ଇଂରାଜୀ ଶିକ୍ଷୟିତ୍ରୀଙ୍କୁ ଦେଖି ଏମିତି ଠୁମକା ଲଗାଇଲେ ଗଣିତ ଶିକ୍ଷକ କି ଅଟକାଇବାକୁ ଆସିଲେ ପ୍ରଧାନଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ନୃତ୍ୟ ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ନୃତ୍ୟ ଭିଡିଓ ରହିଛି, ଯାହାକୁ ଦେଖି ମଜାଲାଗିଥାଏ। ନିକଟରେ ସ୍କୁଲର ଦୁଇଜଣ ଶିକ୍ଷକ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ନୃତ୍ୟ କରୁଥିବା ଦୁଇ ଶିକ୍ଷକଙ୍କ ମଧ୍ୟରୁ ଜଣେ ଇଂରାଜୀ ପଢ଼ାଉଥିବା ଶିକ୍ଷୟିତ୍ରୀ ଥିବା ବେଳେ ଜଣେ ଗଣିତ ପଢ଼ାଉଥିବା ଶିକ୍ଷକ ରହିଛନ୍ତି। ତେବେ ପ୍ରଥମେ ଇଂରାଜୀ ଶିକ୍ଷୟିତ୍ରୀ ନୃତ୍ୟ କରିବା ଆରମ୍ଭ କରିଥିଲେ। ଇଂରାଜୀ ଶିକ୍ଷୟିତ୍ରୀଙ୍କ ନୃତ୍ୟକୁ ଦେଖି ଗଣିତ ଶିକ୍ଷକ ଆଉ ସ୍ଥିର ହୋଇ  ଛିଡା ହୋଇ ରହିିପାରିଲେ ନାହିଁ, ସେ ବି ଠୁମକା ଲଗାଇବା ଆରମ୍ଭ କରି ଦେଇଥିଲେ। ତେବେ ଏହି  ଶିକ୍ଷକଙ୍କ ନୃତ୍ୟକୁ ଦେଖି ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଅଟକାଇବାକୁ ଚାଲି ଆସିଲେ। କିନ୍ତୁ ଗଣିତ ଶିକ୍ଷକ ପ୍ରଧାନଶିକ୍ଷୟିତ୍ରୀଙ୍କ କଥା ନଶୁଣି ମଞ୍ଚ ଉପରେ ଠୁମକା ଲଗାଇବା ଆରମ୍ଭ କରି ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ବି ଶିକ୍ଷକଙ୍କ ନୃତ୍ୟ ଦେଖି ମୁଣ୍ଡରେ ହାତ ଦେଇ ସେଠାରୁ ଚାଲି ଯାଇଥିଲେ।

 

 

View this post on Instagram

 

A post shared by Papisociety (@papisociety)

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଇଂରାଜୀ ଓ ଗଣିତ ଶିକ୍ଷକଙ୍କ ନୃତ୍ୟକୁ ନେଇ ମଜାଦାର ପ୍ରତିକ୍ରିୟା ସବୁ ଦେଉଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଦୁଇ ଶିକ୍ଷକଙ୍କ ନୃତ୍ୟକୁ ଦେଖି ମଜା ଲାଗିଥିଲା। ଆଉ ଜଣେ ଲେଖିଛନ୍ତି, ଗଣିଷ ଶିକ୍ଷକଙ୍କ ନୃତ୍ୟ ବାସ୍ତବରେ ଖୁବ ମଜାଳିଆ ଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ଖୁବ ମନୋରଞ୍ଜନ ହୋଇଥିବ।

ସମ୍ବନ୍ଧିତ ଖବର