ଅନ୍‌ଲାଇନରେ ଜୀବନସାଥୀ ଖୋଜୁଛନ୍ତି କି?

ଏବେ ଅନ୍‌ଲାଇନ୍‌ରେ ବରପାତ୍ରୀ ବା କନ୍ୟାପାତ୍ର ଖୋଜିବା ଲାଗି ଶାଦି ଡଟ୍‌, ଜୀବନସାଥୀ ଡଟ୍‌କମ୍‌ ଆଦି ଅନେକ ସାଇଟସ୍‌ ଅଛି । ଏତଦ୍‌ବ୍ୟତୀତ ଧର୍ମ ଓ ଜାତିଆଧାରରେ ମଧ୍ୟ ମିଭିନ୍ନ ସାଇଟସ୍‌ ଉପଲବ୍ଧ । ଏହି ସାଇଟସ୍‌ମାନଙ୍କରେ ଆପଣ ନିଜ ନାମ ପଞ୍ଜିକୃତ କରି ମନପସନ୍ଦ ଜୀବନସାଥୀ ଖୋଜିପାରିବେ ।

-ପଂଜୀକରଣ ଲାଗି ଏକ ସର୍ଟ ଫମ୍‌ର୍ ରହିଛି, ଯାହାକୁ ଆପଣଙ୍କୁ ପୂରଣ କରିବାକୁ ପଡିବ । ଆପଣ ଚାହିଁଲେ ସେଥିରେ ନିଜର ଫଟୋ ମଧ୍ୟ ଲଗାଇପାରିବେ ।

-େଓ୍ଵବସାଇଟ୍‌ରେ ନିଜର ପ୍ରୋଫାଇଲ୍‌ ପ୍ରସ୍ତୁତ କରିବା ପୂର୍ବରୁ ଚାରି ପାଞ୍ଚଜଣଙ୍କର ପ୍ରୋଫାଇଲ୍‌କୁ ଭଲଭାବେ ପଢ଼ନ୍ତୁ । ସେଥିରୁ ଆପଣଙ୍କର ଆଇଡିଆ ଆସିଯିବ ଯେ ପ୍ରୋଫାଇଲରେ କ’ଣ ଓ କିପରି ଲେଖାଯିବ ।

– ପ୍ରୋଫାଇଲ୍‌ରେ ନିଜର ବା ନିଜ ପରିବାରର ପ୍ରଶଂସା ଆଦେ ସୂଚିତ କରନ୍ତୁ ନାହିଁ । ସେପରି କଲେ ପ୍ରୋଫାଇଲ୍‌ ପଢ଼ିବା ଲୋକ ଆପଣଙ୍କୁ ଗର୍ବୀ ମନେକରିପାରେ । ଏଣୁ ଯଥାସମ୍ଭବ ସଂକ୍ଷିପ୍ତ ପରିଚୟ ଦିଅନ୍ତୁ ।

-ପ୍ରୋଫାଇଲ୍‌ରେ ନିଜର ବିଶେଷତ୍ୱ, ରୁଚି ଓ ଉପଲବ୍ଧ ସଂପର୍କରେ ଅବଶ୍ୟ ସୂଚନା ଦିଅନ୍ତୁ ।

-େଓ୍ଵବ୍‌ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ କରିବାପରେ ଆପଣଙ୍କୁ ୟୁଜର୍‌ଆଇଡି ଓ ପାସ୍‌ଓ୍ଵାର୍ଡ ଦିଆଯିବ, ଯାହା ଦ୍ୱାରା ଆପଣ ଏହି େଓ୍ଵବ୍‌ସାଇଟ୍‌ରେ ସାଇନ୍‌ଇନ୍‌ କରିପାରିବେ ।

– ଫମ୍‌ର୍ ପୂରଣ କରିବା ସମୟରେ ଆପଣଙ୍କୁ ନିଜର ମେଲ୍‌ଆଇଡ୍‌ ଦେବାକୁ ପଡିବ, ରେଜିଷ୍ଟ୍ରେସନ୍‌ ସଂପୂର୍ଣ୍ଣ ହେବା ପରେ ସେହି ମେଲ୍‌ଆଇଡି ରେ ଆପଣଙ୍କ ପାଖକୁ ରେଜିଷ୍ଟ୍ରେସନ୍‌ ଲାଗି ଏକ ମେଲ୍‌ ପଠାଯିବ ।

photo–love-germanlw.com_

– ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ ସଂପୂର୍ଣ୍ଣଭାବେ ‘ ଫ୍ରି’ ଅଟେ, କିନ୍ତୁ ଅନ୍ୟମାନଙ୍କର ପ୍ରୋଫାଇଲ୍‌ ଦେଖିବାକୁ ହେଲେ ଆପଣଙ୍କୁ ଫିସ୍‌ ଦେବାକୁ ପଡିବ । ଆପଣ ଛଅମାସରୁ ଏକ ବର୍ଷ ଯାଏଁ ମେମ୍ବରସିପ୍‌ ମଧ୍ୟ ନେଇପାରନ୍ତି ।

ସମ୍ବନ୍ଧିତ ଖବର