ନୂଆଦିଲ୍ଲୀ: ଦୀର୍ଘଦିନର ଅପେକ୍ଷା ପରେ ଅଯୋଧ୍ୟା ରାମମନ୍ଦିରରେ ଜାନୁଆରି ୨୨ ତାରିଖରେ ଭଗବାନ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଥିଲା।

Advertisment

ଚଳିତଥର ଅଯୋଧ୍ୟାରେ ପ୍ରଭୁ ରାମଲଲ୍ଲା ପ୍ରଥମର ଥର ହୋଲି ଖେଳିବେ। ଏଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଯାଇଛି। ହୋଲିକୁ ଧୁମଧାମରେ ପାଳନ କରିବା ପାଇଁ  ଅନେକ ଦିନରୁ ଅଯୋଧ୍ୟାରେ ସ୍ବତନ୍ତ୍ର ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଥିଲା।

ଏହି କ୍ରମରେ ଜାତୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥା ଲକ୍ଷ୍ମୌ କାଞ୍ଚନ ଫୁଲକୁ ବ୍ୟବହାର କରି ରାମଲଲ୍ଲାଙ୍କ ପାଇଁ ସ୍ବତନ୍ତ୍ର ହୋଲିର ପ୍ରସ୍ତୁତ କରିଛି। ଏହି ହୋଲିକୁ ସଂସ୍ଥା ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବଙ୍କ ପାଖକୁ ପଠାଇ ଦେଇଛି।।

ତେବେ କାଞ୍ଚନ ଫୁଲକୁ ରାଜକୀୟ ବୃକ୍ଷା କୁହାଯାଇଥାଏ ତେଣୁ ଏହାକୁ ରାମଲଲ୍ଲାଙ୍କ ପାଇଁ ହୋଲି ତିଆରି ହେତୁ ବ୍ୟବହାର କରାଯାଇଛି। ଉକ୍ତ ହୋଲିକୁ ପ୍ରସ୍ତୁତ କରିବା ପାଇଁ ଅନେକ ପରୀକ୍ଷା, ନୀରିକ୍ଷା ଓ ଗେବେଷଣା କରାଯାଇଥିଲା। ତା’ପରେ ଯାଇ ଏହାକୁ ପ୍ରସ୍ତୁତ କରାଯାଇଛି।

ଏଥିସହିତ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ହୋଲି ସମୟରେ ସାବଧାନତା ଅବଲମ୍ବନ କରି ଖେଳିବା ପାଇଁ ରାଜ୍ୟବ‌ାସୀଙ୍କୁ ଅନୁରୋଧ କରିଛନ୍ତି।