ନୂଆଦିଲ୍ଲୀ: କୁହାଯାଏ ବୟସ ହେଉଛି ଏକ ସଂଖ୍ୟା। ଯାହାକୁ ନିକଟରେ ଜଣେ ବୃଦ୍ଧ ପ୍ରମାଣ କରିଛନ୍ତି। ୮୦ବର୍ଷ ବୟସରେ ପଦାର୍ପଣ କରିଥିବା ବେଳେ ବୃଦ୍ଧ ବାପା ଯେଭଳି ଭାବେ ବ୍ରେକ ଡ୍ୟାନ୍ସ କରୁଛନ୍ତି। ତାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ବୃଦ୍ଧଙ୍କ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଭିଡିଓକୁ ଉଦୟପୁର ଭିଜିଟ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି।  ଏହି ଭିଡିଓରେ ଜଣେ ୮୦ବର୍ଷର ବୃଦ୍ଧ ‘ସଜନା ହେ ମୁଝେ ସାଜନ କେ ଲିଏ’ ଗୀତରେ ମନଖୋଲି ନାଚୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ସେ କାନରେ ଏକ ଇଏରଫୋନ ବି ଲଗାଇଥିବା ଦେଖିବାକୁ ମିଳୁଛି। ସେ ନାଚୁଥିବା ସ୍ଥାନରେ ଅନ୍ୟ କିଛି କଳାକାରମାନେ ବି ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ବୃଦ୍ଧଙ୍କ ଆତ୍ମବିଶ୍ବାସକୁ ପ୍ରଶଂସା କରିବା ସହିତ କହିଛନ୍ତି, ‘ବୟସ ହେଉ ଏକ ସଂଖ୍ୟା। ବୃଦ୍ଧଙ୍କ ଭଳି ସର୍ବଦା ଜୀବନକୁ ଉପଭୋଗ କରିବାକୁ ସମସ୍ତେ ଶିକ୍ଷା କରିବା ଉଚିତ। କାରଣ ଜୀବନ ଅଛି ମାନେ ତ ଦୁଃଖ, କଷ୍ଟ ଓ ସମସ୍ୟା ଲାଗି ରହିଥିବ। ସେସବୁ ଯଦି ମନରେ ଧରି ରଖିବା ତେବେ ଜୀବନକୁ ଉପ‌ଭୋଗ କରିହେବ ନାହିଁ। କାରଣ କାଲି ସକାଳକୁ କିଏ ଦେଖିଛି।’