ତାଜ୍‌ମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ବର୍ଷକୁ ଆୟ ହେଉଛି ଏତିକି କୋଟି…

ଗାନ୍ଧୀନଗର : ଗୁଜୁରାଟର ନର୍ମଦା ନଦୀ ତଟରେ ତିଆରି ହୋଇଥିବା ସରଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଏବେ ଚର୍ଚ୍ଚାରେ । ତାଙ୍କ ପ୍ରତିମୂର୍ତ୍ତି ତିଆରି ହେବାକୁ ଏବେ ପ୍ରାୟ ୧ବର୍ଷରୁ ଅଧିକ ହୋଇ ଯାଇଥିବା ବେଳେ ଏତେ କମ ସମୟ ମଧ୍ୟରେ ପ୍ରତିମୂର୍ତ୍ତିଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ବର୍ଷକ ମଧ୍ୟରେ ଅତି ପୂରାତନ ତାଜ୍‌ମହଲକୁ ବାର୍ଷିକ ଆୟ କ୍ଷେତ୍ରରେ ପଛରେ ପକାଇଛି ଷ୍ଟାଚ୍ୟୁ ଅଫ୍‌ ୟୁନିଟି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦେଇଥିବା ରିପୋର୍ଟ ମୁତାବକ, ୧୮୨ମିଟରର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି । ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ଏହାର ବାର୍ଷିକ ଆୟ ମଧ୍ୟ ବଢ଼ୁଛି, ଯାହା ତାଜ୍‌ମହଲର ବାର୍ଷିକ ଆୟଠାରୁ ମଧ୍ୟ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି । ତାଜ୍‌ମହଲର ବାର୍ଷିକ ଆୟ ୫୬କୋଟି ଟଙ୍କା ହେଉଥିବା ବେଳେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ବାର୍ଷିକ ଆୟ ୬୩କୋଟି ଟଙ୍କା ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Image result for one-year-of-statue-of-unity-earning-visit-world-tallest-statue-tajmahal
The Financial Express

ସୂଚନା ମୁତାବକ, ଗତବର୍ଷ ଅକ୍ଟୋବର ୩୧ରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଉଦ୍‌ଘାଟନ କରାଯାଇଥିଲା । ଏହି ୧୮୨ମିଟରର ମୂର୍ତ୍ତି ତିଆରି ପାଇଁ ୩,୦୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଭିତରେ ଉପରକୁ ଯିବା ପାଇଁ ଲିପ୍ଟର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତିଦିନ ଏହାର ରକ୍ଷଣାବେକ୍ଷଣରେ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର