କେବଳ ମାଲିକ ହାତରେ ଫୁଟିବ ସ୍ମାର୍ଟ ବନ୍ଧୁକ

ଆମେରିକାର ସଂସ୍କୃତି ଓ ରାଜନୀତିରେ ବନ୍ଧୁକ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବାରୁ ଲୋକଙ୍କୁ ବନ୍ଧୁକରୁ ବିମୁଖ କରିବା ସହଜ ନୁହେଁ। ଯୁକ୍ତରାଷ୍ଟ୍ର ଆମେରିକାରେ ତିନିଜଣରୁ ଜଣେ ବ୍ୟକ୍ତି ନିଜ ପାଖରେ ବନ୍ଧୁକ ରଖିଥିବା ସ୍ବୀକାର କରନ୍ତି। ସେଠାରେ ବନ୍ଧୁକ ମାଲିକାନା ନେଇ କୋହଳ ଆଇନ ଥିବାରୁ ଜଣେ ଅତି ସହଜରେ ବନ୍ଧୁକ ଦୋକାନ ଯାଇ କିଛି ମିନିଟ ମଧ୍ୟରେ ମନପସନ୍ଦର ବନ୍ଧୁକ କିଣିଆଣିପାରିବ। ଏହି କାରଣରୁ ଆମେରିକାରେ ପ୍ରତି ବର୍ଷ ୩୯ ହଜାରରୁ ଅଧିକ ଲୋକ ବନ୍ଧୁକ ହିଂସାରେ ପ୍ରାଣ ହରାଇଥାନ୍ତି। ତେବେ ଅବାଞ୍ଛିତ ବନ୍ଧୁକଚାଳନା ରୋକିବା ପାଇଁ କିଛି କମ୍ପାନି ଏବେ ସ୍ମାର୍ଟ ବନ୍ଧୁକ ପ୍ରସ୍ତୁତିେର ଲାଗିପଡ଼ିଛନ୍ତି। ଏପରି ବନ୍ଧୁକ କେବଳ ଦୁଇଟି ଉପାୟରେ ଚଳାଯାଇପାରିବ। ଗୋଟିଏ ପଦ୍ଧତି ହେଲା ରେଡିଓ ତରଙ୍ଗ ମାଧ୍ୟମରେ ପରିଚୟ ପ୍ରଦାନ କରୁଥିବା ବ୍ରେସ୍‌ଲେଟ୍, ହାତଘଣ୍ଟା, ମୁଦି ଆଦିର ପ୍ରୟୋଗ। ଏଗୁଡ଼ିକ ନିକଟରେ ଥିବା ବେଳେ ହିଁ ସ୍ମାର୍ଟ ବନ୍ଧୁକ କାର୍ଯ୍ୟକ୍ଷମ ରହିଥାଏ। ସେହିପରି ମାଲିକର ଅଙ୍ଗୁଳି ଓ ପାପୁଲି ଟିପ ଦ୍ବାରା ମଧ୍ୟ ଏଗୁଡ଼ିକୁ ସକ୍ରିୟ କରାଯାଇପାରିବ। ତେଣୁ ସ୍ମାର୍ଟ ବନ୍ଧୁକ ଦ୍ବାରା ଘରେ ଶିଶୁଙ୍କ ଦ୍ବାରା ଅଜାଣତରେ ବନ୍ଧୁକ ଫୁଟିବା ଏବଂ ଆତ୍ମହତ୍ୟା ଭଳି ଅଘଟଣକୁ ଏଡ଼ାଇ ଦିଆଯାଇପାରିବ। ସେହିପରି କୌଣସି ଅପରାଧୀ ସ୍ମାର୍ଟ ବନ୍ଧୁକ ଚୋରି କରିନେଇ ଅପରାଧ ଭିଆଇପାରିବ ନାହିଁ। ଲୋଡ୍‌ଷ୍ଟାର୍ ଓ ବାୟୋଫାୟର୍ ନାମକ ଦୁଇଟି କମ୍ପାନି ଶୀଘ୍ର ଆମେରିକୀୟ ବଜାରକୁ ସ୍ମାର୍ଟ ବନ୍ଧୁକ ଛାଡ଼ିବାକୁ ଯାଉଛନ୍ତି। ଆମେରିକାର ସଂସ୍କୃତି ଓ ରାଜନୀତିରେ ବନ୍ଧୁକ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବାରୁ ଲୋକଙ୍କୁ ବନ୍ଧୁକରୁ ବିମୁଖ କରିବା ସହଜ ନୁହେଁ।

ସମ୍ବନ୍ଧିତ ଖବର