ନୂଆଦିଲ୍ଲୀ: ଅମୃତସରରୁ ହାଜିପୁର ଯାଉଥିବା ଆମ୍ରପାଲି ଏକ୍ସପ୍ରେସ ଟ୍ରେନ ସଂଖ୍ୟା ୧୫୭୦୮ରେ ୭୦ବର୍ଷୀୟ ଜଣେ ବୃଦ୍ଧ ଯାତ୍ରୀ ଯାତ୍ରା ସମୟରେ ହୃଦଘାତର ଶିକାର ହୋଇଥିଲେ।
ବୃଦ୍ଧ ଯାତ୍ରୀ ହୃଦଘାତର ଶିକାର ହେବା ଖବର ପାଇବା ପରେ ଆମ୍ରପାଲି ଏକ୍ସପ୍ରେସ ଟ୍ରେନରେ ଡିୟୁଟିରେ ଥିବା ଟିଟିଇ ତୁରନ୍ତ ଯାତ୍ରୀଙ୍କ ପାଖରେ ପହଞ୍ଚି ସିପିଆର ଦେବା ଆରମ୍ଭ କରିଥିଲେ। ସୌଭାଗ୍ୟବଶତଃ ଟିଟିଇଙ୍କ ସିପିଆର ଦ୍ବାରା ବୃଦ୍ଧଙ୍କ ଜୀବନ ରକ୍ଷା ପାଇଯାଇଥିଲା। ଏହାପରେ ଛପରା ରେଲୱେ ଷ୍ଟେସନରେ ଟ୍ରେନ ଅଟକାଇ ବୃଦ୍ଧ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବୃଦ୍ଧଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପରେ ବୃଦ୍ଧ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
टीटीई की तत्परता से मिला जीवनदान...
— Ashok Rajpurohit (@BmrAshok) November 23, 2024
ट्रेन संख्या 15708 'आम्रपाली एक्सप्रेस' के जनरल कोच में सफ़र के दौरान 70 वर्षीय एक यात्री को हार्ट अटैक आने पर तैनात टीटीई ने बिना समय गंवाए CPR दिया और यात्री की जान बचाई। तत्पश्चात छपरा रेलवे स्टेशन पर यात्री को अस्पताल भेज दिया गया। pic.twitter.com/yy3EP2Piby
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/24/QeI0TIld7HZNvYuK5NeO.jpg)
