ମୂର୍ତ୍ତି ଭଳି ବସି ପଡ଼ିବାରୁ ସିଂହ ଶିକାରରୁ ବଞ୍ଚିଲେ ଦର୍ଶକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ପଶୁପକ୍ଷୀଙ୍କ ଭିଡିଓ ପୋଷ୍ଟ ହୋଇଥାଏ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳୁଛି କି ଜଙ୍ଗଲରେ କିଛି ଦର୍ଶକ ଉପସ୍ଥିତ ଅଛନ୍ତି। ଏହି ସମୟରେ ଏକ ସିଂହ ଚାଲି ଆସୁଛି। ସିଂହକୁ ଦେଖି ଦର୍ଶକ ମୂର୍ତ୍ତି ଭଳି ଯିଏ ଯେଉଁ ଅବସ୍ଥାରେ ଥିଲେ ସେମିତି ବସି ରହିଥିଲେ।

ସିଂହକୁ ଲାଗିଥିଲା କି ସେଠାରେ କୌଣସି ମଣିଷ ନାହାନ୍ତି। ଏହାପରେ ସେ ଘଟଣାସ୍ଥଳରୁ ଚାଲି ଯାଇଥିଲା। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ସହିତ ଲୋକମାନେ ଏହି ଭିଡିଓକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓଟି ଆଫ୍ରିକାର ସାବି ସାବି ରିଜର୍ଭର ବୋଲି କୁହାଯାଉଛି|

 

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେଉଁମାନେ ଜଙ୍ଗଲ ସଫାରିରେ ଯାଇଥିଲେ ସେମାନେ ନିଜ କାରରେ ବସିଛନ୍ତି । ଏକ ମାଟି ରାସ୍ତା ଅଛି ଯେଉଁଠାରେ ଦୁଇଟି ଗାଡ଼ି ମୁହାଁମୁହିଁ କରି ଛିଡ଼ା ହୋଇଛି। ଏହି ସମୟରେ ସେମାନଙ୍କ ଗାଡି ମଝିକୁ ଏକ ସିଂହ ଚାଲି ଆସିଥିଲା। କାରର ବୋନେଟରେ ବସିଥିବା ବ୍ୟକ୍ତି ସିଂହକୁ ଦେଖି ମୂର୍ତ୍ତୀ ଭଳି ସ୍ଥିର ହୋଇଯାଇଥିଲେ। ଏହାପରେ ସିଂହ ଘଟଣାସ୍ଥଳରୁ ଚାଲି ଯାଇଥିଲା। ଉପସ୍ଥିତ ବୁଦ୍ଧି ହେତୁ ଉକ୍ତ ବ୍ୟକ୍ତି ଓ ଦର୍ଶକଙ୍କ ଜୀବନ ବଞ୍ଚିଗଲା।

ସମ୍ବନ୍ଧିତ ଖବର