ଭୁବନେଶ୍ବର: ଓଡ଼ିଶାରେ ଏବେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ସମୟ ସୃଷ୍ଟି ହୋଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। କେମିକାଲ, ପେଟ୍ରୋକେମିକାଲ ଓ ପ୍ଲାଷ୍ଟିକ୍‌  ଶୀର୍ଷକ ଆଲୋଚନାଚକ୍ର ଶ୍ରୀ ପରିଡ଼ା କହିଥିଲେ ଯେ ଓଡ଼ିଶା ଆଜି କେମିକାଲ, ପେଟ୍ରୋକେମିକାଲ ଏବଂ ପ୍ଲାଷ୍ଟିକ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଗ୍ରଗତି କରୁଛି ଏବଂ  ଦେଶବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରୁଛି। ଏହି ଅବସର‌ରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଓଡ଼ିଶା ଏବେ କେମିକାଲ, ପେଟ୍ରୋ-କେମିକାଲ ଓ ପ୍ଲାଷ୍ଟିକର ଉତ୍ପାଦନ କ୍ଷେତ୍ରରେ ସ୍ୱତନ୍ତ୍ର ହବ୍ ହୋଇପାରିଛି । ଏହା ଆମର ଶିଳ୍ପାୟନ କ୍ଷେତ୍ରରେ ସୁଚିନ୍ତିତ ଓ ଯୋଜନାବଦ୍ଧ ଦୀର୍ଘସ୍ଥାୟୀ ଲକ୍ଷ୍ୟ ନେଇ ଭିତ୍ତିଭୂମିର ଉନ୍ନୟନ ଓ ଆନୁଷଙ୍ଗିକ ସୁବିଧା ଉପଲବ୍ଧି ଦ୍ୱାରା ସମ୍ଭବ ହୋଇଛି।

Advertisment

ଆମେ ଏକ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରତି ଗୁରୁତ୍ୱ ଦେଉଛୁ ବୋଲି ସେ କହିଛନ୍ତି। ଏହି ଅଧିବେଶନରେ ଇପିକଲ୍‌ ଏମ୍‌ଡି ଭୂପେନ୍ଦ୍ର ସିଂ ପୁନିଆ ଉପସ୍ଥିତ ଥି‌ଲେ।  ଏହି ଅବସରରେ “କେମିକାଲସ୍ କ୍ଷେତ୍ରରେ ବୈଶ୍ୱିକ ପ୍ରତିଯୋଗିତା ଏବଂ ଏଥିରେ ଓଡିଶା” ସଂପର୍କିତ ଅନୁଷ୍ଠିତ ଆଲୋଚନାଚକ୍ରକୁ  ପିଡବ୍ଲୁ,ସି ,ଇଣ୍ଡିଆର ପାର୍ଟନର ତଥା ଲିଡର ଶ୍ରୀ ମାନସ ମଜୁମଦାର ସଂଯୋଜନା କରିଥିବା ବେଳେ ଲକ୍ଷ୍ମୀ ଅର୍ଗାନିକ୍‌ର  ଅଧ୍ୟକ୍ଷ ରବି ଗୋଏଙ୍କା, ଚେମର୍ସ ଆଇଏନସିର ଆଦିତ୍ୟ ବେରୀ, ପାରାଦ୍ୱୀପ ଫସଫେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଏନ୍ ସୁରେଶ କ୍ରିଷ୍ଣନ୍, କିରି ଇଣ୍ଡଷ୍ଟିଜ୍‌ର ଅଧ୍ୟକ୍ଷ ମନିଶ କିରି, ଟାଟା ଷ୍ଟିଲ ଏସ୍ଇଜେଡ୍‌ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ ବିଷୟ ଉପରେ ଆଲୋକପାତ କରିଥିଲେ। ଅଏଲ ଇଣ୍ଡିଆର ଅଧ୍ୟକ୍ଷ ରଞ୍ଜିତ ରଥ, ଲୁମିନସ ପାଵାର ଟେକ୍ନୋଲୋଜିର ବରିଷ୍ଠ ଉପ ସଭାପତି ଅମ୍ଲାନ କାନ୍ତି ଦାସ ଓ ଉତ୍ତର ଓଡ଼ିଶା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ର ବୋର୍ଡ ଅଫ୍ ଟ୍ରଷ୍ଟି ସି ପି ଭରତିଆ ଉପସ୍ଥିତ ଥିଲେ।