ଏମିତି ଏକ ଜଗନ୍ନାଥ ମନ୍ଦିର ଯେଉଁଠି ବର୍ଷା ହେବାର ୭ଦିନ ପୂର୍ବରୁ ମିଳିଥାଏ ସୂଚନା

କାନ୍‌ପୁର: ଏବେ ସାରା ଦେଶରେ ମୌସୁମୀର ଆଗମନ ହେତୁ ବର୍ଷା ଆରମ୍ଭ ହୋଇଛି । ତେବେ ମୌସୁମୀ କେବେ ଆସିବ, କେତେ ମାତ୍ରାରେ ବର୍ଷା ହେବ ସେ ନେଇ ପାଣିପାଗ ବିଭାଗ ଖବର ଦେଉଥିବା ବେଳେ ଭାରତରେ ଏମିତି ଏକ ରାଜ୍ୟ ରହିଛି ଯେଉଁଠି ବର୍ଷାର ଆଗମନ ବିଷୟରେ ଏହି ମନ୍ଦିର ଜଣାଇଥାଏ । ବର୍ଷା ଆସିବାର ୭ଦିନ ପୂର୍ବରୁ ହିଁ ଏହି ମନ୍ଦିରରୁ ଲୋକମାନଙ୍କୁ ବର୍ଷା ଆସିବାର ସୂଚନା ମିଳି ଯାଇଥାଏ । ଏହି କଥାଟି ଶୁଣିବା ପରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ ।

rochakpost.com

କିନ୍ତୁ ଉତ୍ତରପ୍ରଦେଶର କାନ୍‌ପୁର ସହରରେ ଏକ ଏମିତି ମନ୍ଦିର ରହିଛି । ଯାହାର କାନ୍ଥରୁ ଡ଼ହ ଡ଼ହ ଖରାରେ ମଧ୍ୟ ପାଣି ବାହାରିବାକୁ ଲାଗିଥାଏ । ପରେ ବର୍ଷା ଆରମ୍ଭ ହେବା ପରେ ମନ୍ଦିରର ଛାତରୁ ପାଣି ବାହାରିବା ବନ୍ଦ ହୋଇ ଯାଇଥାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବର୍ଷା ହେବାର ୬-୭ଦିନ ପୂର୍ବରୁ ମନ୍ଦିରର ଛାତରୁ ପାଣି ବାହାରିଥାଏ । ଯେତେ ବଡ଼ ବଡ଼ ବୁନ୍ଦା ପାଣି ପଡ଼ିଥାଏ, ସେହି ଅନୁସାରେ ବର୍ଷା ମଧ୍ୟ ହୋଇଥାଏ । ଏହାର କାରଣ ଜାଣିବା ପାଇଁ ପୂର୍ବରୁ ଅନେକ ବୈଜ୍ଞାନିକମାନେ ଆସିଥିଲେ ମଧ୍ୟ ଏହା ପଛର କାରଣ ଖୋଜି ପାଇ ନାହାନ୍ତି ବୋଲି ମନ୍ଦିରର ପୂଜାରୀ କହିଛନ୍ତି । ଏହି ମନ୍ଦିର ଭଗବାନ ଜଗନ୍ନାଥଙ୍କର ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର