ଦେଖନ୍ତୁ କିଭଳି ବିଭିନ୍ନ ଶୈଳୀରେ ସାଇକେଲରେ ଷ୍ଟଣ୍ଟ ଦେଖାଉଛନ୍ତି ବୃଦ୍ଧ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସାଇକେଲର ଷ୍ଟଣ୍ଟ ଦେଖିବାକୁ ମିଳିଥାଏ। ନିକଟରେ ଏଭଳି ଏକ ସାଇକେଲ ଷ୍ଟଣ୍ଟ ଭାଇରାଲ ହୋଇଛି। ଏଥିରେ ଜଣେ ବୃଦ୍ଧଙ୍କୁ ସାଇକେଲ ଚଲାଉଥିବା ଦେଖିବାକୁ ମିଳୁଛି। ବୃଦ୍ଧଙ୍କ ସାଇକେଲ ଚଲାଇବା ଶୈଳୀକୁ  ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

 

ଟୁଇଟରରେ ବୃଦ୍ଧଙ୍କ ସାଇକେଲ ଷ୍ଟଣ୍ଟକୁ ସେୟାର କରି କ୍ୟାପସନରେ ଲେଖାହୋଇଛି, ‘ପ୍ରତ୍ୟେକ ସମୟକୁ ଉପଭୋଗ କରନ୍ତୁ’।

ଭିଡିଓରେ ଦେଖିବାକୁ ମିଳୁଛି, ଝିପଝିପ ବର୍ଷା ହେଉଛି। ଆଉ ରାସ୍ତା ଭିଜା  ଅଛି। ଏହି ଭିଜା ରାସ୍ତାରେ ଜଣେ ବୃଦ୍ଧ ସାଇକେଲ ଚଲାଉଛନ୍ତି। ଏହି ସମୟରେ ସେ କେତେବେଳେ ଦୁଇ ହାତ ଛାଡ଼ି ଦେଉଛନ୍ତି ତ କେତେବେଳେ ଗୋଡ ଉପରକୁ କରି ଦେଉଛନ୍ତି। କେବଳ ଏତିକି ନୁହେଁ, ମଝିରେ ମଝିରେ ଟାଇଟାନିକ ପୋଜ ବି ଦେଉଛନ୍ତି। ତାଙ୍କୁ ଏଭଳି କରୁଥିବା ଦେଖି ଲାଗୁଛି କି ଯେମିତି କେହି ଜଣେ ଯୁବକ ଏପରି କରୁଛନ୍ତି।

ବୃଦ୍ଧଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ। ବୃଦ୍ଧ ଜଣକ ବାସ୍ତବରେ ଏପରି କରୁଛନ୍ତି ବୋଲି କେହି ବିଶ୍ବାସ ବି କରି ପାରୁ ନାହାନ୍ତି।

 

 

ସମ୍ବନ୍ଧିତ ଖବର