ଭାରତରେ ପ୍ରତି ୪ ଘଣ୍ଟାରେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଉଛନ୍ତି ଜଣେ ନାବାଳକ

ବେଙ୍ଗାଲୁରୁ: ଗତ ତିନି ବର୍ଷ ହେବ ଭାରତରେ ହାରାହରି ପ୍ରତି ଚାରି ଘଣ୍ଟାରେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଉଛନ୍ତି ଅନ୍ୟୂନ ଜଣେ ନାବାଳକ ତରୁଣ। ସେହିଭଳି, ଯୌନ ଉତ୍ପୀଡ଼ନ ଦେବା ଲକ୍ଷ୍ୟରେ ପ୍ରତି ଦୁଇ ଘଣ୍ଟାରେ ଜଣେ ନାବାଳକ ତରୁଣ ମହିଳାମାନଙ୍କୁ ଆକ୍ରମଣ କରୁଥିବାର ଆଶଙ୍କା କରାଯାଉଛି।। ଏହି ଭଳି ପାଞ୍ଚ ଜଣ ନାବାଳକ ତରୁଣ ଧର୍ତ୍ତବ୍ୟ ଅପରାଧ କିଂବା ସେମିତିକା କିଛି ଅପରାଧରେ ଆରୋପିତ ହେଉଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରାଳୟର ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି ଯେ ୨୦୧୬ ଜାନୁଆରି ୧ ତାରିଖରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ଦୁଷ୍କର୍ମ ଅଭିଯୋଗରେ ପ୍ରାୟ ୨, ୦୫୪ ଜଣ ନାବାଳକ ତରୁଣ ଗିରଫ ହୋଇଛନ୍ତି (ହିସାବ କରି ଦେଖିଲେ ପ୍ରତି ୪. ୨ ଘଣ୍ଟାରେ ଜଣେ ଲେଖାଁଏ) ଏବଂ ମହିଳାମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ୧, ୬୨୭ ଜଣ ଗିରଫ ହୋଇଛନ୍ତି।

Image Courtesy of TOI

ତଥ୍ୟାନୁସାରେ, ଗତ ତିନି ବର୍ଷ ହେବ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଥିବା ନାବାଳକ ତରୁଣମାନଙ୍କର ସଂଖ୍ୟା ସମାନ ରହିଛି- ଅର୍ଥାତ୍‌ ପ୍ରତି ଚାରି ଘଣ୍ଟାରେ ଗୋଟିଏ ଗିରଫଦାରି। ୨୦୧୪ ଜାନୁଆରି ୧ ତାରିଖ ଓ ଡିସେମ୍ବର ୩୧ ତାରିଖ, ୨୦୧୬ ସୁଦ୍ଧା ସମୁଦାୟ ଗିରଫଦାରି ସଂଖ୍ୟା ୬, ୦୩୯ ( ତାହାର ହିସାବ ମଧ୍ୟ ପ୍ରତି ୪. ୩ ଘଣ୍ଟାରେ ଗୋଟିଏ ଗିରଫଦାରି)।

ସେ ଯାହାହେଉ, ଗତ ତିନି ବର୍ଷର ତଥ୍ୟ ହିସାବରେ ୨୦୧୬ରେ ମହିଳାମାନଙ୍କ ଉପରେ ନାବାଳକ ତରୁଣଙ୍କ ଆକ୍ରମଣ ସଂଖ୍ୟା ବଢ଼ି ଯାଇଛି। ଜାନୁଆରି ୧, ୨୦୧୪ ରୁ ଡିସେମ୍ବର ୩୧, ୨୦୧୬ ମଧ୍ୟରେ ଗିରଫ ହୋଇଛନ୍ତି ୪, ୯୯୭ ଜଣ।

ଏହି ସଦ୍ୟତମ ସଂଖ୍ୟା ଏବେ ସଂଯୋଜିତ ହେଉଥିବା ୨୦୧୭ର ‘ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ’ର ବାର୍ଷିକ ତଥ୍ୟ ସଂଯୋଜନାରେ ବ୍ୟବହୃତ ହେବ। ବାଙ୍ଗାଲୋର୍‌ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ରବିତ୍‌ ସାମନ୍ତା ଦେଶମାନେ କହନ୍ତି, ଏହା ବେବଳ ସାମାଜିକ ସମସ୍ୟା ନୁହେଁ, ମାନସିକ ମଧ୍ୟ। ଏହା ସାମାଜିକକରଣର ତ୍ରୁଟି ହୋଇଥିବାରୁ ଲୋକେ ମହିଳାମାନଙ୍କୁ ଯେଉଁ ଦୃଷ୍ଟିରେ ଦେଖୁଛନ୍ତି ତାହା ତରୁଣମାନଙ୍କୁ ସେମାନଙ୍କ ଉପରେ ଆକ୍ରମଣ କରିବା, ଏମିତି କି, ସେମାନଙ୍କୁ ନଷ୍ଟ କରିବାକୁ ଉତ୍ସାହ ପାଉଛନ୍ତି।

Image Courtesy of TOI

ଏହାର ପରିଣାମ ବିଷୟରେ ନାବାଳକ ତରୁଣମାନଙ୍କ ମସ୍ତିଷ୍କ ଚିନ୍ତିତ ନ ଥାଏ ବୋଲି ସୁଲତା ଶେନୟ ଏବଂ ବି ଏନ୍‌ ଗଙ୍ଗାଧରଙ୍କ ପରି ମନସ୍ତତ୍ତ୍ୱବିତ୍‌ମାନେ ଯୁକ୍ତି ବାଢ଼ିବା ସହ ଅନ୍ୟାନ୍ୟ ପଦକ୍ଷେପ ସହ ଏଥି ନିମନ୍ତେ ସେମାନଙ୍କୁ ଯୌନ ଶିକ୍ଷା ଦିଆଯିବା ଆବଶ୍ୟକ ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର