ଆଗାମୀ ୧୦ ବର୍ଷ ମଧ୍ୟରେ ଅଧା କମିଯିବ ପେଟ୍ରୋଲ, ଡିଜେଲ ଦର, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ବିଶ୍ୱ ବଜାରରେ ତୈଳଦର ଏବେ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି । ଏବେ ଭାରତୀୟ ବାସ୍କେଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୫୯ ଡଲାର ରହିଛି । କିନ୍ତୁ ଦୀର୍ଘ ମିଆଦୀ ଭିତ୍ତିରେ ବିଶ୍ୱବଜାରରେ ତୈଳଦର ଆହୁରି ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ ଅଟକଳ କରିଛନ୍ତି । ଏହାର କାରଣ ହେଉଛି ତୈଳ ଚାଳିତ କାର ଗୁଡ଼ିକ ଆଗାମୀ ଦିନରେ ଇଲେକ୍ଟ୍ରିକ ଯାନସହ ପ୍ରତିଦ୍ୱନ୍ଦିତା କରିବେ । ଯଦି ତେଲ ଦର ବ୍ୟାରେଲ ପିଛା ୯ କିମ୍ବା ୧୦ ଡଲାରକୁ ନ ଖସେ ତେଲ ଚାଳିତ ଗାଡ଼ି ଗୁଡ଼ିକ ଇଲେକ୍ଟ୍ରିକ ଗାଡ଼ି ସହିତ ପ୍ରତିଦ୍ୱନ୍ଦିତା କରିପାରିବ ନାହିଁ ବୋଲି କହିଛି ଆର୍ଥିକ ସଂସ୍ଥା ବିଏନପି ପାରିବାସର ଏକ ରିପୋର୍ଟ । ଏପରି ସ୍ଥିତିରେ ଆଗାମୀ ପ୍ରାୟ ୧୦ ବର୍ଷ ମଧ୍ୟରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା ପର୍ଯ୍ୟନ୍ତ ଖସିଆସିବା ଅସମ୍ଭବ ନୁହେଁ । କିନ୍ତୁ ସେତେବେଳକୁ ବୋଧହୁଏ ଇଲେକ୍ଟ୍ରିକ କାରର ଜମାନା ଆସିଯାଇଥିବ ।

ପରିବେଶ ପ୍ରଦୂଷଣକୁ ରୋକିବାକୁ ବିଶ୍ୱରେ ଏବେ ଇଲେକ୍ଟ୍ରିକ ଯାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାର ପ୍ରଭାବରୁ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଯାନବାହାନ ବିକ୍ରି ଉଲ୍ଲେଖନୀୟ ଊାବେ ହ୍ରାସ ପାଇଚାଲିଛି । ବିଶ୍ୱର ବୃହତ୍ତମ କାର ଗ୍ରାହକ ଚୀନରେ ଅଟୋମୋବାଇଲ ବିକ୍ରି କ୍ରମାଗତ ଭାବେ ହ୍ରାସ ପାଇଚାଲିଛି । ଆମେରିକା, ୟୁରୋପରେ ମଧ୍ୟ କାର ବିକ୍ରି କମିଚାଲିଛି । ସାରା ବିଶ୍ୱରେ କାର ଓ ଅନ୍ୟାନ୍ୟ ଯାନ ବିକ୍ରି କମୁଥିବାରୁ ତେଲର ଚାହିଦା ହ୍ରାସ ପାଇଚାଲିଛି । ଏ ପରିପ୍ରେକ୍ଷୀରେ ବଜାରରେ ତିଷ୍ଠିବା ପାଇଁ ଆଗାମୀ ଦିନରେ ତେଲ ଦର ଆଶାତୀତଭାବେ ହ୍ରାସ ପାଇବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର