ଲକ୍ଷ୍ମୌ: ଉତ୍ତରପ୍ରଦେଶର ମୌନପୁରୀ ତହସିଲରେ ବସବାସ କରୁଥିବା ଜଣେ ବୃଦ୍ଧ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନିଜର ସମସ୍ତ ଜମି କବଲା କରି ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ରାଜ୍ୟର ବିକାଶ ବ୍ଲକ ଅନ୍ତର୍ଗତ କିଶନିର ଚିତ୍ରୟାନ ଗ୍ରାମର ପୁରନ ଲାଲଙ୍କ ୮୭ବର୍ଷୀୟ ପତ୍ନୀ ବିଟନ ଦେବୀ ନିକଟରେ ତାଙ୍କ ନାମରେ ଥିବା ଜମିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ କରି ଦେବାକୁ ନିଷ୍ପତ୍ତି ନେଇ ତହସିଲର ଓକିଲ କୃଷ୍ଣ ପ୍ରତାପ ସିଂଙ୍କ ନିକଟରେ ପହଞ୍ଚିଥିଲେ।
/sambad/media/post_attachments/wp-content/uploads/2020/12/Untitled-2-2-300x199.jpg)
ବିଟନ ଦେବୀ ତହସିଲରେ ପହଞ୍ଚି ଓକିଲ କୃଷ୍ଣ ପ୍ରତାପ ସିଂଙ୍କୁ କହିଥିଲେ, ମୁଁ ମୋର ୧୨ବିଘା ଜମିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ କରି ଦେବାକୁ ଚାହୁଁଛି। କାରଣ ମୋ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଛି। ମୋର ଦୁଇ ପୁଅ ବୋହୂ ମୋତେ ପଚାରୁ ନାହାନ୍ତି କି ଯତ୍ନ ବି ନେଉ ନାହାନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ବୃଦ୍ଧାବସ୍ଥା ପେନସନରୁ ମୁଁ ଚଳୁଛି। ସ୍ବାମୀ ଓ ମୋ ନାମରେ ଥିବା ସମ୍ପତ୍ତିକୁ ମୁଁ ଦୁଇ ପୁଅ ମଧ୍ୟରୁ କାହାରିକୁ ଦେବାକୁ ଚାହୁଁ ନାହିଁ।
ବୃଦ୍ଧାଙ୍କଠାରୁ ଏପରି କଥା ଶୁଣିବା ପରେ ଓକିଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ବିଟନ ଦେବୀଙ୍କୁ ଅନେକ ବୁଝାଇଥିଲେ। କିନ୍ତୁ ବୃଦ୍ଧା ଜଣକ କିଛି କଥା ନ ଶୁଣି ନିଜର ଜିଦରେ ଅଟଳ ରହିଥିଲେ। ଏ ବିଷୟରେ ଜିଲ୍ଲାପାଳଙ୍କ ସହ କଥା ହେବାର ଆଶ୍ବସନା ଦେଇ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଦୁଇଦିନ ପରେ ସମାନ କଥା ନେଇ ବୃଦ୍ଧା ବିଟନ ଦେବୀ ପୁଣି ତହସିଲରେ ପହଞ୍ଚି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Untitled-3-1.jpg)