ନୂଆଦିଲ୍ଲୀ: ବିବାହ ଭୋଜିରେ ଖାଦ୍ୟ ନଷ୍ଟ ହେଉଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଭୋଜିରେ ଲୋକେ ଲୋଭରେ ଥାଳି ଭର୍ତ୍ତି କରି ଖାଇବା ନେଇ ଯାଇଥାଆନ୍ତି। କିନ୍ତୁ ପେଟ ଭର୍ତ୍ତି ହୋଇଗଲା ପରେ ଉକ୍ତ ଖାଦ୍ୟକୁ ଖାଇ ନପାରି ତାହାକୁ ଡଷ୍ଟବିନରେ ପିଙ୍ଗି ଦେଇଥାଆନ୍ତି। ଏତଦ ଦ୍ବାରା ବହୁ ପରିମାଣରେ ଖାଦ୍ୟ ନଷ୍ଟ ହୋଇଥାଏ।
ଏଭଳି ପରିସ୍ଥିତିରେ ଖାଦ୍ୟର ଅପଚୟକୁ ରୋକିବା ପାଇଁ ବିଭିନ୍ନ ଅଭିଯାନ ଚାଲିଛି। ବିଭିନ୍ନ ସାମାଜିକ ସଂଗଠନମାନେ ଲୋକଙ୍କୁ ଖାଦ୍ୟ ଅପଚୟ ନକରିବା ପାଇଁ ବୁଝାଉଛନ୍ତି। ଯାହାଫଳରେ କି ବିବାହରେ ଖାଦ୍ୟର ଅପଚୟ ବନ୍ଦ ହୋଇପାରିବ ଏବଂ ଅବଶିଷ୍ଟ ଖାଦ୍ୟ ଅଭାବୀ ଲୋକଙ୍କୁ ପ୍ରଦାନ କରାଯାଇପାରିବ।
ଏହି କ୍ରମରେ ଏକ ବିବାହରେ ଖାଦ୍ୟର ଅପଚୟକୁ ରୋକିବା ପାଇଁ ଜଣେ ବ୍ୟକ୍ତି ସ୍ବତନ୍ତ୍ର ଜୁଗାଡ଼ କରିଛନ୍ତି। ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଭୋଜି ଖାଇ ସାରିବା ପରେ ପ୍ଲେଟ ପକାଉଥିବା ଡଷ୍ଟବିନ ପାଖରେ ଜଣେ ବ୍ୟକ୍ତି ଛିଡ଼ା ହୋଇଛନ୍ତି। ଯିଏ ଖାଲି ପ୍ଲେଟ ନେଇ ଆସୁଛି ତାଙ୍କୁ ସେ ଉକ୍ତ ଡଷ୍ଟବିନରେ ପକାଇବାକୁ ଅନୁମତି ଦେଉଛନ୍ତି। ଯାହାଙ୍କ ଥାଳିରେ ଖାଦ୍ୟ ରହିଛି ତାହାକୁ ସେ ଖାଇକି ସଫା କରିବା ପାଇଁ କହୁଛନ୍ତି। ଯେପର୍ଯ୍ୟନ୍ତ ଥାଳିରେ ଖାଦ୍ୟ ରହିଛି ସେ ଲୋକଙ୍କୁ ଡଷ୍ଟବିନରେ ପକାଇବାକୁ ଦେଉନାହାନ୍ତି।
ଉକ୍ତ ବ୍ୟକ୍ତିଙ୍କ ଖାଦ୍ୟ ଅପଚୟକୁ ରୋକିବା ପାଇଁ ଏଭଳି ଜୁଗାଡ଼ ବେଶ ଚର୍ଚ୍ଚାରେ ରହିଛି।
Follow Us