ବାୟୁସେନାରୁ ଅବସରଗ୍ରହଣ କରିଥିବା ଜଣେ ବୃଦ୍ଧଙ୍କ ଇଚ୍ଛା ମୃତ୍ୟୁ ପ୍ରାର୍ଥନା

ଗାଜିୟାବାଦ:ବାୟୁସେନାରୁ ଅବସରଗ୍ରହଣ କରିଥିବା ଜଣେ ବୃଦ୍ଧ ବ୍ୟକ୍ତି ଜଣେ ଭାଜପା ନେତାଙ୍କ ଯୋଗୁଁ ହଇରାଣ ହେଉଥିବା ହେତୁ ଏବଂ ପୁଲିସ ପ୍ରଶାସନକୁ ଏ ସଂପର୍କରେ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ଆଣି ଇଚ୍ଛା ମୃତ୍ୟୁ ନେବାକୁ ଚାହୁଁଛନ୍ତି।
ଏହି ବୃଦ୍ଧଙ୍କ ନାମ ହେଲା ପ୍ରବେଶ ଥାପର । ତାଙ୍କ ଅଭିଯୋଗ ଅନୁଯାୟୀ ପ୍ରାୟ ଏବ ବର୍ଷ ତଳେ ଭାଜପା ନେତା ରାଜ କୁମାର ତୋମର ଓ ତାଙ୍କ ଘରେ ଭଙ୍ଗାରୁଜା କରିଥିଲେ। ଏ ସଂପର୍କରେ ସେ ୨୦୧୮ ମସିହା ଜାନୁଆରି ୫ ତାରିଖରେ କବିନଗର ଥାନାରେ ଏତଲା ଦେଇଥିଲେ। ଏହାପରେ କିନ୍ତୁ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଜୁନ୍‌ ୨୨ ତାରିଖରେ ପ୍ରବେଶ ଥାପର ପୁଣି ଥରେ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଘର ବାହାରରେ ଥିବା ସିସିଟିଭି କ୍ୟାମେରା ଚୋରି ହୋଇଯାଇଛି। ଏହି ଅଭିଯୋଗ ପରେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହାପରେ ସେ ଏବେ ଇଚ୍ଛା ମୃତ୍ୟୁ ବରଣ କରିବାକୁ ପ୍ରାର୍ଥନା କରିଛନ୍ତି।
ଅବସରପ୍ରାପ୍ତ ବାୟୁ ସୈନିକ ପୁଅ ହରିଶ ଥାପର କହିଛନ୍ତି ଯେ କବିନଗର କେବେ ବ୍ଲକ୍‌ରେ ସେ ଗଣିତର କୋଚିଂ ଦିଅନ୍ତି। ଭାଜପା ନେତା ରାଜ କୁମାର ତୋମର ଏହି କୋଚିଂ ସେଣ୍ଟର ବନ୍ଦ କରିବାକୁ ଧମକ ଦେଇଥିଲେ। କାରଣ ଘର ଆଗରେ ବହୁ ଯାନବାହାନ ଆସି ରହୁଛି । ଏହାଫଳରେ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି।ଏହି ବିବାଦ ହେତୁ ବାପା ହଇରାଣ ହେଉଛନ୍ତି ବୋଲି ପୁଅ ହରିଶ ଥାପର କହିଛନ୍ତି ।

ସମ୍ବନ୍ଧିତ ଖବର