ବ୍ୟବସାୟ ପରିଚାଳନା ବିଜିନେସ୍ ମ୍ୟାନେଜମେଣ୍ଟରେ କ୍ୟାରିଅର୍ ଲାଗି ଯେଉଁମାନେ ଇଚ୍ଛୁକ ସେମାନେ ସାଧାରଣତଃ ଏମ୍ ବି ଏ କୋର୍ସ କରିଥାନ୍ତି,କାରଣ ଏହା ସବୁଠୁ ଭଲ ବିକଳ୍ପ ବୋଲି ମନେ କରନ୍ତି। ହେଲେ ଅନ୍ୟ ବିକଳ୍ପ ବି ରହିଛି। ସେମାନେ ଏମ ବି ଏ ପରେ କେତେକ କୋର୍ସ ବି କରିପାରନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ମ୍ୟାନେଜମେଣ୍ଟ ଷ୍ଟଡିଜରେ ପ୍ରଦାନ କରାଯାଉଥିବା କେତେକ ଅଫବିଟ୍ କୋର୍ସ ସଂପର୍କରେ ଜାଣନ୍ତୁ ,ଯାହା କ୍ୟାରିଅର୍ ପାଇଁ ଲାଭପ୍ରଦ ହୋଇପାରେ ।
ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ, ରାଞ୍ଚି-
ପ୍ରୋଗ୍ରାମ୍ -ସାର୍ଟିଫିକେଟ୍ କୋର୍ସ ଅନ୍ ଓ୍ଵୟରଫୁଟ୍ ମ୍ୟାନେଜର୍
ଅବଧି-୧୫ ଦିନ
କଣ୍ଟେଣ୍ଟ- ବ୍ୟବସାୟରେ ନିଯୁକ୍ତି ସନ୍ଧାନ ଉପରୋକ୍ତ ଆଧାରିତ ବ୍ୟବସାୟ, ପ୍ରଡକ୍ଟ ଡିଜାଇନ୍ , ଡିଷ୍ଟ୍ରିବ୍ୟୁସନ୍ , ପ୍ରମୋସନ୍ , ପ୍ରସେସିଙ୍ଗ୍, ଆକାଉଣ୍ଟିଙ୍ଗ୍ ଓ ପ୍ରଡକ୍ସନ୍ ଇତ୍ୟାଦି ସଂପର୍କୀତ ପ୍ରସଙ୍ଗରେ ପ୍ରଶିକ୍ଷଣ ଦିଆଯାଇଥାଏ ।
ଟାର୍ଗେଟ- ମାଇକ୍ରୋ ଏଣ୍ଟରେପ୍ରେନ୍ୟୋୟର୍ସ ପଞ୍ଚାୟତ କର୍ମଚାରୀ ଓ ଉଚ୍ଚଶିକ୍ଷା ପ୍ରାପ୍ତ ବ୍ୟକ୍ତିଙ୍କୁ ମଧ୍ୟ ଏଥିରେ ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି ।
ନିଯୁକ୍ତିର ସୁଯୋଗ- ଆତ୍ମନିର୍ଭରଶୀଳ ହେବା ଲାଗି ବ୍ୟବସାୟ କରିବା
ମାସିକ ଆୟ- ୨୫ ହଜାର ଟଙ୍କା
ରାଜୀବ ଗାନ୍ଧୀ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ, ଶିଲଂ
ପ୍ରୋଗ୍ରାମ୍ - ଏଗ୍ଜିକ୍ୟୁଟିଭ୍ ପୋଷ୍ଟ୍ ଗ୍ରାଜୁଏଟ୍ ପ୍ରୋଗ୍ରାମ୍ ଇନ୍ ଇଣ୍ଟରନେସନାଲ୍ ବିଜିନେସ୍
ଅବଧି- ୧୨ ମାସ
ଉଦ୍ଦେଶ୍ୟ- ଡାୟନାମିକ୍ କର୍ପୋରେଟ୍ ଲିଡର୍ ପ୍ରସ୍ତୁତ କରିବା ହେଉଛି ଏହି ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ ।
ନିଯୁକ୍ତିର ସୁଯୋଗ- ଭାରତ ଓ ଚୀନ୍ ଭଳି ରାଷ୍ଟ୍ରର ମାର୍କେଟ୍କୁ ଆଖି ଆଗରେ ରଖି ଏହି କୋର୍ସର ପ୍ରଚଳନ ହୋଇଛି। ଏହି କୋର୍ସ କରିଥିବା ବ୍ୟକ୍ତିଙ୍କୁ କଂପାନୀମାନେ ଉଚ୍ଚପଦବୀ ରେ ନିଯୁକ୍ତ କରୁଛନ୍ତି । ଏମାନେ ସାଧାରଣତଃ କଂପାନୀର ରଣନୀତି ପ୍ରସ୍ତୁତ କରିବା ସହିତ ଲକ୍ଷ୍ୟ ହାସଲ ଦିଗରେ ସୁପରିଚାଳନାର ବନ୍ଦୋବସ୍ତ କରିଥାଆନ୍ତି ।
ଟାର୍ଗେଟ- ଆନ୍ତର୍ଜାତୀୟ ସ୍ତରରେ ଅନ୍ୟୁନ ତିନି ବର୍ଷର କାମ ର ଅଭିଜ୍ଞତା ଥିବା ମ୍ୟାନେଜ୍ମେଣ୍ଟ ପ୍ରଫେସନାଲ୍ ମାନଙ୍କ ପାଇଁ ଏହା ମୁଖ୍ୟତଃ ଉଦ୍ଦିଷ୍ଟ । ଏଥିରେ ଭାରତ ଓ ଚୀନର ଯୁବକ ଯୁବତୀମାନେ ବିଶେଷ ଭାବେ ସାମିଲ ହେଉଛନ୍ତି ।
ଆୟ- ଏମାନେ ମାସିକ ୩୬ ହଜାରରୁ ୧ ଲକ୍ଷ ୨୦ ହଜାର ଡଲାର୍ ଯାଏଁ ଆୟ କରୁଛନ୍ତି ।
ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ, ବେଙ୍ଗଲୁରୁ
ପ୍ରୋଗ୍ରାମ୍- ଲର୍ଣ୍ଣିଙ୍ଗ୍ ଫ୍ରମ୍ ସ୍ପୋର୍ଟସ,
ଅବଧି- ଦୁଇ ଦିନ ,କଣ୍ଟେଣ୍ଟ- ଅନ୍ୟମାନଙ୍କ ଠୁଁ ଶିଖିବା ଏବଂ ପରିବେଶ ଅନୁଯାୟୀ ମ୍ୟାନେଜ୍ମେଣ୍ଟରେ ପରିବର୍ତ୍ତନ ଆଣିବା ।
ଉଦ୍ଦେଶ୍ୟ- ଏହି ପୋଗ୍ରାମ୍ରେ ଛାତ୍ରଛାତ୍ରୀମାନଙ୍କୁ ପରଫର୍ମାନ୍ସ ବେସଡ୍ ଲିଡରସିପ୍ , ସମସ୍ତଙ୍କ ମଙ୍ଗଳ ଲାଗି ନୀତି ନିର୍ମାଣ, ଖେଳ ମଧ୍ୟରେ ଆସୁଥିବା ଉତ୍ଥାନ- ପତନ କୁ ମ୍ୟାନେଜ୍ କରିବା, ନିଜର ରୋଲ୍ ରୁ ଆଗକୁ ଯାଇ କାମ କରିବା ଭଳି ପ୍ରସଙ୍ଗ ଶିକ୍ଷା ଦିଆଯାଇଥାଏ । କ୍ଲାସରୁମ୍ ଡିସକ୍ସନ, ଇଣ୍ଟରୋକ୍ଟିଭ୍ ଡିସକ୍ସନ ଓ ପ୍ୟାନେଲ୍ ଡିସକ୍ସନ ମାଧ୍ୟମ ରେ ଇଣ୍ଡଷ୍ଟ୍ରି ଏକ୍ସପର୍ଟସ ସ ସ୍ପୋର୍ଟସ,ଏକ୍ସର୍ପସ ମ୍ୟାନେଜ୍ ଦେବା ଏହି ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ ।