ଇଣ୍ଟରନ୍ୟାସନାଲ ରୋଡ୍ ଟ୍ରିପରେ ଯିବାକୁ କାହାର ବା ଇଚ୍ଛା ନଥାଏ କିନ୍ତୁ ଏଥିରେ ଅନ୍ତରାୟ ସୃଷ୍ଟି କରିଥାଏ ବଜେଟ। କିନ୍ତୁ ଯଦି ଲୋକାଲ କ୍ୟାବ୍ ଆପଣଙ୍କୁ ଏହି ସେବା ଯୋଗାଇ ଦେବ ? ଶୁଣିବାକୁ ହୁଏତ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଜଣେ ବ୍ୟକ୍ତିଙ୍କ ସହ କିଛି ଏପରି ହିଁ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବେଙ୍ଗାଲୁରର ରୋହିତ ମେଣ୍ଡା ଉତ୍ତର କୋରିଆ ଯାତ୍ରା ପାଇଁ ଓଲା କ୍ୟାବ ବୁକ୍ କରିଥିଲେ। ଆଶ୍ଚର୍ଯ୍ୟର କଥା ଏହା ଯେ, ରୋହିତ ବୁକ୍ କରିଥିବା ଓଲା କ୍ୟାବଟି ବୁକ୍ ହୋଇଯାଇଥିଲା ଏବଂ ରୋହିତଙ୍କ ମୋବାଇଲରେ ବୁକିଂର ସମସ୍ତ ତଥ୍ୟ ଏବଂ ଡ୍ରାଇଭରଙ୍କ ନାଁ ମଧ୍ୟ ଆସିଯାଇଥିଲା। କେବଳ ଏତିକି ନୁହେଁ, ଏହା ସହ ବିଲ୍ ମଧ୍ୟ ଆସିଥିଲା। ଯେଉଁଥିରେ କିଲୋମିଟର ପ୍ରତି ୧୦ଟଙ୍କା ହିସାବରେ ୧.୪୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଥିବା ଦେଖିବାକୁ ମିଳିଥିଲା।
ରୋହିତ ନିଜ ମୋବାଇଲରେ ଏହି ବିଲର ସ୍କ୍ରିନ୍ ସଟ୍ ନେଇଥିଲେ ଏବଂ ଏହାକୁ ଟ୍ଵିଟରରେ ଓଲାକୁ ପୋଷ୍ଟ କରିଥିଲେ। ପୋଷ୍ଟ କରିବା ସମୟରେ ରୋହିତ ଲେଖିଥିଲେ ଯେ, ଓଲା କ୍ୟାବର ଏହି ଉତ୍ତର କୋରିଆ ଟ୍ରିପ୍ କିପରି ସମ୍ଭବ ଅଟେ ? ନିଜ ସିଷ୍ଟମ ଯାଞ୍ଚ କରନ୍ତୁ।