୪୫ବର୍ଷ ହେବ ଏହିପରି ଲଡୁ ବ୍ୟବସାୟ କରୁଛି କହି ଭୋଭୋ ହୋଇ କାନ୍ଦିଲେ ବୃଦ୍ଧ

ନୂଆଦିଲ୍ଲୀ: ଦୁନିଆ ଦିନକୁ ଦିନ ଯେତେ ଚକଚକ୍ୟ ହେଲେ ମଧ୍ୟ ଆଜି ବି ଏମିତି ଲୋକ ଅଛନ୍ତି ଯେଉଁମାନେ ଦୁଇବେଳା ପେଟକୁ ଦାନା ନେବାକୁ ଅସମର୍ଥ ଅଛନ୍ତି। ଶୀତ କାକର, ବର୍ଷା ଓ ଖରାରେ ଦିନସାର ବୁଲିବୁଲି ବ୍ୟବସାୟ କଲେ ଯାଇ ପେଟକୁ ଦୁଇମୁଠା ଦାନା ମିଳିଥାଏ। ସୋସିଆଲ ମିଡିଆରେ ଏମିତି ଜଣେ ଗରିବ ବୃଦ୍ଧଙ୍କ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ସେଫ ପଥିକ ନାମକ ଆକାଉଣ୍ଟରେ ସେୟାର କରାଯାଇଛି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଥିବା ବୃଦ୍ଧ ଜଣକ ୪୫ବର୍ଷ ହେବ ବୁଲିବୁଲି ଲଡୁ ବିକ୍ରି କରି ଜଣାପଡ଼ିଛି। ବୃଦ୍ଧଙ୍କୁ ତାଙ୍କର ଏହି ବ୍ୟବସାୟ ବିଷୟରେ ପଚରା ଯିବାରୁ ସେ କାନ୍ଦିକାନ୍ଦି କହିଥିଲେ, ‘ଆଜ୍ଞା ମୁଁ ଗତ ୪୫ବର୍ଷ ହେବ ମୁଣ୍ଡରେ ଏହି କୁଣ୍ଡରେ ଲଡ଼ୁ ରଖି ଘରଘର ବୁଲି ବ୍ୟବସାୟ କରି ଆସୁଛି। ତଥାପି ଦିନେଦିନେ ମୋ ପେଟ ଭୋକରେ ରହିଯାଇଥାଏ। କାହିଁକି ନା ଆଜିକାଲି ଲୋ‌କେ ବଡ଼ବଡ଼ ରେସ୍ତୋରାଁ ହୋଟେଲରେ ଯାଇ ଖାଇବାକୁ ପସନ୍ଦ କରୁଛନ୍ତି। ମୋ ଠାରୁ ଲଡ଼ୁ କିଣି ଖାଇବା ଗ୍ରାହକ ଖୁବ କମ ଅଛନ୍ତି।

ତଥାପି ମୁଁ ଏହି ବ୍ୟବସାୟକୁ ଛାଡ଼ି ପାରୁନାହିଁ କାହିଁକି ନା ମୋ ପାଖରେ ଅର୍ଥ ରୋଜଗାର ପାଇଁ ଅନ୍ୟ କିଛି ବିକଳ୍ପ ବି ନାହିଁ। ଏପଟେ ମୁଁ ବୃଦ୍ଧ ହୋଇଗଲିଣି। ଅନ୍ୟ କିଛି ବ୍ୟବସାୟ ଆରମ୍ଭ କରିବା ପାଇଁ ମୋ ପାଖରେ ନା ଅର୍ଥ ବଳ ଅଛି ନା’ ମନୋବଳ ରହିଛି। ଯେତେଦିନ ବଞ୍ଚିଛି ଅନ୍ୟ ଉପରେ ବୋଝ ହେବା ଅପେକ୍ଷା ନିଜେ ଦୁଇପଇସା ରୋଜଗାର କରି ପେଟକୁ ଦାନ ଦେବା ଉଚିତ ବୋଲି ମୁଁ ଭାବେ।’

 

 

View this post on Instagram

 

A post shared by Itz Kanha (@chef_pathik)

ଏହି ଭିଡିଓ ଭାଇରାଲ ହେବାପରେ ଲୋକମାନେ ଉକ୍ତ ବୃଦ୍ଧଙ୍କ ପରିଚୟ ଠିକଣା ଜାଣିବାକୁ ଚାହିଁଛନ୍ତି। ତେବେ ଯେଉଁଠାରୁ ଏହି ଭିଡିଓ ସଂଗ୍ରହ କରାଯାଇଛି ସେଥିରେ ବୃଦ୍ଧଙ୍କ ନାମ ଓ ଠିକଣା ନେଇ କୌଣସି ସୂଚନା ନଥିଲା।

ତେବେ କିଛିଲୋକ ଏହି ଭିଡିଓ ଦେଖିବା ପରେ ଲୋକଙ୍କୁ ଅନୁରୋଧ କରି କହିଛନ୍ତି କି, ଯଦି ଆପଣଙ୍କ ଅଞ୍ଚଳରେ ଏହି ବୃଦ୍ଧ ଲଡୁ ବ୍ୟବସାୟୀ ଜଣକ ଅଛନ୍ତି ତେବେ ଅଧିକରୁ ଅଧିକ ତାଙ୍କୁ ସାହାଯ୍ୟ କରନ୍ତୁ। ଏଥିସହିତ ତାଙ୍କୁ ପଚାରି ବୁଛନ୍ତୁ କି ଅର୍ଥ ପଠାଇବା ପାଇଁ ତାଙ୍କ ପାଖରେ କ’ଣ ବିକଳ୍ପ ଅଛି। ଯଦ୍ବାରା ଦୂରରେ ଥିବା ଲୋକ ବି ବୃଦ୍ଧଙ୍କୁ କିଛି ଆର୍ଥିକ ସାହାଯ୍ୟ କରି ପାରିବେ।

ସମ୍ବନ୍ଧିତ ଖବର