୂରୀକରଣ େକ୍ଷତ୍ରରେ ଓଡ଼ିଶା ଆଦର୍ଶ ରାଜ୍ୟର ମାନ୍ୟତା ଲାଭ କରିଛି। ବର୍ତମାନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାରେ ୭୦ଲକ୍ଷ ପରିବାର ଜନ ସ୍ବାସ୍ଥ୍ୟ ସୁବିଧା େକନ୍ଦ୍ରରେ ମାଗଣାରେ ଉପଲବ୍ଧ ଚିକିତ୍ସା ପାଉଛନ୍ତି। ରାଜ୍ୟ ସରକାର ୨୦୨୫କୁ ଲକ୍ଷ୍ୟ ରଖି ନୂଆ ସ୍ବାସ୍ଥ୍ୟ ନୀତି କରୁଥିବା ସଂପର୍କରେ ମନ୍ତ୍ରୀ ଗୃହରେ ସୂଚନା େଦଇଥିଲେ।

ବାଚସ୍ପତି ଆେଲାଚନା େବଳେ ଦୁଇଥର ହସ୍ତକ୍ଷେପ କରି ରୁଲିଂ ଦେଇଥିଲେ। ପ୍ରଥମତଃ ସବୁ ଜିଲ୍ଲାର ସମସ୍ୟା େନଇ ପୃଥକ୍ ଆେଲାଚନା ଲାଗି ମତ ଦେଇଥିବା ବେଳେ େମଡିକାଲ କଲେଜରେ ରୋଗୀ ପହଞ୍ଚିବା ପରେ ତାଙ୍କୁ ବିଶାଖାପାଟଣା ପଠାଇବା ପ୍ରସଙ୍ଗରେ ମନ୍ତ୍ରୀ କଡ଼ା ପଦକ୍ଷେପ େନବା ଲାଗି ବାଚସ୍ପତି ନିେର୍ଦଶ ଦେଇଥିଲେ।

ସମ୍ବନ୍ଧିତ ଖବର