ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଓଡ଼ିଶାର ପୁରୀ ଓ ଖୋର୍ଦ୍ଧା ଜିଲ୍ଳା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବା ପରେ ବିଭିନ୍ନ ଆଡୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ମିଳୁଛି। ଏହି ପରିସ୍ଥିିତିରେ ବରଗଡ଼ ଜିଲ୍ଲାର ଦୁଇ କୁନି ଶିଶୁଙ୍କ ବିଶାଳ ଚିନ୍ତାଧାରା ଏବେ ଅନେକଙ୍କୁ ପ୍ରୋତ୍ସାହିତ କରିଛି। ମିନାକ୍ଷୀ ରାଣୀ ପ୍ରଧାନ ଓ ଲିପ୍ସା ରାଣୀ ପ୍ରଧାନ ନାମକ ଏହି ଦୁଇ ଶିଶୁ ବାତ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ଉଦେଶ୍ୟରେ ଅନେକ ଦିନ ହେବ ତାଙ୍କ କୁମ୍ପିରେ ସଞ୍ଚୟ କରି ରଖିଥିବା ୧୦ ହଜାର ଟଙ୍କା ଅର୍ଥ ରାଶି ସରକାରଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି ବେଶ୍ ଚର୍ଚ୍ଚା ପାଲଟିଛନ୍ତି।
ଏହି ଦୁଇ ଶିଶୁ ତାଙ୍କର ସମସ୍ତ ସଞ୍ଚିତ ଅର୍ଥକୁ ଓଡ଼ିଶାର ଜନ ସ୍ୱାର୍ଥରେ ବିନିଯୋଗ କରିବା ଉଦ୍ଦେଶ୍ୟରେ ଦାନ କରିବା ପରେ ବରଗଡ଼ ଜିଲ୍ଲା କଲେକ୍ଟର ତାଙ୍କ ଫଟୋକୁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟର୍ରେ ଅପ୍ଲୋଡ୍ କରିଛନ୍ତି। ବରଗଡ଼ କଲେକ୍ଟର ଏହି ଦୁଇ ଭଉଣୀଙ୍କ ଫଟୋକୁ ଟ୍ଵିଟର୍ରେ ସେୟାର୍ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଟ୍ଵିଟର୍ରେ ସାଧୁବାଦ ଜଣାଇଛନ୍ତି।
Two little girl Manisarani Padhan and Lipsarani Padhan of Bausenmora reading in Class III & Class IX respectively donated Rs 10,000 from their piggy bank to CMRF. Proud of them.@CMO_Odisha@SRC_Odishapic.twitter.com/MT7QwrJDLr
— Collector Bargarh (@DMBargarh) May 6, 2019
ଉଲ୍ଲେଖଯୋଗ୍ୟ, ମେ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ରେ ଓଡ଼ିଶାରେ ବହୁ କ୍ଷୟ କ୍ଷତି ଘଟିଯାଇଛି। ଏହି ବାତ୍ୟାରେ ପ୍ରଭାବିତ ହୋଇଥିବା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ cmrfodisha.gov.in ଓଏବ୍ସାଇଟ୍କୁ ଯାଇ ନିଜ ମୁତାବକ ସହାୟତା ରାଶି ପ୍ରଦାନ କରିପାରିବେ।