ପରିଷଦ ପିଛା ଛାଡ଼ୁନି ଝାମେଲା

ଭୁବନେଶ୍ୱର : ଏଥର ବି ବିବାଦରୁ ମୁକ୍ତ ହୋଇନି ଯୁକ୍ତ୨ ପରୀକ୍ଷା ଫଳ। ବିଗତ କିଛି ବର୍ଷ ପରି ଏଥର ମଧ୍ୟ ବିବାଦ ମୁଣ୍ଡ ଟେକିଛି। ପାସ୍‌ହାର ଗତବର୍ଷ ତୁଳନାରେ ୪ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବାରୁ ଏହା ପଛରେ କ’ଣ କାରଣ ରହିଛି ବୋଲି ଏବେ ପ୍ରଶ୍ନ ଉଠିଛି। ସିବିଏସ୍‌ଇ ଢ଼ାଞ୍ଚାରେ ପାଠ୍ୟକ୍ରମ ଓ ପ୍ରଶ୍ନପତ୍ର କରାଯିବା ସତ୍ତ୍ୱେ ଫଳାଫଳ କମିଲା କାହିଁକି ବୋଲି ଶିକ୍ଷାବିତ୍‌ମାନେ ପ୍ରଶ୍ନ କରିଛନ୍ତି। ଏହାରି ଭିତରେ ପରୀକ୍ଷା ପରିଚାଳନା କମିଟିର ବିନା ଅନୁମୋଦନରେ ଏଥର ଫଳ ପ୍ରକାଶ କରାଯାଇଥିବା ନେଇ ଅଭିଯୋଗ ଉଠିଛି।

କମିଟିର ସଦସ୍ୟ ଭୂଜବଳ ମାଝି ଅଭିଯୋଗ କରିଛନ୍ତି, କମିଟିର ବିନା ଅନୁମୋଦନରେ ଏଥର ବିଜ୍ଞାନ ବିଭାଗ ଫଳ ପ୍ରକାଶ କରାଯାଇଛି। ସମସ୍ତ ସଦସ୍ୟଙ୍କ ମତାମତ ନିଆଯାଇ ନାହିଁ। ପୂର୍ବାହ୍ନ ୧୧ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବାକୁ ଥିବା ବେଳେ ଏହାର କିଛି ସମୟ ପୂର୍ବରୁ ଚିଠି ଓ ମ୍ୟାସେଜ୍‌ ମାଧ୍ୟମରେ ବୈଠକକୁ ଡକାଯାଇଥିଲା। ଏଥର ପାସ୍‌ହାର ମାତ୍ର ୫୦ ପ୍ରତିଶତ ହୋଇଛି। ଗ୍ରେସ୍‌ ମାର୍କ ଦିଆଯାଇ ପାସ୍‌ହାରକୁ ବୃଦ୍ଧି କରାଯାଇଛି। ସେଥିପାଇଁ ଆମକୁ ବୈଠକକୁ ଡକାଗଲା ନାହିଁ ବୋଲି ସେ ଗୁରୁତର ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ବିଭାଗୀୟ ସଚିବ ଓ ପରିଷଦର ଅଧ୍ୟକ୍ଷ ମନମାନି କରୁଛନ୍ତି। ନିଜ ଇଚ୍ଛା ଅନୁଯାୟୀ କାମ କରୁଛନ୍ତି। ଏନେଇ ଆମେ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଅଭିଯୋଗ ନେଇ ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି, ପରୀକ୍ଷା କମିଟିର କାର୍ଯ୍ୟକାଳ ଗତ ୧୫ ତାରିଖରୁ ଶେଷ ହୋଇଛି। ନୂଆ କମିଟି ତିଆରି କରାଯାଇ ନାହିଁ। ତଥାପି ପୁରୁଣା କମିଟିର ସଦସ୍ୟଙ୍କୁ ଡକାଯାଇଥିଲା। ସେମାନେ ଆସିଲେ ନାହିଁ। ତେଣୁ ଯେତେକି ସଦସ୍ୟ ରହିଥିଲେ ସେମାନଙ୍କୁ ଡକାଯାଇ ପରୀକ୍ଷା ଫଳକୁ ବୈଠକରେ ଅନୁମୋଦନ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ କମିଟିର କାର୍ଯ୍ୟକାଳ ମେ’ ୧୫ ସୁଦ୍ଧା ଶେଷ ହୋଇଛି। ନୂତନ କମିଟି ଏପର୍ଯ୍ୟନ୍ତ ଗଠନ ହୋଇ ନାହିଁ। ତେଣୁ ପୁରୁଣା କମିଟିର ସଦସ୍ୟକୁ ଡାକିବେ କି ନାହିଁ ତାହାକୁ ନେଇ ୩ ଦିନ ହେଲା ପରିଷଦ କର୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଶେଷରେ ଆଜି ସକାଳୁ ସେମାନଙ୍କ ନିକଟକୁ ଚିଠି ପଠାଯିବା ସହ ମ୍ୟାସେଜ୍‌ କରାଯାଇଥିଲା। କମିଟିରେ ମୋଟ ୧୨ ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଉପସ୍ଥିତରେ ପ୍ରସ୍ତାବ ଗୃହୀତ ହୋଇଛି। ୩ ଜଣ ସଦସ୍ୟ ଉପସ୍ଥିତ ରହିଲେ ପ୍ରସ୍ତାବ ଗୃହୀତ ହୋଇପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଜୁନ୍‌ ୪ ଯାଏ ପୁନଃଯାଞ୍ଚ ଆବେଦନ

ଯେଉଁ ପରୀକ୍ଷାର୍ଥୀ ସେମାନଙ୍କ ଉତ୍ତର ଖାତା ପୁନଃଯାଞ୍ଚ କରିବାକୁ ଚାହୁଁଛନ୍ତି ସେମାନେ ଆଜିଠାରୁ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ େଓ୍ଵବସାଇଟ୍‌ରେ ଫର୍ମ ଉପଲବ୍ଧ ହେଉଛି। ଏଥିପାଇଁ ପ୍ରତି ପେପର ପିଛା ୨୦୦ ଟଙ୍କା ଜମା ଦେବାକୁ ପ଼଼ଡିବ। ଆବେଦନ ଶେଷ ହେବା ପରେ ଜୁନ୍‌ ତୃତୀୟ ସପ୍ତାହ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ମିଳିପାରିବ। ସେମାନେ ଦେଇଥିବା ଇ-ମେଲ୍‌ରେ ଏହା ପଠାଇ ଦିଆଯିବ। ଜୁନ୍‌ ୩୦ ସୁଦ୍ଧା ପୁନଃଯାଞ୍ଚ ଲାଗି ସ୍ପିଡ୍‌ ପୋଷ୍ଟରେ ଆବେଦନ କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀ ଗୋଟିଏ ଫର୍ମରେ ଗୋଟିଏ ବିଷୟ ଲାଗି ଆବେଦନ କରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

୨୮ରୁ ମିଳିବ ପାସ୍‌ ସାର୍ଟିଫିକେଟ୍‌

ଆସନ୍ତା ୨୮ ତାରିଖଠାରୁ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ପାସ୍‌ ସାର୍ଟିଫିକେଟ୍‌ ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀଙ୍କୁ ଆଉ ପରିଷଦ କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ଯେଉଁ କଲେଜରେ ଛାତ୍ରଛାତ୍ରୀ ନିଜ ନିଜ କଲେଜରୁ ମାର୍କ ସିଟ୍‌ ଏବଂ ସାର୍ଟିଫିକେଟ୍‌ ଗ୍ରହଣ କରିପାରିବେ।

ଶ୍ରେଷ୍ଠ ୪୧ରେ ସରକାରୀ କଲେଜରୁ ୭

୧. ସିଦ୍ଧାନ୍ତ କୁମାର ସାହୁ, ରୟାଲ କଲେଜ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି,ଭୁବନେଶ୍ୱର (୫୭୦)
୨. ନୀରଜା ପାଣିଗ୍ରାହୀ, ସରସ୍ୱତୀ ବିଦ୍ୟା ମନ୍ଦିର,ନୀଳକଣ୍ଠନଗର (୫୫୬)
୩. ସିଦ୍ଧାର୍ଥ ସୌରଭ ମିଶ୍ର, ଟେଟ୍ରାହେଡ୍ରନ ଜୁନିୟର କଲେଜ,ଟାଙ୍ଗୀ (୫୫୫)
୪. ଅଭିଲିପ୍ସା ଦାସ, ଏଫ୍‌ଏମ୍‌ ଜୁନିୟର କଲେଜ, ବାଲେଶ୍ୱର (୫୫୧)
୫. ଅଭିଷେକ ମଲ୍ଲିକ, ସରସ୍ୱତୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର (୫୫୧)
୬. ସିଦ୍ଧାର୍ଥ ସୌମ୍ୟଦର୍ଶୀ, ଗୋନାସିକା ଜୁନିୟର ସାଇନ୍ସ କଲେଜ, କେଉଁଝର (୫୫୧)
୭. ଆଶୁତୋଷ ବେଉରିଆ, ରେଭେନ୍ସା ଜୁନିୟର କଲେଜ, କଟକ (୫୫୦)
୮. ଯୁବରାଜ ପାଣି ବିଦ୍ୱାନ, ରେସିଡେନ୍ସିଆଲ କଲେଜ, ଯାଜପୁର ରୋଡ (୫୫୦)
୯. ଶ୍ୱେତାରାଣୀ ସୂତାର, ବିଜେବି ଜୁନିୟର କଲେଜ, ଭୁବନେଶ୍ୱର (୫୫୦)
୧୦. ପାପୁନ କୁମାର ରାଉତ, ଆଦ୍ୟାନ୍ତ +୨ ସାଇନ୍ସ କଲେଜ,ଭୁବନେଶ୍ୱର (୫୫୦)
୧୧. ପ୍ରଜ୍ଞା ଚକ୍ରବର୍ତ୍ତୀ, ନାଇଡ଼ୁ +୨ ସାଇନ୍ସ କଲେଜ,ଭୁବନେଶ୍ୱର (୫୫୦)
୧୨. ଅନନ୍ୟା ପଣ୍ଡା, ଟ୍ୟାଲେଣ୍ଟସ୍‌ କଲେଜ ଅଫ୍‌ ସାଇନ୍ସ, କୋରାପୁଟ (୫୪୯)
୧୩. ତୁଷାରକାନ୍ତ ମୁଦୁଲି, ନୟାଗଡ଼ ଅଟୋନମସ୍‌ କଲେଜ,ନୟାଗଡ଼ (୫୪୯)
୧୪. ସାଲିନା ସାମଲ, ଓ୍ଵିସ୍‌ଡମ୍‌ +୨ ସାଇନ୍ସ କଲେଜ, ଇଶାନ ନଗର (୫୪୮)
୧୫. ରଚିତା ପ୍ରିୟଦର୍ଶିନୀ, ଟେଟ୍ରାହେଡ୍ରନ ଜୁନିୟର କଲେଜ,ଟାଙ୍ଗୀ (୫୪୬)
୧୬. ଆଶୁତୋଷ ପତି, ବିଦ୍ୟାର୍ଥୀ ରେସିଡେନ୍ସିଆଲ କଲେଜ, ଢ଼େଙ୍କାନାଳ (୫୪୬)
୧୭. ପ୍ରୟାସ କୁମାର ଲେଙ୍କା, ସରସ୍ୱତୀ ବିଦ୍ୟାମନ୍ଦିର,ନୀଳକଣ୍ଠନଗର (୫୪୬)
୧୮. ଅର୍ପିତା ବେହେରା, ଇସ୍ପାତ ବିଦ୍ୟାମନ୍ଦିର,ସେକ୍ଟର ୯, ରାଉରକେଲା (୫୪୬)
୧୯. ରଶ୍ମିତା ସାହୁ, ସରକାରୀ ସାଇନ୍ସ ଜୁନିୟର କଲେଜ, ଛତ୍ରପୁର (୫୪୫)
୨୦. ଆଶୁତୋଷ ଷଡ଼ଙ୍ଗୀ, ଆଦ୍ୟାନ୍ତ +୨ ସାଇନ୍ସ କଲେଜ, ଭୁବନେଶ୍ୱର (୫୪୫)
୨୧. ମନୀଷା ନାୟକ, ଟେଟ୍ରାହେଡ୍ରନ୍‌ ଜୁନିୟର କଲେଜ, ଟାଙ୍ଗୀ (୫୪୪)
୨୨. ନିବେଦ୍ୟ ନିରଞ୍ଜନ ନାୟକ, ବିଦ୍ୟାର୍ଥୀ ରେସିଡେନ୍ସିଆଲ କଲେଜ,ଢ଼େଙ୍କାନାଳ (୫୪୪)
୨୩. ପ୍ରମୋଦ କେଶରୀ ରଣା, ସାଗର କଲେଜ ଅଫ୍‌ ସାଇନ୍ସ,ବାଲେଶ୍ୱର (୫୪୩)
୨୪. ବିଭୂତି ଭୂଷଣ ବିଶି, ସୁକାନ୍ତି ରେସିଡେନ୍ସିଆଲ ଏକାଡେମି,ସୋନପୁର (୫୪୩)
୨୫. ଶୁଭମ କୁମାର ମାହାଳିକ ସରସ୍ୱତୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର (୫୪୩)
୨୬. ଏସ୍‌ପି ସୌମ୍ୟଦୀପ, କପ୍ତିପଦା କଲେଜ, କପ୍ତିପଦା (୫୪୩)
୨୭. ସ୍ମୃତିରଞ୍ଜନ ସ୍ୱାଇଁ, କିଟ୍‌ ସାଇନ୍ସ କଲେଜ, ଭୁବନେଶ୍ୱର (୫୪୩)
୨୮. ରାମକୃଷ୍ଣ ସାହୁ, ସରସ୍ୱତୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର (୫୪୨)
୨୯. ଜ୍ୟୋତିର୍ମୟ ମିଶ୍ର, ସରସ୍ୱତୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର (୫୪୨)
୩୦. ସତ୍ୟଜିତ ସାହୁ, ଆଦ୍ୟାନ୍ତ +୨ ସାଇନ୍ସ କଲେଜ, ଭୁବନେଶ୍ୱର (୫୪୨)
୩୧. ଜ୍ୟୋତିରାଣୀ ପଟେଲ, ଅତାବିରା କଲେଜ, ଅତାବିରା (୫୪୨)
୩୨. ଶିବାନନ୍ଦ କର୍ମୀ, ଯୁବୋଦୟ ଜୁନିୟର କଲେଜ, ବଲାଙ୍ଗୀର(୫୪୧)
୩୩. ମଳୟ ରଞ୍ଜନ ଦାଶ ସରସ୍ୱତୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର (୫୪୧)
୩୪. ବିନାୟକ ମିଶ୍ର, ସରସ୍ୱତୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର (୫୪୧)
୩୫. ଇଶିକା ସାହୁ, ବିକ୍ରମ ଦେବ ସ୍ୱୟଂଶାସିତ କଲେଜ, ଜୟପୁର (୫୪୧)
୩୬. ସୌମ୍ୟାଶ୍ରୀ ସାହୁ, ବିଜେବି ଜୁନିୟର କଲେଜ, ଭୁବନେଶ୍ୱର (୫୪୧)
୩୭. ଶୁଭ୍ରଦୀପ ମହାପାତ୍ର, ରୟାଲ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି,ଭୁବନେଶ୍ୱର (୫୪୧)
୩୮. ଆଶୁତୋଷ ପଣ୍ଡା, ଯୁବୋଦୟ ଜୁନିୟର କଲେଜ, ବଲାଙ୍ଗୀର (୫୪୦)
୩୯. ଅନିଶ କୁମାର ଦାଶ, ବିଜେବି ଜୁନିୟର କଲେଜ, ଭୁବନେଶ୍ୱର (୫୪୦)
୪୦. ସମ୍ବିଦ ଆନନ୍ଦ ଭରଦ୍ୱାଜ, ଜୁପିଟର +୨ ସାଇନ୍ସ କଲେଜ, ଭୁବନେଶ୍ୱର (୫୪୦)
୪୧. ରଞ୍ଜିତା ପାତ୍ର, ନୟାଗଡ଼ ସ୍ୱୟଂଶାସିତ କଲେଜ,ନୟାଗଡ଼ (୫୪୦)

ସମ୍ବନ୍ଧିତ ଖବର