ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହାକି ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ। ନିକଟ‌ରେ ଜଣେ ବୃଦ୍ଧଙ୍କୁ ନେଇ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି।

Advertisment

ଏହି ଭିଡିଓରେ ଜଣେ ବୃଦ୍ଧଙ୍କୁ ଜିମ୍ କରୁଥିବାର ଦେଖିବାକୁ ମିଳୁଛି। ବୟସାଧିକ ସତ୍ତ୍ୱେ ବୃଦ୍ଧଙ୍କ ଇଚ୍ଛାଶକ୍ତି ସାଙ୍ଗକୁ ବ୍ୟାୟାମ କରିବାର ଶୈଳୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଚକିତ କରିଛି। ଯିଏ ବି ଭିଡିଓରେ ବୃଦ୍ଧଙ୍କୁ ଦେଖୁଛନ୍ତି ଏହା ବାସ୍ତବ ଭିଡିଓ ନା ଏଡିଟିଂ କରାଯାଇଛି ବୋଲି ପ୍ରଶ୍ନ କରୁଛନ୍ତି।

ଭାଇରାଲ ଭିଡିଓରେ ବୃଦ୍ଧ ବ୍ୟକ୍ତି ଜଣଙ୍କ ବଟରଫ୍ଲାଏ ବ୍ୟାୟାମ କରୁଥିବା ନଜର ଆସୁଛନ୍ତି। ବ୍ୟାୟାମ ସମୟରେ ବୃଦ୍ଧ ପିନ୍ଧିଥିବା ଲୁଙ୍ଗି ଓ ଗଞ୍ଜି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଅଧିକ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏହି ଭିଡିଓକୁ ଏଯାବତ ୩୧ ହଜାର ଲୋକ ଦେଖିସାରିଛନ୍ତି। ବୃଦ୍ଧଙ୍କ ଏଭଳି କସରତକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ବୃଦ୍ଧ ଅବସ୍ଥାରେ ଏଭଳି କସରତ କରିବା ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି। ବୟସାଧିକ ସତ୍ତ୍ୱେ ବୃଦ୍ଧମାନେ କାହା ଉପରେ ବୋଝ ନହୋଇ ପେଟ ପାଇଁ ସାଇକେଲ, ଅଟୋ ଚଲାଇ ଦୁଇପଇସା ରୋଜଗାର କରୁଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖିବା ପରେ ଲୋକଙ୍କୁ ପ୍ରେରଣା ମିଳିଥାଏ।