ନୂଆଦିଲ୍ଲୀ: ଅନେକ ଲୋକ ଅଛନ୍ତି ଯେଉଁମାନେ ବୁଲିବାକୁ ଖୁବ ଭଲ ପାଆନ୍ତି। ଏହି କ୍ରମରେ ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ନିଜ ରୋଜଗାରର ସମସ୍ତ ଟଙ୍କାକୁ କେବଳ ଭ୍ରମଣ ପାଇଁ ହିଁ ଖର୍ଚ୍ଚ କରିଥାଆନ୍ତି।
କିଛିଦିନ ହେବ ବୁଲେଟ କପୁଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦମ୍ପତିଙ୍କ ନାମ ଯୋଗେଶ୍ବର ଭଲ୍ଲା ଓ ସୁଷମା ଭଲ୍ଲା ବୋଲି ଜଣାପଡ଼ିଛି। ଯୋଗେଶ୍ବରଙ୍କ ବୟସ ୭୫ବର୍ଷ ଥିବା ବେଳେ ସୁଷମାଙ୍କ ବୟସ ୭୧ବର୍ଷ ରହିଛି।
ଏଭଳି ପରିଣତ ବୟସରେ ଦମ୍ପତି ଏଯାବତ ୨୨ରୁ ଅଧିକ ଦେଶ ବୁଲି ସାରିଛନ୍ତି। ଯୋଗେଶ୍ବର ଓ ସୁଷମା ପ୍ରଥମେ ନିଜ ପରିବାର ସହିତ ବୁଲିବାକୁ ଯାଉଥିଲେ। କିନ୍ତୁ ଅବସର ନେବା ପରେ ବୁଲିବାକୁ ନିଜ ଜୀବନର ଏକ ଅଂଶ ଭାବେ ଆପଣାଇ ନେଇଛନ୍ତି।
ଅବସର ନେବା ପରେ ଯୋଗେଶ୍ବର ଭଲ୍ଲାଙ୍କ ରୋମାଞ୍ଚକର ଯାତ୍ରା ୨୦୧୧ ମସିହାରୁ ବେନିସରୁ ଆରମ୍ଭ ହୋଇଥିଲା। ଯୋଗେଶ୍ବର ଭ୍ରମଣ ଖର୍ଚ୍ଚ ନିଜ ସେଭିଂ ଆକାଉଣ୍ଟ ଓ ପେନସନ ଟଙ୍କାକୁ ମିଶାଇ କରିଥାଆନ୍ତି।
ଏହି ବୃଦ୍ଧ ଦମ୍ପତି ଏଯାବତ ବେଲଜିୟମ, ଭୁଟାନ, ଦୁବାଇ, ଜର୍ମାନ, ରୋମ, ସୁଇଜରଲ୍ୟାଣ୍ଡ, ତୁର୍କି ସମେତ ୨୨ରୁ ଅଧିକ ଦେଶ ଭ୍ରମଣ କରି ସାରିଛନ୍ତି।
କେବଳ ଏତିକି ଦୁହେଁ, ଯୋଗେଶ୍ବର ଭଲ୍ଲା ଦିଲ୍ଲୀର ଏକ ବାଇକର୍ସ ଗ୍ରୁପର ସଦସ୍ୟ ରହିଛନ୍ତି। ଯେଉଁଠାରେ ସେ ଅନେକ ଯୁବକଙ୍କ ସହିତ ମିଶି ଦିଲ୍ଲୀ ଓ ଆଖପାଖ ସ୍ଥାନ ବୁଲି ଥାଆନ୍ତି।