ଏଣିକି ଅନ୍‌ଲାଇନ୍‌ ଠକାମିର ଶିକାର ହେଲେ ଗ୍ରାହକଙ୍କୁ ଫେରସ୍ତ ମିଳିବ ପୁରା ଟଙ୍କା!

ଦିନକୁ ଦିନ ବଢ଼ିବାରେ ଲାଗିଛି ଅନ୍‌ଲାଇନ୍‌ ସପିଂ। ଅନ୍‌ଲାଇନ୍‌ ସପିଂ ଏବେ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି। ଲୋକେ ଦୋକାନକୁ ଦୋକାନ ନଯାଇ ଘରେ ବସି ବସି ସିପିଂ କରିବା ପାଇଁ ପସନ୍ଦ କରୁଛନ୍ତି । ଡିସକାଉଂଟ, ଅଫର ଓ ଅନ୍ୟ ଆକର୍ଷକ ଡିଲ ଯୋଗୁଁ ପ୍ରାୟ ଗ୍ରାହକ ଦୋକାନକୁ ଯାଇ କିଣିକିଣି କରିବା ଅପେକ୍ଷା ଅନଲାଇନ୍ ସପିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ଅନଲାଇନ ସପିଂରେ ଯେତେ ସୁବିଧା ରହିଛି ସେତିକି ଅସୁବିଧା ମଧ୍ୟ ରହିଛି । ଏବେ ଅନଲାଇନ୍ ସପିଂ ଯୋଗୁଁ ଅନେକ ଠକେଇର ଖବର ମଧ୍ୟ ଆସୁଛି । ମୋବାଇଲ ମଗାଇଲେ କେବେ ପଥର ମିଳୁଛି ଆଉ କେବେ ମହାଲକ୍ଷ୍ମୀ ଧନ ଯନ୍ତ୍ର । ଏପରି ମାମଲା ଧୀରେ ଧୀରେ ବଢ଼ିବାରେ ଲାଗିଛି ।

ଏକ ସର୍ବେକ୍ଷଣ ଅନୁସାରେ, ଅନଲାଇନ୍ ସିପିଂ କରୁଥିବା ପ୍ରତି ତୃତୀୟ ବ୍ୟକ୍ତିଙ୍କୁ ନକଲି ଜିନିଷ ମିଳୁଛି । ଏହି ମାମଲାରେ ଅନଲାଇନ୍ ସପିଂ ସାଇଟ ଗୁଡ଼ିକ ନାମରେ ଅନେକ ଅଭିଯୋଗ ଆସୁଛି। ସର୍ଭେ ଅନୁସାରେ ଯେଉଁ ବ୍ରାଣ୍ଡର ବିକ୍ରି ଯେତେ ଅଧିକ ହୁଏ, ତା’ନାମରେ ନକଲି ଜିନିଷ ମଧ୍ୟ ଅଧିକ ବିକ୍ରି ହୁଏ । ସର୍ଭେ ଅନୁସାରେ ୩୮ ପ୍ରତିଶତ ଗ୍ରାହକଙ୍କୁ ବିଗତ ବର୍ଷ ମଧ୍ୟରେ ନକଲି ସାମଗ୍ରୀ ମିଳିଛି । ଗ୍ରାହକଙ୍କ କହିବା ଅନୁସାରେ ନକଲି ସମାଗ୍ରୀ ମଧ୍ୟରେ ଫରଫ୍ୟୁମ, ଜାତା, ପୋଷାକ ଆଦି ଅଧିକ ଆସୁଛି । ତେବେ ଏନେଇ ଭାରତ ସରକାର ନୂଆ ନିୟମ ଆଣିବେ ବୋଲି ପ୍ରସ୍ତୁତି ଚଳାଇଛନ୍ତି ।

ଅନଲାଇନ ସପିଂ କରିବା ସମୟରେ ଅନେକ ଥର ହୁଏ ଆପଣଙ୍କୁ ନକଲି ସାମଗ୍ରୀ ମିଳଯାଏ । ସମସ୍ତଙ୍କ ସହ କେବେ ନା କେବେ ଏପରି ଘଟଣା ନିଶ୍ଚୟ ଘଟିଥିବ । ଗ୍ରାହକଙ୍କୁ ଏଥିପାଇଁ ଅନେକ ଅସୁବିଧା ଭୋଗିବାକୁ ପଡ଼େ । ଏପରିସ୍ଥଳେ ଭାରତ ସରକାର ଏକ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ଏହି ନିମୟ ଅନୁସାରେ ଅନଲାଇନ୍ ସପିଂରେ ଗ୍ରାହକଙ୍କ ସହ କେହି ହେଲେ ଗ୍ରାହକ ଠକିପାରିବେ ନାହିଁ । ଯଦି ଏପରି କିଛି ହୁଏ ତେବେ ଠକାମିର ଶିକାର ହୋଇଥିବା ଗ୍ରାହକଙ୍କୁ ପୁରା ଟଙ୍କା ଫେରସ୍ତ ମିଳିବ । ଏହି ନୂଆ ବ୍ୟବସ୍ଥାକୁ କ୍ୟାସବ୍ୟାକ ନାମ ଦିଆଯାଇଛି ।

ସମ୍ବନ୍ଧିତ ଖବର