ପୋତାଯାଇଥିବା ଭଳି ଦିଶୁଥିଲେ ହେଁ ଏହି ଶୁଖିଲା କାଠ ଗଣ୍ତିଟି ପ୍ରକୃତରେ ଭାସମାନ ଅବସ୍ଥାରେ ୧୨୦ ବର୍ଷ ହେଲା ଅଛି। ଭୂଲମ୍ବ ଭାବେ ଭାସମାନ ଅବସ୍ଥା ନିଶ୍ଚିତ ଭାବେ ବିସ୍ମୟକର। ତେବେ, ବିଜ୍ଞାନୀଙ୍କ ପାଖରେ ସୁଦ୍ଧା ଏହାର ଉତ୍ତର ନାହିଁ। ଏହା କିପରି ସ˚ଭବ ହୋଇଛି, କେହି କହିପାରୁନାହାନ୍ତି। ଏହି କାଠ ଗଣ୍ତିଟି ‘ଓଲ୍ଡମ୍ୟାନ୍ ଅଫ୍ ଦ ଲେକ୍’ ଭାବେ ନାମିତ। ୧୮୯୬ରେ ସେଇଟିକୁ ଓରିଗନ୍ର କ୍ରେଟର୍ ଲେକ୍(ଯୁକ୍ତରାଷ୍ଟ୍ର ଆମେରିକାର ଗଭୀରତମ ହ୍ରଦ ଏବ˚ ବିଶ୍ବର ନବମ ଗଭୀରତମ ହ୍ରଦ)ରେ ଠାବକରିଥିଲେ ଭୂତତ୍ତ୍ବ ବିଜ୍ଞାନୀ ଜୋସେଫ୍ ଡାଇଲର୍। ପାଞ୍ଚ ବର୍ଷ ପରେ ଗଣ୍ତିଟି ମୂଳ ସ୍ଥାନରୁ ପ୍ରାୟ ଚାରି ଶହ ମିଟର୍ ଦୂରକୁ ଘୁଞ୍ଚିଥିବା ମଧ୍ୟ ସେ ଆବିଷ୍କାର କରିଥିଲେ। ଗଣ୍ତିଟି ସ˚ଭବତଃ ହେମ୍ଲକ୍ ବୃକ୍ଷର। ସେଇଟି ୪୫୦ ବର୍ଷ ପୁରୁଣା ବୋଲି କାର୍ବନ୍ ଡେଟି˚ ପରୀକ୍ଷାରୁ ଜଣାପଡ଼ିଛି। ଗଣ୍ତିଟିର ଲମ୍ବ ନଅ ମିଟର୍ ଏବ˚ ଗୋଲେଇ ଏକଷଠି ସେନ୍ଟିମିଟର୍। ଭୂସ୍ଖଳନ ଯୋଗୁଁ ଗଛଟି ଧରାଶାୟୀ ହୋଇ ହ୍ରଦ ଭିତରକୁ ଆସିଥାଇପାରେ। କାଳକ୍ରମେ କ୍ଷୟ ହୋଇଚାଲିଛି। ତେବେ, ଭୂଲମ୍ବ ଅବସ୍ଥାରେ କିପରି ରହିଛି, ସମସ୍ତଙ୍କୁ ବିସ୍ମିତ କରିରଖିଛି।
୧୨୦ ବର୍ଷ ହେଲା ଭୂଲମ୍ବ ଭାବେ ଭାସମାନ ଅବସ୍ଥାରେ ଶୁଖିଲା କାଠ ଗଣ୍ତି!
/sambad/media/post_attachments/wp-content/uploads/2019/11/lake.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)