ପୁରୁଣା ମୋବାଇଲ୍‌ ସ˚ଗ୍ରହାଳୟ : ପ୍ରଦର୍ଶିତ ହେଉଛି ୧୬୫୧ଟି ଭିନ୍ନ ଭିନ୍ନ ମଡେଲ୍‌ର ମୋଟ ୪୧୨୨ଟି ଫୋନ୍‌

ସ୍ଲୋଭାକିଆ ଅନ୍ତର୍ଗତ ସହର ଡୋବ୍‌ସିନାର ବାସିନ୍ଦା ଷ୍ଟିଫାନ୍‌ ପୋଲ୍‌ଗାରି ନିଜ ଘରେ ପୁରୁଣା ମୋବାଇଲ୍‌ ଫୋନ୍‌ର ଏକ ସ˚ଗ୍ରହାଳୟ ଖୋଲିଛନ୍ତି। ତାଙ୍କ ସ˚ଗ୍ରହାଳୟରେ ପ୍ରଦର୍ଶିତ ହେଉଛି, ୧୬୫୧ଟି ଭିନ୍ନ ଭିନ୍ନ ମଡେଲ୍‌ର ମୋଟ ୪୧୨୨ଟି ଫୋନ୍‌। ପନ୍ଦର ବର୍ଷ ବୟସରୁ ସେ ପୁରୁଣା ମୋବାଇଲ୍‌ ଫୋନ୍‌ ସଂଗ୍ରହ କରିଆସିଲେଣି। ଏବେ ତାଙ୍କ ବୟସ ଅଣତିରିଶ ବର୍ଷ। କିଛି ବର୍ଷ ତଳେ ଅନ୍ୟ ଜଣେ ସ˚ଗ୍ରାହକଙ୍କଠାରୁ ସେ ହଜାରେଟି ପୁରୁଣା ଫୋନ୍‌ କିଣିଥିଲେ। ତାହା ପରେ ସଂଗ୍ରହାଳୟ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର