ଡାକଘରେ ମାତ୍ର ୧୦ ଟଙ୍କାରେ ଖାତା ଖୋଲି ପାଇପାରିବେ ବ୍ୟାଙ୍କଠାରୁ ଅଧିକ ସୁଧ!

ଭାରତୀୟ ଡାକ ବିଭାଗ ଏମିତି ଏକ ଯୋଜନା ଚଳାଉଛି, ଯାହା ଅଧିନରେ ଆପଣ ମାତ୍ର ୧୦ ଟଙ୍କାରେ ନିଜ ଖାତା ଖୋଲିପାରିବେ। ଆଜି ଯେଉଁଠି ବ୍ୟାଙ୍କଗୁଡ଼ିକ ୪ରୁ୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛନ୍ତି, ସେଇଠି ଡାକଘର ଏହି ଯୋଜନାରେ ତା’ ଠାରୁ ବି ଅଧିକ ସୁଧ ଦେଉଛି। ଡାକଘରେ ମାତ୍ର ୧୦ ଟଙ୍କାରେ ନିଜର ଖାତା ଖୋଲି ଏହି ଖୁଚୁରା ଟଙ୍କା ବଦଳରେ ବ୍ୟାଙ୍କଠାରୁ ଅଧିକ ସୁଧ ପାଇପାରିବେ।

ଭାରତୀୟ ଡାକ ବିଭାଗ ୫ ବର୍ଷର ରିକରିଙ୍ଗ ଡିପୋଜିଟ ସ୍କିମ ଚଳାଏ। ପୋଷ୍ଟ ଅଫିସର ସାଇଟ ଉପରେ ଦିଆଯାଇଥିବା ସୂଚନା ମୁତାବକ ଏହି ସ୍କିମ ଅଧିନରେ ଆପଣ ନିଜ ଖାତା ଯେକୌଣସି ବି ଡାକଘର ଯାଇ ଖୋଲିପାରିବେ। ଆପଣଙ୍କୁ ଆପଣଙ୍କ ଖାତାରେ ପ୍ରତି ମାସ ସର୍ବନିମ୍ନ ୧୦ ଟଙ୍କା ଜମା କରିବାକୁ ପଡିବ। ନିଜର ଜମା ରାଶି ଉପରେ ଆପଣଙ୍କୁ ପ୍ରତି ବର୍ଷ ୬.୯ ପ୍ରତିଶତ ସୁଧ ମିଳିବ। ଯଦି ଆପଣ ଆପଣଙ୍କ ୬ଟି କିସ୍ତି ଅଗ୍ରିମ ଜମା କରାଉଛନ୍ତି, ତେବେ ଆପଣଙ୍କୁ ରିହାତି ଦିଆଯିବ। ଆପଣ ୧ ବର୍ଷ ପରେ ଆପଣଙ୍କ ଆକାଉଣ୍ଟରେ ଜମା ରାଶି ମଧ୍ୟରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କାଢ଼ି ପାରିବେ। ଏହି ଆକାଉଣ୍ଟ ୧୦ ବର୍ଷ ବା ତା’ ଠାରୁ ଅଧିକ ଆୟୁ ଥିବା ଯେକୌଣସି ପିଲା ବା ବୟସ୍କଙ୍କ ନାମରେ ଖୋଲାଯାଇପାରିବ। ଏହା ଅଧିନରେ ଜଏଣ୍ଟ ଆକାଉଣ୍ଟ ଖୋଲିବାର ବି ସୁବିଧା ଅଛି।

ଏହି ସ୍କିମ ମୁତାବକ ଯଦି ଆପଣ ଆପଣଙ୍କ ଆକାଉଣ୍ଟ ମାସର ୧୫ତାରିଖ ପର୍ଯ୍ୟନ୍ତ ଖୋଲିଛନ୍ତି, ତେବେ ଆପଣ ଆସନ୍ତା ମାସର ୧୫ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ଜମା ରାଶି ଜମା କରିପାରିବେ। ଯଦି ୧୬ ତାରିଖ ପରେ ଖୋଲିଛନ୍ତି, ତେବେ ଆପଣଙ୍କୁ ମାସର ଶେଷ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିବ। ଯଦି ଆପଣ ଆପଣଙ୍କ ଜମା କରିବାର ନିଶ୍ଚିତ ଦିନ ଠାରୁ ଡେରି କରୁଛନ୍ତି, ତେବେ ପ୍ରତି ୫ ଟଙ୍କାରୁ ୫ ପଇସା କାଟି ଦିଆଯିବ ଏବଂ ଏମିତି ଲଗାତାର ୪ଥର ହେଲେ ଆପଣଙ୍କ ଖାତା ବନ୍ଦ କରି ଦିଆଯିବ। ଖାତା ଖୋଲିଯିବା ପରେ ଆପଣ ପ୍ରତି ମାସ ସର୍ବନିମ୍ନ ୧୦ଟଙ୍କା ନିଜ ଖାତାରେ ଜମା କରିପାରିବେ। ଏହି ଖାତାରେ ଆପଣ ଚାହିଁଲେ ଡିପୋଜିଟକୁ ବୃଦ୍ଧି କରିପାରିବେ। ଏହା ଆପଣଙ୍କୁ ୫ ଟଙ୍କା ହିସାବରେ ବଢ଼ାଇବାକୁ ପଡିବ।

ସମ୍ବନ୍ଧିତ ଖବର