ଖୋଲା ଝରକା: ଆଙ୍ଗୁଠି ଫୁଟାଇବା ଓ ଆର୍ଥ୍ରାଇଟିସ୍‌

ପ୍ରତିଦିନ ଆଙ୍ଗୁଠି ଫୁଟାଇବା ଅନେକ ଲୋକଙ୍କର ଅଭ୍ୟାସ। ଆଉ ଯଦି ଏପରି ଅଭ୍ୟାସ ଦୀର୍ଘ ବର୍ଷ ଧରି ଲାଗିରୁହେ, ତେବେ ଭବିଷ୍ୟତରେ ଆର୍ଥ୍ରାଇଟିସ୍‌ ପରି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କାନାଡ଼ା ୟୁନିଭର୍ସିଟିର ବିଶେଷଜ୍ଞମାନେ। ସେମାନଙ୍କ ଦ୍ବାରା ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ଅଧିକ ସମୟ ଆଙ୍ଗୁଠି ଫୁଟାନ୍ତି, ତେବେ ତାଙ୍କର ଆର୍ଥ୍ରାଇଟିସ୍‌ ହୋଇପାରେ। ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୪୦%ଙ୍କଠାରେ ଆର୍ଥ୍ରାଇଟିସ୍‌ର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେଣୁ ଏଭଳି ଅଭ୍ୟାସରୁ ବିରତ ରହିବା ସହ ଆଇରନ୍‌, ପୋଟାସିୟମ୍‌ ଓ କ୍ୟାଲସିୟମ୍‌ଯୁକ୍ତ ଖାଦ୍ୟ ଖାଇବାକୁ ସେମାନେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର