ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଷଣ୍ଢକୁ ପିଟିବା ମହଙ୍ଗା ପଡ଼ିଲା; ବୃଦ୍ଧଙ୍କୁ ଶିଙ୍ଘରେ ଉଠାଇ ରାସ୍ତାରେ କଚାଡ଼ି ଦେଲା

ନୂଆଦିଲ୍ଲୀ: ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଏକ ଷଣ୍ଢକୁ ବାଡେଇବା ଜଣେ ବୃଦ୍ଧଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାର  ଭିଡିଓ ଏବେ ସୋସିଆଲ ମିଡିଆରେ ଘରି ବୁଲୁଛି। ଲୋକମାନେ ଏହି ଭିଡିଓକୁ ଦେଖି ବିଭିନ୍ନ ପ୍ରକାର ମଜାଳିଆ ପ୍ରତିକ୍ରିୟା ବି ଦେଉଛନ୍ତି।

ଉକ୍ତ ଭିଡିଓରେ ଜଣେ ବୃଦ୍ଧ ରାସ୍ତାରେ ଯାଉଛନ୍ତି। ଏହି ସମୟରେ ତାଙ୍କ ଡାହାଣ ପାର୍ଶ୍ବରେ ଏକ କଳା ରଙ୍ଗର ଷଣ୍ଢ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ତେବେ ଷଣ୍ଢଟି କାହାର କିଛି କ୍ଷତି ନ ପହଞ୍ଚାଇ ଚୁପଚାପ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ବୃଦ୍ଧ ଜଣକ ତାର ପଛ ପଟୁ ଯାଇ ଏକ ଠେଙ୍ଗାରେ ପାହାର ଦେଇଥିଲେ। ଏଥିରେ ଷଣ୍ଢଟି ଉତକ୍ଷିପ୍ତ ହୋଇ ବୃଦ୍ଧ ଜଣକ କିଛି ବୁଝିବା ପୂର୍ବରୁ ତାଙ୍କୁ ଶିଙ୍ଘରେ ଉଠାଇ ରାସ୍ତାରେ କଚାଡ଼ି ଦେଇଥିଲା।

ରାସ୍ତାରେ ପଡ଼ିଯିବା ପରେ ବୃଦ୍ଧ ଜଣକ କଷ୍ଟରେ ଛାଡ଼ି ହୋଇ ଉଠି ପୁଣି ଚାଲିବାକୁ ଲାଗିଥିଲେ। ସୌଭାଗ୍ୟବଶତଃ ଏଥିରେ ତାଙ୍କୁ କିଛି ଆଘାତ ଲାଗି ନଥିବା ଜଣାପଡ଼ିଛି।

ଏହି ଭିଡିଓକୁ ଅକ୍ଟୋବର ୮ତାରିଖରେ ଟୁଇଟରରେ ସେୟାର କରାଯାଇଥିଲା। ଯାହାକୁ ଏପର୍ଯ୍ୟନ୍ତ ୪୫ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଆହୁରି ମଧ୍ୟ ୨୦୦ରୁ ଅଧିକ ଲାଇକ୍ ଏବଂ ଅନେକ ରି-ଟ୍ୱିଟ୍ ମିଳିଛି | ଲୋକମାନେ ଏହି ଭିଡିଓ ଦେଖି ହସି ହସି ବେଦମ ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର