ଚାଇନାରେ ଗୋଟିଏ ଲଢ଼ୁଆ ଝିଣ୍ଟିକାର ଦାମ୍‌ ୫ ଲକ୍ଷ !

ବେଜିଂ: ଚାଇନାରେ ଝିଣ୍ଟିକା ଲଢ଼େଇ ଏକ ପାରଂପରିକ ମନୋରଂଜନ। ଏହା ହଜାରେ ବର୍ଷରୁ ଅଧିକ ପୁରୁଣା। ପୂର୍ବେ ଏ ବାବଦରେ ଯେତିକି ବ୍ୟୟ ହେଉଥିଲା, ଏବେ ତା’ଠାରୁ ଢେର୍‌ ଅଧିକ ହେଉଛି। କାରଣ, ଚାଇନିଜ୍‌ଙ୍କର ହାରାହାରି ଆୟ ବଢ଼ିଛି। ସେଠାକାର ସାନ୍‌ଡୋଙ୍ଗ୍‌ ପ୍ରଦେଶ ଅନ୍ତର୍ଗତ ସିଦିଆନ୍‌ରେ ଦେଖିବାକୁ ମିଳୁଥିବା ଝିଣ୍ଟିକା ଅପେକ୍ଷାକୃତ ବଡ଼। ତାଙ୍ଗ୍‌ ରାଜବଂଶ ଶାସନ କାଳରୁ(ଖ୍ରୀଷ୍ଟାବ୍ଦ ୬୧୮) ସିଦିଆନ୍‌ ହିଁ ଲଢ଼ୁଆ ଝିଣ୍ଟିକାଙ୍କ ମୁଖ୍ୟ ଯୋଗାଣ କେନ୍ଦ୍ର ରହିଆସିଛି। ଆଜିକାଲି ସେଠାକାର ଝିଣ୍ଟିକାଙ୍କୁ ବିଭିନ୍ନ ଉପାୟରେ ଅଧିକ ଶକ୍ତିଶାଳୀ ବନାଇବା କାର୍ଯ୍ୟରେ ସତେ ଯେପରି ପୂରା ସହର ଲାଗିଛି। ଝିଣ୍ଟିକାଙ୍କୁ ଶକ୍ତିଶାଳୀ କରିବାକୁ ଜେନିଟିକ୍‌ ଇଂଜିନିଅରିଂକୁ କାମରେ ଲଗାଯାଉଛି। ଫଳରେ ଜିନ୍‌ ପରିବର୍ତ୍ତିତ ଝିଣ୍ଟିକା ଅଧିକ ହିଂସ୍ର ହେଉଛନ୍ତି। ଝିଣ୍ଟିକା ଲଢ଼େଇରେ ବାଜି ଲଗାଯାଉଥିବାରୁ, କିଣା-ବିକା କାରବାର ବି ଭଲ ଚାଲିଛି। ଲଢ଼ୁଆ ଝିଣ୍ଟିକା ସୁନାଠାରୁ ଦୁର୍ମୂଲ୍ୟ ହେଲେଣି। ଗୋଟିଏ ଗୋଟିଏ ଭାରତୀୟ ମୁଦ୍ରାରେ ପାଞ୍ଚ ଲକ୍ଷରେ ବିକ୍ରି ହେଉଛନ୍ତି।

ସମ୍ବନ୍ଧିତ ଖବର