ପ୍ରଧାନମନ୍ତ୍ରୀଙ୍କ ପରି ବିଜେପିର ଆଉ ଜଣେ ସଫଳ ଚା’ ବିକାଳି

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ପରେ ଭାରତୀୟ ଜନତା ପାର୍ଟିର ଆଉ ଜଣେ ଚା ବିକ୍ରି କରୁଥିବା ସଫଳ ଚେହେରା ହେଉଛନ୍ତି ବିଜେପି କାଉନ୍‌ସିଲ୍‌ ଅବତାର୍‌ ସିଂହ। ସେ ସୋମବାର ନୂଆଦିଲ୍ଳୀର ନୂଆ ମେୟର୍‌ ଭାବେ ନିଯୁକ୍ତି ପାଇଛନ୍ତି। ଏହି ପଦବୀରେ ରହିବାରେ ସିଂହ ହେଉଛନ୍ତି ପ୍ରଥମ ଦଳିତ ଶିଖ୍‌।

ନିର୍ବାଚନ ପାଇଁ ସେ ବିଜେପିର ଦିଲ୍ଲୀ ମୁଖ୍ୟ ମନୋଜ ତିଓ୍ଵାରୀଙ୍କ ଦ୍ୱାରା ମନୋନୀତ ହୋଇଥିଲେ। ଉତ୍ତର ଦିଲ୍ଲୀର ନଗର ନିଗମରେ ଏକ ସାଧାରଣ ବୈଠକରେ ତାଙ୍କୁ ଚୟନ କରାଯାଇଛି ବୋଲି ଜଣେ ବରିଷ୍ଠ ନଗର ନିଗମ ଅଧିକାରୀ କହିଛନ୍ତି।

ବିଜେପିର ସେ ଜଣେ କଠିନ ପରିଶ୍ରମୀ କର୍ମୀ। ତାଙ୍କ ପରିଶ୍ରମ ଯୋଗୁ ହିଁ ସେ ଜଣେ ସାଧାରଣ ଚା’ ବିକାଳିରୁ ମେୟର୍‌ ହୋଇପାରିଛନ୍ତି।

ମେୟର ପାଇଁ ହୋଇଥିବା ନିର୍ବାଚନଟି ପରୋକ୍ଷ ପ୍ରକ୍ରିୟାରେ କରାଯାଇଛି। ଏହି ପ୍ରକ୍ରିୟାରେ ମହାନଗର ନିଗମର କାଉନ୍‌ସିଲରମାନେ ସାମିଲ୍‌ ହୋଇଥିଲେ। ମେୟରଙ୍କ କାର୍ଯ୍ୟକାଳର ସମୟ ଅବଧି ୧ ବର୍ଷ।

ସମ୍ବନ୍ଧିତ ଖବର