ଜାଲି ଭିତରକୁ ଡେଇଁ ସିଂହ ସହ ମୁହାଁମୁହିଁ, ମହିଳା ଯେପରି କଲେ ଆପଣ ସେପରି ଆଦୌ କରନ୍ତୁ ନାହିଁ!

ନ୍ୟୁୟର୍କ: ସିଂହଙ୍କୁ ପାଖରୁ ଦେଖିବାର ନିଶାରେ ବାୟା ହୋଇ ଚର୍ଚ୍ଚା ପାଲଟିଛନ୍ତି ନ୍ୟୁୟର୍କର ଜଣେ ମହିଳା। ମହିଳାଙ୍କ ଏପରି ପାଗଳାମୀର ଭିଡିଓ ଶନିବାର ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍‌ ହେବା ପରେ ଏହାକୁ ଅନେକ ଲୋକ ଦେଖି ସାରିଲେଣି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ସିଂହ ବାଡ଼ ଭିତରକୁ ଡେଇ ସିଂହର ସାମ୍ନାସାମ୍ନି ହୋଇଛନ୍ତି। ତୁମକୁ ଏପରି ଆଦୌ ବି କରିବାର ନଥିଲା ବୋଲି ଜଣେ ବ୍ୟକ୍ତି ବାରମ୍ବାର କହୁଥିବାର ଶୁଣିବାକୁ ମିଳିଛି।

ଯୁବତୀ ଜଣକ କେବଳ ସିଂହ ଜାଲି ଭିତରକୁ ଡେଇଁ ପଡ଼ିନାହାନ୍ତି ବରଂ ହାତ ହଲାଇ ସିଂହଟିକୁ ଚିଡ଼ାଉଛନ୍ତି ମଧ୍ୟ। ସିଂହଟି ପ୍ରଥମେ ଯୁବତୀଙ୍କୁ ଗାଡ଼େଇ ଗାଡ଼େଇ ଚାହିଁଥିଲା ଓ ପରେ କୌଣସି କ୍ଷତି ନକରି ଫେରି ଯାଇଥିଲା। ମହିଳାଙ୍କର ଏପରି ଦୁଃସାହସ ପାଇଁ ତାଙ୍କୁ ସୋସିଆଲ୍‌ ମିଡିଆରେ ଅନେକ ସମାଲୋଚନା କରାଯାଇଛି।

https://www.ndtv.com

ସମାଲୋଚନା କରି କେହି କେହି ମହିଳାଙ୍କ ଦୁଃସାହସ କାମ ପାଇଁ ନିନ୍ଦା କରିଛନ୍ତି ତ ଆଉ କେହି ସିଂହଟିର କୌଣସି କ୍ଷତି କରନ୍ତୁ ନାହିଁ ବୋଲି କହିଛନ୍ତି। ତେବେ ଇନ୍‌ଷ୍ଟାରେ ପ୍ରଥମେ ଭିଡିଓଟି ସେୟାର୍‌ କରାଯାଇଥିଲେ ବି ପରେ ଏହାକୁ ପେଜ୍‌ରୁ ହଟାଇ ଦିଆଯାଇଛି।

ସମ୍ବନ୍ଧିତ ଖବର