ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ କେତେ ଭଲପାଇବା ରହିଛି ତାହା ଦେଖିବାକୁ ମିଳିଛି। ବୃଦ୍ଧାଜଣକ ହସ୍ପିଟାଲ ବେଡ ଉପରେ ଶୋଇଥିବାବେଳେ ତାଙ୍କ ବୃଦ୍ଧ ସ୍ୱାମୀ ତାଙ୍କ ପାଖରେ ବସିଛନ୍ତି। ପତ୍ନୀଙ୍କୁ ଏଭଳି ଅବସ୍ଥାରେ ଦେଖି ବୃଦ୍ଧ ନିଜ ଲୁହକୁ ଆଖିରେ ନରୋକିପାରି କାନ୍ଦି ପକାଉଛନ୍ତି। ସ୍ୱାମୀଙ୍କୁ ଏଭଳି କାନ୍ଦୁଥିବା ଦେଖି ପତ୍ନୀ ମଧ୍ୟ କାନ୍ଦିବା ଆରମ୍ଭ କରିଦେଉଛନ୍ତି।

Advertisment

ଏଦୃଶ୍ୟ ଥିବା ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହି ଭିଡିଓରେ ବହୁତ କମେଣ୍ଟ କରିଥିବା ଦେଖାଯାଇଛି। ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ ଥିବା ଭଲପାଇବା ଲୋକଙ୍କ ମନ କିଣୁଥିବା ବେଳେ ଫେସବୁକରେ ଅନେକ ଲୋକ ଏହାକୁ ସେୟାର କରିଥିବା ଦେଖାଯାଇଛି। ଇନଷ୍ଟାଗ୍ରାମରେ ୪.୬୪ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଥିବା ଜଣାପଡ଼ିଛି।

View this post on Instagram

A post shared by GiDDa CoMpAnY (@giedde)

ତେବେ ଭିଡିଓ ଦେଖିବା ପ‌ରେ ଲୋକେ ନିଜ ନିଜର କାହାଣୀ କମେଣ୍ଟ ଜରିଆରେ ସେୟାର କରିଛନ୍ତି। ନୈନା ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଏ ଭିଡିଓ ଦେଖି ମୁଁ କାନ୍ଦୁଛି। କାରଣ ଗତ ବର୍ଷ ମୋ‌ ଜେଜେଙ୍କୁ ଛାଡ଼ି ଚାଲିଯାଇଥିଲେ ଜେଜେ ମା’। ‌ଜେଜେ ତାଙ୍କୁ ସବୁଦିନ ମନେ ପକାଉଛନ୍ତି। ଲୋକଙ୍କୁ ଯିବାକୁ ଦେବା ସବୁଠାରୁ କଷ୍ଟଦାୟକ। ସେମାନେ ଯିବା ପରେ ସେମାନଙ୍କ ସହ ଥିବା ସ୍ମୃତି ହିଁ ଆମ ପାଇଁ ସବୁ କିଛି ପାଲଟିଯାଏ।

ପ୍ରତିକ୍ଷା ନାମକ ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ମା’ ଯିବା ପରେ ମୋ ବାପାଙ୍କୁ ଏଭଳି ଭାଙ୍ଗିପଡ଼ିଥିବାର ମୁଁ ଦେଖିଥିଲି। ଏ ଭିଡିଓ ଦେଖି ମୋ ହୃଦୟ ଭାଙ୍ଗିଗଲା। ସବୁବେଳେ ମାତାପିତାଙ୍କ ସମ୍ମାନ କର ଓ ସେମାନଙ୍କୁ ସମୟ ଦିଅ। ଜୀବନର କିଛି ଭରସା ନଥାଏ।